Financial crisis: ଘରୋଇ କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି! ୯୦୦ ବିଦା, ମିଳୁନି variable, ବୋନସ ବି କଟିବା ସମ୍ଭାବନା
Advertisement
Article Detail0/zeeodisha/odisha1312572

Financial crisis: ଘରୋଇ କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି! ୯୦୦ ବିଦା, ମିଳୁନି variable, ବୋନସ ବି କଟିବା ସମ୍ଭାବନା

ମହାମାରୀ କୋରୋନା ଯୋଗୁଁ ବିଶ୍ୱର ଅଧିକାଂଶ ସଂସ୍ଥାଙ୍କ ରାଜସ୍ୱ ପ୍ରଭାବିତ ହୋଇଛି। ବିଶେଷ କରି ଘରୋଇ ସଂସ୍ଥାମାନେ ଅଧିକ ପ୍ରଭାବିତ ହୋଇଛନ୍ତି। କିଛି ସଂସ୍ଥା ବୁଡି ଯାଇଥିବା ବେଳେ କେତେକ ଏବେ ମଧ୍ୟ ନିଜର ଅସ୍ତିତ୍ୱ ବଞ୍ଚାଇବା ପାଇଁ ମାର୍କେଟରେ ସଙ୍ଘର୍ଷ କରୁଛନ୍ତି। 

ପ୍ରତିକାତ୍ମକ

Private Employees, ନୂଆଦିଲ୍ଲୀ: ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଚିନ୍ତା ବଢିଯାଇଛି। ରାଜସ୍ୱ ହ୍ରାସ ହେବାରୁ ମୋବାଇଲ ନିର୍ମାତା କମ୍ପାନୀ ସାଓମି ତାର ୯୦୦ କର୍ମଚାରୀଙ୍କ ଛଟେଇ କରିଛି। ଟାଟା କନଲଟାନସି ଓ ୱିପ୍ରୋ ଭଳି ନାମିଦାମୀ ଟେକ୍ କମ୍ପାନୀ କର୍ମଚାରୀଙ୍କୁ ଠିକ୍ ସମୟରେ  ଭାରିଏବଲ ଦେଉ ନାହାନ୍ତି। ଆଗାମୀ ଦିନରେ ଟ୍ୱିଟର ତାର କର୍ମଚାରୀଙ୍କ ବୋନସକୁ କାଟିବା ପାଇଁ ଯୋଜନା କରୁଛି। 

ମହାମାରୀ କୋରୋନା ଯୋଗୁଁ ବିଶ୍ୱର ଅଧିକାଂଶ ସଂସ୍ଥାଙ୍କ ରାଜସ୍ୱ ପ୍ରଭାବିତ ହୋଇଛି। ବିଶେଷ କରି ଘରୋଇ ସଂସ୍ଥାମାନେ ଅଧିକ ପ୍ରଭାବିତ ହୋଇଛନ୍ତି। କିଛି ସଂସ୍ଥା ବୁଡି ଯାଇଥିବା ବେଳେ କେତେକ ଏବେ ମଧ୍ୟ ନିଜର ଅସ୍ତିତ୍ୱ ବଞ୍ଚାଇବା ପାଇଁ ମାର୍କେଟରେ ସଙ୍ଘର୍ଷ କରୁଛନ୍ତି। ଏଥିରୁ ଟାଟା, ୱିପ୍ରୋ, ଟ୍ୱିଟର ଭଳି କମ୍ପାନୀ ମଧ୍ୟ ବାଦ ପଡି ନାହାନ୍ତି। ନିଜର ଆର୍ଥିକାବସ୍ଥାରେ ସୁଧାର ପାଇଁ ଏହି କମ୍ପାନୀ ଗୁଡିକ ଏକ ବଡ ପଦକ୍ଷେପ ନେବାକୁ ଚାହୁଁଛନ୍ତି। ଯାହାର ସିଧାସଳଖ ପ୍ରଭାବ କମ୍ପାନୀର ଅଧିକାରୀଙ୍କ ଉପରେ ପଡିବ।

Also Read: CM Digital Seva Yojana scheme: ୧.୩୫ କୋଟି ମହିଳାଙ୍କୁ ମାଗଣା ସ୍ମାର୍ଟଫୋନ୍ ଦେବେ ସରକାର

ଗତ କିଛି ମାସ ହେଲା Tata Consultancy Services ବା ଟିସିଏସ୍ ତା'ର କର୍ମଚାରୀମାନଙ୍କ ନିୟମିତ ଭାବେ ସଠିକ ସମୟରେ ଭାରିଏବଲ ପ୍ରଦାନ କରିବାରେ ବିଫଳ ହୋଇଛି। ବରିଷ୍ଠ କର୍ମଚାରୀଙ୍କ ଜୁନ କ୍ୱାଟରର ଭାରିଏବଲ ମିଳିନାହିଁ। ୱିପ୍ରୋ ମଧ୍ୟ ତାହାର ମଧ୍ୟ ଓ ବରିଷ୍ଠ କର୍ମଚାରୀଙ୍କ ଭାରିଏବଲ ଅଟକାଇ ରଖିଛି। ତେବେ ଟିସିଏସ ଚଳିତ ମାସ ଶେଷ ସୁଦ୍ଧା କର୍ମଚାରୀଙ୍କୁ ଭାରିଏବଲ କମ୍ପନସେସନ ପ୍ରଦାନ କରିବ। ତେବେ ବୋନସକୁ ନେଇ ମଧ୍ୟ କମ୍ପାନୀ ଯୋଜନା କରୁଥିବା ଟିସିଏସ୍ କହିଛି।

ରାଜସ୍ୱ ହ୍ରାସ ହେବାରୁ ଚୀନର ମୋବାଇଲ ନିର୍ମାତା କମ୍ପାନୀ ସାଓମୀ ୯୦୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ଛଟେଇ କରିଛି। ଜୁନ କ୍ୱାଟରରେ ପ୍ରାୟ ୨୦ ପ୍ରତିଶତ ରାଜସ୍ୱ ହ୍ରାସ ହୋଇଛି। ଯାହାପରେ କମ୍ପାନୀର ୩ ପ୍ରତିଶତ କର୍ମଚାରୀଙ୍କୁ ଚାକିରିରୁ ବାହାର କରାଯାଇଛି। କୋରୋନା କଟକଣା ଯୋଗୁଁ ସାଓମୀର ରାଜସ୍ୱ ୨୦ ପ୍ରତିଶତ ହ୍ରାସ ହୋଇ ୭୦.୧୭ ବିଲିୟନ ୟୁଆନକୁ ଖସିଛି। ତେବେ ଗତ କ୍ୱାଟର ଠାରୁ ଏଥର ରାଜସ୍ୱ ଅଧିକ ହ୍ରାସ ହୋଇଥିବା କମ୍ପାନୀ କହିଛି।

Also Read: ଭାରତୀୟ ଅର୍ଥନୀତିକୁ ମିଳିବ ଗତି, ବ୍ରାଜିଲ,ଆର୍ଜେଣ୍ଟିନା ଓ ପାରାଗୁଏ ଗସ୍ତ କରିବେ ଏସ. ଜୟଶଙ୍କର

ସେପଟେ କର୍ମଚାରୀଙ୍କ ବୋନସ କାଟିବାକୁ ଟ୍ୱଟିର ଯୋଜନା କରୁଛି। ନ୍ୟୁୟୋର୍କ ଟାଇମ୍ସର ରିପୋର୍ଟ ଅନୁସାରେ, ବାର୍ଷିକ ବୋନସ ଅଧା କରିବାକୁ ଟ୍ୱିଟର ତାହାର କର୍ମଚାରୀଙ୍କୁ ସୂଚିତ କରିଛି। ଟ୍ୱିଟରର ମୁଖ୍ୟ ଆର୍ଥିକାଧିକାରୀ ନେଡ୍ ସେଗାଲ କହିଛନ୍ତି ଯେ, କମ୍ପାନୀର ଆର୍ଥିକ ସଙ୍କଟ ଯୋଗୁଁ କର୍ମଚାରୀଙ୍କ ବାର୍ଷିକ ବୋନସ ପ୍ରଭିବିତ ହେବ। ଯଦି ଟାର୍ଗେଟ ପୂରଣ ନ ହୁଏ, ତେବେ କର୍ମଚାରୀଙ୍କ ବାର୍ଷିକ ବୋନସ ପଚାଶ ପ୍ରତିଶତ ହ୍ରାସ ପାଇବ ବୋଲି ଟ୍ୱିଟର ସ୍ପଷ୍ଟ କରିଛି।