Twitter deal ରଦ୍ଦ କରି ଅଡୁଆରେ Elon Musk
Advertisement
Article Detail0/zeeodisha/odisha1249944

Twitter deal ରଦ୍ଦ କରି ଅଡୁଆରେ Elon Musk

ଗତ ଏପ୍ରିଲରେ ମସ୍କ ଟ୍ୱିଟର ସହିତ ପ୍ରାୟ ୪୪ ବିଲିୟନ ଡଲାର କାରବାରରେ ସେୟାର ପିଛା ୫୪.୨୦ ଡଲାରରେ ଏକ ଅଧିଗ୍ରହଣ ଚୁକ୍ତି କରିଥିଲା। ତେବେ ମେ ମାସରେ ମସ୍କ ଏହି ଡିଲକୁ ବନ୍ଦ କରି ଟ୍ୱିଟରର ଦାବିର ସତ୍ୟତା ଯାଞ୍ଚ କରିବାକୁ ତାଙ୍କ ଦଳକୁ କହିଥିଲେ।

ଫାଇଲ ଫଟୋ

Elon Musk cancelled Twitter deal: Twitterକୁ ଏକ ବଡ଼ ଝଟକା ଲାଗିଛି। ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି Elon Musk ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଶୁକ୍ରବାର ଟେସଲା ମାଲିକ କହିଛନ୍ତି ଯେ, ସେ ଟ୍ୱିଟର କିଣିବା ପାଇଁ ତାଙ୍କର ୪୪ ବିଲିୟନ ଡଲାର ଚୁକ୍ତି ଶେଷ କରୁଛନ୍ତି। ସୋସିଆଲ ମିଡିଆ କମ୍ପାନୀ ନକଲି ଆକାଉଣ୍ଟ ବିଷୟରେ ସୂଚନା ପ୍ରଦାନ କରିବାରେ ବିଫଳ ହୋଇଛି ବୋଲି ମସ୍କ ଅଭିଯୋଗ କରିଛନ୍ତି।

ଶୁକ୍ରବାର ଟେସଲା ମୁଖ୍ୟ Elon Muskଙ୍କ ଟିମ୍ ଟ୍ୱିଟରକୁ ଏକ ଚିଠି ପଠାଇଛି। ଚିଠିରେ ମସ୍କ କମ୍ପାନୀ ସହ କରିଥିବା ମିଶ୍ରଣ ଚୁକ୍ତିନାମାକୁ ଖାରଜ କରିଥିବା ଉଲ୍ଲେଖ କରାଯାଇଛି। ସଂକ୍ଷେପରେ ଟ୍ୱିଟର ସୂଚନା ପ୍ରଦାନ କରି ନାହିଁ ଯାହା ମସ୍କ ଦୁଇ ମାସ ଧରି ମାଗିଥିଲା ​​ବୋଲି ଚିଠିରେ ଦର୍ଶାଯାଇଛି। Muskଙ୍କ ଏହି ଚିଠି ପରେ ଟ୍ୱିଟର ସହ ହୋଇଥିବା ୪୪ ବିଲିୟନ ଡଲାରର ଡିଲ୍ ସମାପ୍ତ ହୋଇଛି।

Also Read: ଷ୍ଟିଲ୍ ପ୍ଲାଣ୍ଟରୁ ଜାପାନର ପିଏମ ପଦ ପର୍ଯ୍ୟନ୍ତ...କିଛି ଏପରି ଥିଲା ସିଞ୍ଜୋ ଆବେଙ୍କ ଜୀବନ ଯାତ୍ରା

ଗତ ଏପ୍ରିଲରେ ମସ୍କ ଟ୍ୱିଟର ସହିତ ପ୍ରାୟ ୪୪ ବିଲିୟନ ଡଲାର କାରବାରରେ ସେୟାର ପିଛା ୫୪.୨୦ ଡଲାରରେ ଏକ ଅଧିଗ୍ରହଣ ଚୁକ୍ତି କରିଥିଲା। ତେବେ ମେ ମାସରେ ମସ୍କ ଏହି ଡିଲକୁ ବନ୍ଦ କରି ଟ୍ୱିଟରର ଦାବିର ସତ୍ୟତା ଯାଞ୍ଚ କରିବାକୁ ତାଙ୍କ ଟିମକୁ କହିଥିଲେ। ମେସେଜିଂ ପ୍ଲାଟଫର୍ମ ଟ୍ୱିଟରରେ ୫%ରୁ କମ୍ ଆକାଉଣ୍ଟ ବଟ୍ କିମ୍ବା ସ୍ପାମ୍ ଥିବା କୁହାଯାଇଥିଲା। ମସ୍କ ପୁନର୍ବାର ଜୁନ୍ ମାସରେ ଟ୍ୱିଟରରେ ଏହି ଅଭିଯୋଗ ଆଣିଥିଲେ। ଟ୍ୱିଟର ଡିଲ ପରେ କମ୍ପାନୀର ପ୍ରାୟ ୩୦% କର୍ମଚାରୀଙ୍କୁ ଛଟେଇ କରାଯାଇଥିବା କୁହାଯାଉଛି।

 

ପୁନର୍ବାର ଜୁନ୍ ମାସରେ ମସ୍କ ମାଇକ୍ରୋବ୍ଲଗିଂ ୱେବସାଇଟକୁ ମିଶ୍ରଣ ଚୁକ୍ତିନାମାକୁ ଉଲ୍ଲଂଘନ କରିଥିବା ଅଭିଯୋଗ କରିଥିଲେ। ସ୍ପାମ୍ ଏବଂ ନକଲି ଆକାଉଣ୍ଟ ଉପରେ ସେ ମାଗିଥିବା ତଥ୍ୟ ପ୍ରଦାନ ନକରିବାରୁ ସୋସିଆଲ ମିଡିଆ କମ୍ପାନୀ ଅଧିଗ୍ରହଣ ବନ୍ଦ କରିବାକୁ ଧମକ ଦେଇଥିଲେ। ମସ୍କ ଅଭିଯୋଗ କରିଛି ଯେ, ସ୍ପାମ୍ ଆକାଉଣ୍ଟଗୁଡିକର ପ୍ରକୃତ ସଂଖ୍ୟା ୯୦% ପର୍ଯ୍ୟନ୍ତ ହୋଇପାରେ। ମସ୍କ ପୂର୍ବରୁ କହିଥିଲେ ଯେ କମ୍ପାନୀ ଏହାର ସ୍ପାମ୍ ମେଟ୍ରିକ୍ସର 'ପ୍ରମାଣ' ପ୍ରଦାନ ନକଲେ ଅଧିଗ୍ରହଣ 'ଆଗକୁ ବଢିପାରିବ ନାହିଁ'।

Also Read: ଦ୍ୱିତୀୟ ଟି-୨୦ ରେ ସ୍ଥାନ ପାଇବେ କି ବିରାଟ ଓ ପନ୍ତ? ଜାଣନ୍ତୁ କ'ଣ କହିଲେ ଜହିର ଖାନ

ସେପଟେ ୪୪ ବିଲିୟନ ଡଲାରର ଡିଲ୍ ରଦ୍ଦ ପରେ ଏଲୋନ ମସ୍କଙ୍କ ବିରୁଦ୍ଧରେ ଟ୍ୱିଟର ମାମଲା ରୁଜୁ କରିବ। ଟ୍ୱିଟର ବୋର୍ଡ ଅଧ୍ୟକ୍ଷ ବ୍ରେଟ ଟେଲର ଶନିବାର ଟ୍ୱିଟ କରି କହିଛନ୍ତି ଯେ, ଟ୍ୱିଟର ବୋର୍ଡ, ଏଲୋନ ମସ୍କଙ୍କ ସହ ସର୍ତ୍ତମୂଳକ ନେଣଦେଣ ପାଇଁ ପ୍ରତିବଦ୍ଧ ଅଛି। କମ୍ପାନୀ ବିଲୟ ଚୁକ୍ତି ଲାଗୁ କରିବା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରୁଛି। Delaware Court of Chanceryରେ ଆମେ ନିଶ୍ଚିତ ବିଜୟ ହେବୁ ବୋଲି ଟେଲର କହିଛନ୍ତି।