Ration Card News: ରାସନ କାର୍ଡଧାରୀଙ୍କ ପାଇଁ ଖରାପ ଖବର! ସରକାରଙ୍କ ନୂଆ ଆଦେଶ ଯୋଗୁଁ ବାତିଲ ହୋଇଯିବ ଏସବୁ କାର୍ଡ
Advertisement

Ration Card News: ରାସନ କାର୍ଡଧାରୀଙ୍କ ପାଇଁ ଖରାପ ଖବର! ସରକାରଙ୍କ ନୂଆ ଆଦେଶ ଯୋଗୁଁ ବାତିଲ ହୋଇଯିବ ଏସବୁ କାର୍ଡ

Ration Card News: ଏହି ପରିପ୍ରେକ୍ଷୀରେ ରାସନ କାର୍ଡରେ ଅଯୋଗ୍ୟ ୟୁନିଟ୍ ସାମିଲ ହେବା ବିଷୟରେ ସମୟ ସମୟରେ ଅଭିଯୋଗ ମିଳିଥାଏ । ଅଯୋଗ୍ୟ ରାସନ କାର୍ଡଧାରୀଙ୍କ ପାଇଁ ଏହି ଅଭିଯାନ 'ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩' ଅଧୀନରେ ଚାଲିଛି । ଅଯୋଗ୍ୟ ହିତାଧିକାରୀଙ୍କ ସ୍ଥାନରେ ଯୋଗ୍ୟ ବ୍ୟକ୍ତିଙ୍କୁ ରାସନ କାର୍ଡ ଦିଆଯାଏ ।

Ration Card News: ରାସନ କାର୍ଡଧାରୀଙ୍କ ପାଇଁ ଖରାପ ଖବର! ସରକାରଙ୍କ ନୂଆ ଆଦେଶ ଯୋଗୁଁ ବାତିଲ ହୋଇଯିବ ଏସବୁ କାର୍ଡ

ନୂଆଦିଲ୍ଲୀ: Ration Card News: ଯଦି ଆପଣଙ୍କର ପାଖରେ ରାସନ କାର୍ଡ (Ration Card) ଅଛି ଓ ଆପଣ ସରକାରଙ୍କ ଦ୍ୱାରା ପରିଚାଳିତ ରାସନ ଯୋଜନାର ଲାଭ ଉଠାଉଛନ୍ତି । ତେବେ ଆପଣଙ୍କୁ ଏହି ଖବର ଜାଣିବା ଜରୁରୀ । ରାସନ କାର୍ଡକୁ ନେଇ ସରକାର ଏକ ନୂତନ ଆଦେଶ ଜାରି କରିଛନ୍ତି । ଯେଉଁଥିରେ ଅନ୍ତ୍ୟୋଦୟ ଓ ଯୋଗ୍ୟ ଘରୋଇ ରାସନ କାର୍ଡଧାରୀଙ୍କ ଭେରିଫିକେଶନ୍ ୩୦ ଦିନ ମଧ୍ୟରେ ଶେଷ କରିବାକୁ ଆଦେଶ ଦିଆଯାଇଛି । ଯାଞ୍ଚ ସମୟରେ ଅଯୋଗ୍ୟ ହିତାଧିକାରୀଙ୍କ ରାସନ କାର୍ଡ ବାତିଲ ହେବ । ଏହା ସହିତ ସେମାନଙ୍କ ସ୍ଥାନରେ ଯୋଗ୍ୟ ହିତାଧିକାରୀଙ୍କ କାର୍ଡ ତିଆରି କରି ସେମାନଙ୍କୁ ରାସନ ଯୋଜନାର ସୁବିଧା ପ୍ରଦାନ କରାଯିବ । ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶର ଖାଦ୍ୟ ଓ ଯୋଗାଣ କମିଶନର ମାର୍କାଣ୍ଡେ ଶାହୀ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ଏହି ସମ୍ୱନ୍ଧରେ ଅତିରିକ୍ତ ଖାଦ୍ୟ କମିଶନର ଅନିଲ କୁମାର ଦୁବେ କହିଛନ୍ତି ଯେ,  ହିତାଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ବ୍ୟକ୍ତିଗତ ସୂଚନା ସମୟ ସମୟରେ ବଦଳିବାରେ ଲାଗିଥାଏ । ଏହି ପରିପ୍ରେକ୍ଷୀରେ ରାସନ କାର୍ଡରେ ଅଯୋଗ୍ୟ ୟୁନିଟ୍ ସାମିଲ ହେବା ବିଷୟରେ ସମୟ ସମୟରେ ଅଭିଯୋଗ ମିଳିଥାଏ । ଅଯୋଗ୍ୟ ରାସନ କାର୍ଡଧାରୀଙ୍କ ପାଇଁ ଏହି ଅଭିଯାନ 'ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩' ଅଧୀନରେ ଚାଲିଛି । ଅଯୋଗ୍ୟ ହିତାଧିକାରୀଙ୍କ ସ୍ଥାନରେ ଯୋଗ୍ୟ ବ୍ୟକ୍ତିଙ୍କୁ ରାସନ କାର୍ଡ ଦିଆଯାଏ । ସେ କହିଛନ୍ତି ଯେ, ଏହିପରି ଅଭିଯାନ ଚଳାଇବାର ଉଦ୍ଦେଶ୍ୟ ହେଉଛି ହିତାଧିକାରୀ ତାଲିକାରୁ ଅଯୋଗ୍ୟ ଲୋକଙ୍କୁ ହଟାଇବା ଓ ଯୋଗ୍ୟ ବ୍ୟକ୍ତିଙ୍କୁ ସୁଯୋଗ ପ୍ରଦାନ କରିବା । ଏହା ଅଧୀନରେ ଦିଆଯାଇଥିବା ସୂଚନା ଉପରେ ଆଧାର କରି ପରିବାର ସଦସ୍ୟଙ୍କ ସଂଖ୍ୟା, ବୟସ, ବାସସ୍ଥାନ ଇତ୍ୟାଦି ବିବରଣୀ ସଂଗ୍ରହ କରି ଏକ ଡାଟାବେସ୍ ପ୍ରସ୍ତୁତ କରାଯାଏ । ଏହି ପରିପ୍ରେକ୍ଷୀରେ, କାର୍ଡଧାରୀଙ୍କ ମୃତ୍ୟୁ କିମ୍ବା ଉନ୍ନତ ଆର୍ଥିକ ସ୍ଥିତି ଆଧାରରେ କାର୍ଡଧାରୀ ଅଯୋଗ୍ୟ ହେବାର ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ:-ବିନା ଟେନସନରେ ଥଣ୍ଡାରେ ବ୍ୟବହାର କରନ୍ତୁ ହିଟର ଓ ଗିଜର, ବିଜୁଳି ବିଲ୍ ଆସିବ ଅଧାରୁ କମ୍! ଘରେ କେବଳ ଫିଟ୍ କରିନିଅନ୍ତୁ ଏହି ଛୋଟ ଡିଭାଇସ୍

ଅଧିକ ପଢ଼ନ୍ତୁ:-ବଡ଼ ଖୁସି ଖବର! ଦୀପାବଳୀ ପୂର୍ବରୁ ଦରମା ସହ ମିଳିବ ବକେୟା ଟଙ୍କା, ଅର୍ଥ ବିଭାଗ ଜାରି କଲା ଆଦେଶ

ଅଧିକ ପଢ଼ନ୍ତୁ:-'ଋଷଭ ପନ୍ତଙ୍କୁ ଚିନ୍ତିତ ହେବାର ଆବଶ୍ୟକତା ରହିଛି, କାରଣ ତାଙ୍କ ସ୍ଥାନ ଅନ୍ୟ କେହି ନେବାକୁ ଯାଉଛନ୍ତି'

 

ଆପଣଙ୍କୁ କହି ରଖୁଛୁ ଯେ, ସମୟ ସମୟରେ ସରକାର ରାସନ କାର୍ଡ ଯାଞ୍ଚ କରନ୍ତି । ବିଗତ ଦିନରେ ସଂସଦରେ କେନ୍ଦ୍ର ସରକାର ଦେଇଥିବା ସୂଚନାରେ କୁହାଯାଇଥିଲା ଯେ,  ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଦେଶରେ ନକଲ, ଅଯୋଗ୍ୟ ଏବଂ ଜାଲି ୨ କୋଟି ୪୧ ଲକ୍ଷ ରାସନ କାର୍ଡ ବାତିଲ କରାଯାଇଛି । ଏହି ସମୟ ମଧ୍ୟରେ ୟୁପିରେ ସର୍ବାଧିକ ସଂଖ୍ୟକ ରାସନ କାର୍ଡ ବାତିଲ ହୋଇଥିଲା । ଉତ୍ତର ପ୍ରଦେଶରେ ପ୍ରାୟ ୧.୪୨ କୋଟି ରାସନ କାର୍ଡ ବାତିଲ କରାଯାଇଛି ।