Ola Electric IPO price band set at ₹72-76 per share : ଖୁବଶୀଘ୍ର ଇଲେକ୍ଟ୍ରିକ୍ ସ୍କୁଟି କମ୍ପାନି ‘ଓଲା’ ଆଇପିଓ ଖୋଲିବାକୁ ଯାଉଛି । ଇଲେକ୍ଟ୍ରିକ୍ ଓଲା ଆଇପିଓର ପ୍ରାଇସ୍ ବ୍ୟାଣ୍ଡ ୭୨ରୁ ୭୬ ଟଙ୍କା ଧାର୍ଯ୍ୟ କରାଯାଇଛି । ଅଗଷ୍ଟ ୨ ତାରିଖରୁ ରିଟେଲ୍ ନିବେଶକଙ୍କ ପାଇଁ ଏହା ଖୋଲିବ ।
Trending Photos
Ola Electric sets price band of Rs 72-76 per share for IPO : ଖୁବଶୀଘ୍ର ଇଲେକ୍ଟ୍ରିକ୍ ସ୍କୁଟି କମ୍ପାନି ‘ଓଲା’ ଆଇପିଓ ଖୋଲିବାକୁ ଯାଉଛି । ଇଲେକ୍ଟ୍ରିକ୍ ଓଲା ଆଇପିଓର ପ୍ରାଇସ୍ ବ୍ୟାଣ୍ଡ ୭୨ରୁ ୭୬ ଟଙ୍କା ଧାର୍ଯ୍ୟ କରାଯାଇଛି ।ଆଜି (ସୋମବାର)କମ୍ପାନି ପ୍ରାଇସ୍ ବ୍ୟାଣ୍ଡର ସୂଚନା ବିଜ୍ଞାପନ ମାଧ୍ୟମରେ ଜାରି କରିଛି । ଅଗଷ୍ଟ ୨ ତାରିଖରୁ ରିଟେଲ୍ ନିବେଶକଙ୍କ ପାଇଁ ଏହା ଖୋଲିବ । ଏହି ଓଲା ଇଲେକ୍ଟ୍ରିକ୍ ଚଳିତ ବର୍ଷର ସବୁଠୁ ବଡ଼ ଆଇପିଓ ହେବ।
ସୂଚନା ଅନୁଯାୟୀ, କମ୍ପାନି ସଫ୍ଟ ବ୍ୟାଙ୍କିରେ ମଧ୍ଯ ପଇସା ଲଗାଇଛି । ଆସନ୍ତୁ ଜାଣିବା ଏହାର ଗ୍ରେ ମାର୍କେଟ୍ ସହିତ ଅନ୍ୟାନ୍ୟ ତଥ୍ୟ ବିଷୟରେ:-
ସୋମବାର ଫାଇନାସିଆଲ୍ ଏକ୍ସପ୍ରେସରେ ଜାରି ହୋଇଥିବା ବିଜ୍ଞାପନ ଅନୁଯାୟୀ,କମ୍ପାନି ଆଇରିଓ ର ପ୍ରାଇସ୍ ବ୍ୟାଣ୍ଡ ୭୨ ଟଙ୍କାରୁ ୭୬ ଟଙ୍କା ପ୍ରତି ସେୟାର ରହିଛି ।ଓଲା କମ୍ପାନି ନିଜ କର୍ମଚାରୀଙ୍କ ପାଇଁ ଆଇପିଓରେ ୭ଟା ହ୍ରାସ କରିଛି । ଏହି
ଆଇପିଓର ସାଇଜ୍ ୭୪୦ ମିଲିୟନ ଡଲାର ରହିଛି । ଓଲା ଇଲେକ୍ଟ୍ରିକ୍ ଆଇପିଓ ରିଟେଲ୍ ନିବେଶକ ପାଇଁ ଆଗଷ୍ଟ ୨ରୁ ୬ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ ।ମାତ୍ର ବଡ଼ ନିବେଶକ ମାନଙ୍କ ପାଇଁ ଅଗଷ୍ଟ ପହିଲାରୁ ଆଇପିଓ ଉପରେ ନିବେଶ କରିପାରିବେ।
ନ୍ୟୁଜ୍ ଏଜେନ୍ସି ରୟଟର୍ସ ଅନୁଯାୟୀ, ଓଲା ଇଲେକ୍ଟ୍ରିକ୍ ଆଇପିଓ ଉପରେ Fidelity, Nomura ଓ Norges Bank ଉପରେ ନିବେଶ କରିପାରନ୍ତି । କମ୍ପାନି ନୂଆ ସେୟାର ଜାରି କରି ୬୬୦ ମିଲିୟନ ଡଲାର ସଂଗ୍ରହ ପାଇଁ ଚେଷ୍ଟା କରିବ । କମ୍ପାନି ସଂସ୍ଥାପକ ଭବେଶ ଅଗ୍ରଓ୍ବାଲ ପ୍ରାୟ ୮୦ ମିଲିୟନ ଡଲାର ଅଂଶଧନ ହ୍ରାସ କରିପାରନ୍ତି । କମ୍ପାନି ପକ୍ଷରୁ ଜାରି ହୋଇଥିବା ବିଜ୍ଞାପନରେ ଆଇପିଓର ୧୦ ପ୍ରତିଶତ ଅଂଶ ରେଟେଲ୍ ନିବେଶକଙ୍କ ପାଇଁ ସଂରକ୍ଷିତ ରହିବ।