ଟାଟା ମାଲିକାନାକୁ ଯିବ ଓଡ଼ିଶାରେ ଥିବା ଏହି ସରକାରୀ କମ୍ପାନୀ: ଜୁଲାଇରେ କରାଯିବ ହସ୍ତାନ୍ତର
Advertisement
Article Detail0/zeeodisha/odisha1233814

ଟାଟା ମାଲିକାନାକୁ ଯିବ ଓଡ଼ିଶାରେ ଥିବା ଏହି ସରକାରୀ କମ୍ପାନୀ: ଜୁଲାଇରେ କରାଯିବ ହସ୍ତାନ୍ତର

Neelachal Ispat Nigam Limited: ଓଡ଼ିଶାରେ ଥିବା ଏହି ସରକାରୀ କମ୍ପାନୀ ମଧ୍ୟ ବହୁ କ୍ଷତିରେ ଚାଲିଛି ଓ ୩୦ ମାର୍ଚ୍ଚ ୨୦୨୦ ଠାରୁ ଏହି କାରଖାନା ବନ୍ଦ ଅଛି । ୩୧ ମାର୍ଚ୍ଚ ୨୦୨୧ ସୁଦ୍ଧା କମ୍ପାନୀର ୬,୬୦୦ କୋଟିରୁ ଅଧିକ ଋଣ ଓ କରଜରେ ଅଛି ।

ସାଙ୍କେତିକ ଫଟୋ

ନୂଆଦିଲ୍ଲୀ: ଓଡ଼ିଶାରେ ଥିବା ନୀଳାଞ୍ଚଳ ଇସ୍ପାତ ନିଗମ୍ ଲିମିଟେଡ୍ (Neelachal Ispat Nigam Limited) କୁ ଟାଟା ଗ୍ରୁପର (Tata Group) ଏକ ଫାର୍ମକୁ ହସ୍ତାନ୍ତର କରିବା କାମ ଜୁଲାଇ ମାସ ମଧ୍ୟଭାଗରେ ଶେଷ ହେବାର ସମ୍ଭାବନା ରହିଛି । ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଟାଟା ଷ୍ଟିଲର ଏକ ୟୁନିଟ୍ ଟାଟା ଷ୍ଟିଲ୍ ଲଙ୍ଗ୍ ପ୍ରଡକ୍ଟସ୍ (TSLP) ଚଳିତ ବର୍ଷ ଜାନୁଆରୀରେ ୧୨,୧୦୦ କୋଟି ଟଙ୍କାର ଏକ ଏଣ୍ଟରପ୍ରାଇଜ୍ ମୂଲ୍ୟରେ NINL ରେ ୯୩.୭୧ ପ୍ରତିଶତ ଅଂଶଧନ ହାସଲ କରିବାକୁ ଏକ ଟେଣ୍ଡର ଜିତିଥିଲା ।​ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍, ନାଲୱା ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍ ଓ ଜେଏସଡବ୍ଲୁ ଷ୍ଟିଲ ଲିମିଟେଡର ଏକ ଗଠବନ୍ଧନକୁ ପଛରେ ପକାଇ ଏହି ସଫଳତା ହାସଲ କରିଛି ।

ଶେଷ ପର୍ଯ୍ୟାୟରେ ଅଛି କାରବାର 
ଜଣେ ଅଧିକାରୀ ପିଟିଆଇକୁ କହିଛନ୍ତି, "ଲେଣଦେଣ କାମ ଅନ୍ତିମ ପର୍ଯ୍ୟାୟରେ ଅଛି ଓ ଆସନ୍ତା ମାସ ମଝିରେ ଟ୍ରାନ୍ସଫର ହୋଇଯିବ ।" ଯେହେତୁ କମ୍ପାନୀରେ ସରକାରଙ୍କର କୌଣସି ଅଂଶଧନ ନାହିଁ, ଏଥିପାଇଁ ବିକ୍ରୟର ଆୟ ରାଜକୋଷରେ ଜମାହେବା ନାହିଁ ଓ ଏଥିପାଇଁ ଚାରିଟି CPSE ଓ ଓଡିଶା ସରକାରଙ୍କ ଦୁଇଟି PSU କୁ ଯିବ ।"

କମ୍ପାନୀ ଉପରେ ରହିଛି ବୃହତ ଋଣ ବୋଝ
କହି ରଖୁଛୁ ଯେ ନୀଳାଞ୍ଚଳ ଇସ୍ପାତ ନିଗମ୍ ଲିମିଟେଡ୍ ୧.୧ MT କ୍ଷମତା ବିଶିଷ୍ଟ ଓଡ଼ିଶାର କଳିଙ୍ଗନଗରରେ ଏକ ଇଣ୍ଟିଗ୍ରେଟେଡ୍ ଷ୍ଟିଲ ପ୍ଲାଣ୍ଟ ଅଛି । ଏହି ସରକାରୀ କମ୍ପାନୀ ମଧ୍ୟ ବହୁ କ୍ଷତିରେ ଚାଲିଛି ଓ ୩୦ ମାର୍ଚ୍ଚ ୨୦୨୦ ଠାରୁ ଏହି କାରଖାନା ବନ୍ଦ ଅଛି । ୩୧ ମାର୍ଚ୍ଚ ୨୦୨୧ ସୁଦ୍ଧା କମ୍ପାନୀର ୬,୬୦୦ କୋଟିରୁ ଅଧିକ ଋଣ ଓ କରଜରେ ଅଛି । ଯେଉଁଥିରେ ପ୍ରମୋଟରଙ୍କ ୪,୧୧୬ କୋଟି, ବ୍ୟାଙ୍କର ୧,୭୪୧ କୋଟି ଟଙ୍କା ଓ କର୍ମଚାରୀଙ୍କ ବୃହତ ଦେୟ ସାମିଲ ରହିଛି ।

ଏହା ବି ପଢ଼ନ୍ତୁ: ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି Netflix ସବସ୍କ୍ରିପସନ୍; କେବଳ କରିବାକୁ ହେବ ଏହି କାମ

ଏହା ବି ପଢ଼ନ୍ତୁ: ଦିଲ୍ଲୀ ହୃଦୟରେ ଏବେବି କେଜ୍ରିୱାଲ; ହାରିଲା ବିଜେପି କିନ୍ତୁ କଂଗ୍ରେସର ସ୍ଥିତି ନ କହିଲେ ଭଲ