LIC Dhan Varsha Plan: ଥରେ ପ୍ରିମିୟମ ଜମା କରି ପାଇପାରିବେ ୧୦ ଗୁଣା ଅଧିକ ଟଙ୍କା, ଜାଣନ୍ତୁ ଏହି ପଲିସିର ଅନ୍ୟାନ୍ୟ ଲାଭ
Advertisement
Article Detail0/zeeodisha/odisha1403190

LIC Dhan Varsha Plan: ଥରେ ପ୍ରିମିୟମ ଜମା କରି ପାଇପାରିବେ ୧୦ ଗୁଣା ଅଧିକ ଟଙ୍କା, ଜାଣନ୍ତୁ ଏହି ପଲିସିର ଅନ୍ୟାନ୍ୟ ଲାଭ

LIC Dhan Varsha Plan: ଯଦି ପଲିସି ଧାରକଙ୍କ ପଲିସି ଅବଧିରେ ମୃତ୍ୟୁ ଘଟେ, ତେବେ ଏହି ପ୍ଲାନରେ ପରିବାର ପାଇଁ ନଗଦ ସହାୟତା ଯୋଗାଇବ ଦିଆଯିବ । ମ୍ୟାଚ୍ୟୋରିଟି ତାରିଖରେ ଏହା ଅବଶିଷ୍ଟ ଜୀବନ ପାଇଁ ଏକ ସୁନିଶ୍ଚିତ ରାଶି ପ୍ରଦାନ କରିଥାଏ । LIC ର ଏହି ପଲିସି ପ୍ଲାନ୍ ମେଡିକାଲ କ୍ଲେମ୍ ଓ ନନ୍ ମେଡିକାଲ କ୍ଲେମ୍ ଉଭୟ ସହ ଉପଲବ୍ଧ ରହିଛି, ଯାହା  ବୀମା ଅବଧି, ରାଶି ଉପରେ ନିର୍ଭର କରିଥାଏ ।

LIC Dhan Varsha Plan: ଥରେ ପ୍ରିମିୟମ ଜମା କରି ପାଇପାରିବେ ୧୦ ଗୁଣା ଅଧିକ ଟଙ୍କା, ଜାଣନ୍ତୁ ଏହି ପଲିସିର ଅନ୍ୟାନ୍ୟ ଲାଭ

ନୂଆଦିଲ୍ଲୀ: LIC Dhan Varsha Plan: ଭାରତୀୟ ଜୀବନ ବୀମା ନିଗମ (LIC) ଏକ ନୂତନ ପ୍ଲାନ୍ ଆଣିଛି । ଏହି ପ୍ଲାନରେ ଆପଣ ଥରେ ପ୍ରିମିୟମ୍ ପେମେଣ୍ଟ ଜମା କରିବାର ଲାଭ ଉଠାଇପାରିବେ । LIC ର ନୂତନ ଧନ ବର୍ଷା ପ୍ଲାନ୍ (LIC Dhan Varsha Plan) ପିଲିସି ଧାରକମାନଙ୍କୁ ବୋନସ୍ ଓ ୧୦ ଗୁଣ ରିସ୍କ କଭରର ସୁବିଧା ଦେବ । ଆହୁରି ମଧ୍ୟ ବାରମ୍ବାର ପ୍ରିମିୟମ ଜମା କରିବାର କୌଣସି ଅସୁବିଧା ନାହିଁ । LIC ର ଧନ ବର୍ଷା ପ୍ଲାନ୍ ହେଉଛି ଏକ ଅଣ-ଲିଙ୍କ୍, ନନ୍-ପାର୍ଟିଶିପେଟ୍, ବ୍ୟକ୍ତିଗତ, ସଞ୍ଚୟ, ସିଙ୍ଗଲ୍ ପ୍ରିମିୟମ୍ ଜୀବନ ବୀମା ପ୍ଲାନ୍ । ଯାହା ସୁରକ୍ଷା ସହିତ ସଞ୍ଜୟର ବିକଳ୍ପ ପ୍ରଦାନ କରେ । ଯଦି ପଲିସି ଧାରକଙ୍କ ପଲିସି ଅବଧିରେ ମୃତ୍ୟୁ ଘଟେ, ତେବେ ଏହି ପ୍ଲାନରେ ପରିବାର ପାଇଁ ନଗଦ ସହାୟତା ଯୋଗାଇବ ଦିଆଯିବ । ମ୍ୟାଚ୍ୟୋରିଟି ତାରିଖରେ ଏହା ଅବଶିଷ୍ଟ ଜୀବନ ପାଇଁ ଏକ ସୁନିଶ୍ଚିତ ରାଶି ପ୍ରଦାନ କରିଥାଏ । LIC ର ଏହି ପଲିସି ପ୍ଲାନ୍ ମେଡିକାଲ କ୍ଲେମ୍ ଓ ନନ୍ ମେଡିକାଲ କ୍ଲେମ୍ ଉଭୟ ସହ ଉପଲବ୍ଧ ରହିଛି, ଯାହା  ବୀମା ଅବଧି, ରାଶି ଉପରେ ନିର୍ଭର କରିଥାଏ ।

LIC Dhan Varsha Plan ର ଲାଭ 

ମ୍ୟାଚ୍ୟୋରିଟିର ଲାଭ: ପଲିସିର ମ୍ୟୋଚ୍ୟୋରିଟି ପରେ ପଲିସି ଧାରକମାନଙ୍କୁ ରାଶି ସୁନିଶ୍ଚିତ ଓ ଗ୍ୟାରେଣ୍ଟିଡ ଏଡିଶନାଲ ରାଶି ପ୍ରଦାନ କରାଯାଏ । ତଥାପି, ଏକ ସର୍ତ୍ତ ଅଛି ଯେ ବୀମାଭୁକ୍ତ ବ୍ୟକ୍ତିଙ୍କ ସହିତ କୌଣସି ଅଘଟଣ ନ ଘଟୁ ।

ଗ୍ୟାରେଣ୍ଟିଡ ଏଡିଶନ୍ସ: ଏହି ପଲିସି ଅନୁଯାୟୀ ଧାରକମାନଙ୍କୁ ପ୍ରତିବର୍ଷ ଏଡିଶନ୍ସ ବୋନସ୍ ଦିଆଯାଏ । ତଥାପି, ସୁନିଶ୍ଚିତ ଗ୍ୟାରେଣ୍ଟିଡ ଏଡିଶନ୍ସ ମୂଳ ରାଶି, ପଲିସିର ଅବଧି ଏବଂ ମନୋନୀତ ବିକଳ୍ପ ଉପରେ ନିର୍ଭର କରିବ ।

୧୦ ଗୁଣ ମିଳିବ ରିସ୍କ କଭର 

ଏହି ପ୍ଲାନ୍ ଅଧୀନରେ ଆପଣ ୧୦ ଗୁଣ ରିସ୍କ କଭର ପାଇପାରିବେ । ଏଥିରେ ଆପଣଙ୍କୁ ଦୁଇଟି ନିବେଶ ବିକଳ୍ପ ଦିଆଯାଇଛି, ଯେଉଁଥିରେ ଆପଣ ବିଭିନ୍ନ ସୁବିଧା ପାଇପାରିବେ । ପ୍ରଥମ ବିକଳ୍ପ ବାଛିବା ଉପରେ ପଲିସି ଧାରକଙ୍କୁ ଜମା ହୋଇଥିବା ପ୍ରିମିୟମ୍ ଉପରେ ୧.୨୫ ଗୁଣ Sum Assured ମିଲିବ । ଅର୍ଥାତ୍ ୧୦ ଲକ୍ଷ ପ୍ରିମିୟମ୍ ରାଶି ଜମା କରିବା ପରେ, ତାଙ୍କ ମୃତ୍ୟୁରେ ହେବା ଉପରେ ୧୨,୫ ଲକ୍ଷ ଟଙ୍କା ଗ୍ୟାରେଣ୍ଟିଡ୍ ଆଡିଶନ୍ ସହ ନୋମିନୀଙ୍କୁ ମିଳିବ । ଅନ୍ୟପକ୍ଷରେ, ଦ୍ୱିତୀୟ ବିକଳ୍ପ ଅଧୀନରେ ଜମା ହୋଇଥିବା ପ୍ରିମିୟମ୍ ଉପରେ ୧୦ ଗୁଣା ରିସ୍କ ମିଳିବ । ଅର୍ଥାତ୍ ୧୦ ଲକ୍ଷ ଟଙ୍କା ପ୍ରିମିୟମରେ ନୋମିନୀଙ୍କୁ ୧ କୋଟି ଟଙ୍କା ନଗଦ ମିଳିବ ।

ଅଧିକ ପଢ଼ନ୍ତୁ:-ହରଭଜନ ସିଂ ବାଛିଲେ ପାକିସ୍ତାନ ବିପକ୍ଷରେ ମହାମୁକାବିଲା ପାଇଁ ଭାରତର ଚୂଡ଼ାନ୍ତ ଏକାଦଶ, ଏହି ୩ ଷ୍ଟାର୍ ଖେଳାଳିଙ୍କୁ ଦେଲେନି ସ୍ଥାନ

ଅଧିକ ପଢ଼ନ୍ତୁ:-'ପାକିସ୍ତାନକୁ ଭାରତ ବିପକ୍ଷରେ ଅକ୍ଟୋବର ୨୩ରେ ଟି-20 ବିଶ୍ୱକପରେ ଖେଳିବା ଉଚିତ ନୁହେଁ'

ଅଧିକ ପଢ଼ନ୍ତୁ:-ସିନ୍ଦେ-ଫଡନାଭିସଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହେଲେ ପାୱାର, ମହାରାଷ୍ଟ୍ର CM କହିଲେ- କିଛି ଲୋକଙ୍କ ହଜିଯିବ ନିଦ

 

କିଏ ଏହାର ଫାଇଦା ନେଇପାରିବ 

LIC ଧନ ବର୍ଷା ପଲିସିରେ ଉଭୟ ବିକଳ୍ପରେ ୧୫ ବର୍ଷର ଟର୍ମ ପ୍ଲାନ୍ ଚୟନ କରିପାରିବେ । ତେବେ ପଲିସି ନେବାର ସର୍ବନିମ୍ନ ବୟସ ୩ ବର୍ଷ ରହିଛି । ଅନ୍ୟ ପଟେ ଯଦି ଆପଣ ୧୦ ବର୍ଷର ଅବଧି ବାଛନ୍ତି, ତେବେ ଏହି ଅବଧି ୮ ବର୍ଷ ହେବ । ଯେଉଁଠାରେ ସର୍ବାଧିକ ବୟସ ୬୦ ବର୍ଷ ହେବ ଯଦି ଆପଣ ପ୍ରଥମ ବିକଳ୍ପ ବାଛନ୍ତି ଓ ଯଦି ଆପଣ ୧୦ ଗୁଣ ରିସ୍କ କଭର୍ ନେଉଛନ୍ତି ତେବେ ଆପଣ ଏହି ପ୍ଲାନରେ କେବଳ ୪୦ ବର୍ଷ ବୟସ ପର୍ଯ୍ୟନ୍ତ ୧୦ ବର୍ଷ ଅବଧିରେ ସାମିଲ ହୋଇପାରିବେ । ଦ୍ୱିତୀୟ ବିକଳ୍ପ ଅଧୀନରେ ଯଦି ଆପଣ ୧୫ ବର୍ଷର ଅବଧି ନିଅନ୍ତି, ତେବେ ସର୍ବାଧିକ ବୟସ ୩୫ ବର୍ଷ ଦିଆଯିବ ।