Atal Pension Yojana: ଅଟଳ ପେନସନ୍ ଯୋଜନାରେ ଆସିଲା ନୂଆ ଅପଡେଟ୍, ଶୀଘ୍ର କରନ୍ତୁ ଏହି କାମ
Advertisement

Atal Pension Yojana: ଅଟଳ ପେନସନ୍ ଯୋଜନାରେ ଆସିଲା ନୂଆ ଅପଡେଟ୍, ଶୀଘ୍ର କରନ୍ତୁ ଏହି କାମ

  ଅଟଳ ପେନସନ ଯୋଜନା (APY) ରେ ଏକ ନୂଆ ଅପଡେଟ୍ କରାଯାଇଛି। ଯଦି APYରେ ଖାତା ଅଛି ଅବା ନୂଆ ପେସନସନ ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ଜାଣିବା ଜରୁରୀ। ଯେଉଁ ବ୍ୟକ୍ତିମାନେ ଆୟକର ଦେଉଛନ୍ତି ସେମାନେ ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା APY ସବସ୍କ୍ରାଇବ କରିପାରିବେ। ଏହା ପରେ ସେମାନଙ୍କୁ ଆଉ ସୁଯୋଗ ମ

Atal Pension Yojana: ଅଟଳ ପେନସନ୍ ଯୋଜନାରେ ଆସିଲା ନୂଆ ଅପଡେଟ୍, ଶୀଘ୍ର କରନ୍ତୁ ଏହି କାମ

Atal Pension Yojana Update:  ଅଟଳ ପେନସନ ଯୋଜନା (APY) ରେ ଏକ ନୂଆ ଅପଡେଟ୍ କରାଯାଇଛି। ଯଦି APYରେ ଖାତା ଅଛି ଅବା ନୂଆ ପେସନସନ ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ଜାଣିବା ଜରୁରୀ। ଯେଉଁ ବ୍ୟକ୍ତିମାନେ ଆୟକର ଦେଉଛନ୍ତି ସେମାନେ ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା APY ସବସ୍କ୍ରାଇବ କରିପାରିବେ। ଏହା ପରେ ସେମାନଙ୍କୁ ଆଉ ସୁଯୋଗ ମିଳିବ ନାହିଁ। ତେବେ ଅଟଳ ପେନସନ ଯୋଜନାର ଲାଭ ଉଠାଇବା ପାଇଁ ଇଚ୍ଛୁକ ବ୍ୟକ୍ତି ସେପ୍ଟେମ୍ବର ୩୦ ପୂର୍ବରୁ ସବସ୍କ୍ରାଇବ କରିନିଅନ୍ତୁ। 

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ କେନ୍ଦ୍ର ସରକାର ଅଟଳ ପେନସନ ଯୋଜନା (APY) ଚଳାଇଛନ୍ତି। ୨୦୧୫ ଜୁନ ପହିଲାରେ ଏହି ପେନସନ ଯୋଜନାର ଶୁଭାରମ୍ଭ ହୋଇଥିଲା। ଏଥିରେ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ସାମାଜିକ ସୁରକ୍ଷା ଦେବାକୁ ସରକାର ପ୍ରତିଶୃତି ଦେଇଛନ୍ତି। APYରେ ଏକ ନିର୍ଦ୍ଧିଷ୍ଟ ଅର୍ଥ ବିନିଯୋଗ କଲେ ୬୦ ବର୍ଷ ବୟସ ପରେ ଗ୍ୟାରେଣ୍ଟି ପେନସନର ବ୍ୟବସ୍ଥା ଅଛି। ଏଥିରେ ଯୋଗ୍ୟ ଖାତାଧାରୀଙ୍କୁ ମାସିକ ହଜାରେରୁ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ମିଳିଥାଏ।

Also Read: Ministry of Finance in UPI service charges: UPI ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର

ତେବେ ଅଟଳ ପେନସନ ଯୋଜନାରେ କେନ୍ଦ୍ର ସରକାର ଏକ ନୂଆ ଅପଡେଟ୍ ଆଣିଛନ୍ତି। ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ (ITR) ଭରୁଥିବା ବ୍ୟକ୍ତିମାନେ ୩୦ ସେପ୍ଟେମ୍ବର ସୁଦ୍ଧା ହିଁ APYରେ ଲବସ୍କ୍ରାଇବ କରିପାରିବେ। ଏହି ସମୟ ସୀମା ଶେଷ ହେବା ପରେ ITR ଭରୁଥିବା ବ୍ୟକ୍ତି ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ। ମାର୍ଚ୍ଚ ୨୦୨୨ ସୁଦ୍ଧା APYରେ ପଞ୍ଜିକୃତ ବ୍ୟକ୍ତିଙ୍କ ସଂଖ୍ୟା ଚାରି କୋଟି ଟପିଛି। ପୂର୍ବ ନିର୍ଦ୍ଦେଶନାମାରେ ସରକାର କହିଥିଲେ ଯେ, ଅକ୍ଟୋବର ପହିଲାରୁ କୌଣସି ଆୟକରଦାତା APYରେ ନିବେଶ କରିପାରିବେ ନାହିଁ। 

ଯଦି ଆପଣ ଆୟକର ଦେଉଛନ୍ତି ତେବେ ୩୦ ସେପ୍ଟେମ୍ବର ପୂର୍ବରୁ ନିଜ ନାମକୁ APYରେ ପଞ୍ଜିକୃତ କରି ପେନସନ ଖାତା ଖୋଲିନିଅନ୍ତୁ। ନଚେତ ଏହାର ଲାଭ ଉଠାଇପାରିବେ ନାହିଁ। ଅଟଳ ପେନସନ ଯୋଜନାର ନିୟମାନୁସାରେ, ୧୮ରୁ ୪୦ ବର୍ଷ ବୟସର ଯେକୌଣସି ବ୍ୟକ୍ତି ଏଥିରେ ପଞ୍ଜିକୃତ କରିପାରିବେ। ଏହା ପରେ ଉକ୍ତ ବ୍ୟକ୍ତିଙ୍କୁ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ଏକ ସଞ୍ଚୟ ଖାତା ଖୋଲିବାକୁ ପଡିବ। ଆପଣଙ୍କ ସବସ୍କ୍ରିପସନ ଅନୁସାରେ ପ୍ରତିମାସରେ ସଞ୍ଚୟ ଖାତାରୁ ସର୍ବନିମ୍ନ ୪୨ ଓ ସର୍ବାଧିକ ୧୪୫୪ ଟଙ୍କା କଟିବ। ଆଉ ଆପଣଙ୍କୁ ୬୦ ବର୍ଷ ବୟସ ହେଲା ପରେ ମାସିକ ହଜାରେରୁ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍ ମିଳିବ। 

ଅଟଳ ପେନସନ ଯୋଜନାରେ ପଞ୍ଜିକରଣ ପାଇଁ ଯୋଗ୍ୟତା

୧୮ରୁ ୪୦ ବର୍ଷ ବୟସ୍କ ସମସ୍ତ ଭାରତୀୟ ନାଗରିକ APYରେ ସାମିଲ ହୋଇ ପାରିବେ।
ଆଧାରକୁ ପ୍ରାଥମିକ ପରିଚୟ ପତ୍ର (କେୱାଇସି) ରୂପେ ଗ୍ରହଣ କରାଯିବ।

Also Read: CBSE compartment exams: ଆସନ୍ତାକାଲିଠୁ ଦଶମ ଓ ଦ୍ୱାଦଶ ପରୀକ୍ଷା, ଜାଣନ୍ତୁ ଗାଇଡଲାଇନ୍

ଖିଲାପ କଲେ ଜୋରିମାନା

ଯଦି ଜମା କରିବାରେ ବିଳମ୍ବ ହୁଏ, ତାହେଲେ ବ୍ୟାଙ୍କମାନେ ସଭ୍ୟମାନଙ୍କଠାରୁ ୧ ଟଙ୍କାରୁ ୧୦ ଟଙ୍କା ପର୍ଯ୍ୟନ୍ତ ମାସିକ ଅତିରିକ୍ତ ରାଶି ଆଦାୟ କରିବେ।

ଯଦି ନିବେଶ ବନ୍ଦ ହୋଇଯାଏ

  • ୬ ମାସ ପରେ ଖାତା ସ୍ଥିର ହୋଇଯିବ।
  • ୧୨ ମାସ ପରେ ଖାତା ଅଚଳ ହୋଇଯିବ।
  • ୨୪ ମାସ ପରେ ଖାତା ବନ୍ଦ ହୋଇଯିବ।

୬୦ ବର୍ଷ ପୂର୍ଣ୍ଣ ହୋଇଗଲେ APYରୁ ପେନସନ୍ ଫଣ୍ଡକୁ ଶତ ପ୍ରତିଶତ ଏନ୍ୟୁଟି ପ୍ରାପ୍ତ ହେବେ ଏବଂ ଖାତାଧାରକ ମାସିକ ପେନସନ୍ ପାରିବେ।

କୌଣସି କାରଣରୁ ଜମାକାରୀଙ୍କ ମୃତ୍ୟୁ ହେଲେ ଜମାକାରୀଙ୍କର ସ୍ଵାମୀ କିମ୍ବା ସ୍ତ୍ରୀଙ୍କୁ ପେନସନ୍ ମିଳିବ। ସ୍ଵାମୀ କିମ୍ବା ସ୍ତ୍ରୀଙ୍କର ମୃତ୍ୟୁ ହେଲେ ପେନସନ୍ କୋଷର ସମସ୍ତ ଜମା ତାଙ୍କର ମନୋନୀତ ବ୍ୟକ୍ତିଙ୍କୁ ମିଳିବ।