Gold and Silver price: ପାର୍ବଣରେ ଖୁସି ଖବର! ଶସ୍ତା ହେଲା ସୁନା ଅଳଙ୍କାର, ଘରେ ବସି ଏମିତି ଦେଖନ୍ତୁ ରେଟ୍
Advertisement
Article Detail0/zeeodisha/odisha1335022

Gold and Silver price: ପାର୍ବଣରେ ଖୁସି ଖବର! ଶସ୍ତା ହେଲା ସୁନା ଅଳଙ୍କାର, ଘରେ ବସି ଏମିତି ଦେଖନ୍ତୁ ରେଟ୍

ଇଣ୍ଡିଆନ୍ ବୁଲିୟନ୍ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) କେନ୍ଦ୍ର ସରକାର ଘୋଷଣା କରିଥିବା ଛୁଟିଦିନ ବ୍ୟତୀତ ଶନିବାର ଏବଂ ରବିବାର ଦିନ ସୁନା ଓ ରୁପା ଦର ଜାରି କରନ୍ତି ନାହିଁ। ଗତ ବାଣିଜ୍ୟ ସପ୍ତାହର ପଞ୍ଚମ ତଥା ଶେଷ ଦିନରେଦଶ ଗ୍ରାମ ପ୍ରତି ସୁନା ୧୭୫ ଟଙ୍କା ମହଙ୍ଗା ହୋଇ ୫୦୫୮୪ ଟଙ୍କାରେ ବନ୍ଦ ହୋଇଗଲା। ଗୁରୁବାରର ଶେଷ ବାଣିଜ୍ୟ ଦିନରେ ସୁନା ଦାମ ୧୦ ଗ୍ରାମ ପିଛା ୫୦୪୦୯ ଟଙ୍କା ଥିଲା। 

Gold and Silver price: ପାର୍ବଣରେ ଖୁସି ଖବର! ଶସ୍ତା ହେଲା ସୁନା ଅଳଙ୍କାର, ଘରେ ବସି ଏମିତି ଦେଖନ୍ତୁ ରେଟ୍

Gold and Silver price: ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଛି। ଆଗକୁ ଦୁର୍ଗା ପୂଜା ଏବଂ ଦିପାବଳୀ ଭଳି ପର୍ବ ଆସିବାକୁ ଯାଉଛି। ଏହିପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ ଶସ୍ତାରେ ସୁନା ଓ ରୂପା କିଣିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଅଛି। ଗତ ୪ ମାସର ସୁନା ଦର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଗତ ତିନି ସପ୍ତାହ ମଧ୍ୟରେ କ୍ରମାଗତ ଭାବେ ହ୍ରାସ ହୋଇ ସୁନା ୨୦୫୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି। ଏହି ସମୟରେ ରୂପା ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୬୭୦୦ ଟଙ୍କା ହ୍ରାସ ପାଇଛି। ବର୍ତ୍ତମାନ ସୁନା ୧୦ ଗ୍ରାମ ପିଛା ୫୦୫୮୪ ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ ୫୨୪୭୨ ଟଙ୍କା ବିକ୍ରି ହେଉଛି। 

ସୂଚନାଯୋଗ୍ୟ, ଇଣ୍ଡିଆନ୍ ବୁଲିୟନ୍ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) କେନ୍ଦ୍ର ସରକାର ଘୋଷଣା କରିଥିବା ଛୁଟିଦିନ ବ୍ୟତୀତ ଶନିବାର ଏବଂ ରବିବାର ଦିନ ସୁନା ଓ ରୁପା ଦର ଜାରି କରନ୍ତି ନାହିଁ। ଗତ ବାଣିଜ୍ୟ ସପ୍ତାହର ପଞ୍ଚମ ତଥା ଶେଷ ଦିନରେଦଶ ଗ୍ରାମ ପ୍ରତି ସୁନା ୧୭୫ ଟଙ୍କା ମହଙ୍ଗା ହୋଇ ୫୦୫୮୪ ଟଙ୍କାରେ ବନ୍ଦ ହୋଇଗଲା। ଗୁରୁବାରର ଶେଷ ବାଣିଜ୍ୟ ଦିନରେ ସୁନା ଦାମ ୧୦ ଗ୍ରାମ ପିଛା ୫୦୪୦୯ ଟଙ୍କା ଥିଲା। ଏଥି ସହିତ ରୂପା ୪୫୦ ଟଙ୍କା ମହଙ୍ଗା ହୋଇ କିଲୋଗ୍ରାମରେ ୫୨୪୭୨ ଟଙ୍କା ବନ୍ଦ ହୋଇଥିଲା। ଏହିପରି ଭାବରେ ଶୁକ୍ରବାର ୨୪ କ୍ୟାରେଟ୍ ସୁନା ୫୦୫୮୪ ଟଙ୍କା, ୨୩ କ୍ୟାରେଟ୍ ସୁନା ୫୦୩୮୧ ଟଙ୍କା, ୨୨ କ୍ୟାରେଟ୍ ସୁନା ୪୬୩୩୫ ଟଙ୍କା, ୧୮ କ୍ୟାରେଟ୍ ସୁନା ୩୭୯୩୮ ଟଙ୍କା ଏବଂ ୧୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୨୯୫୯୨ ଟଙ୍କା ଥିଲା।

Also Read: ଭାରତୀୟ ବ୍ୟଞ୍ଜନ ନାମରେ ବ୍ରିଟେନ ଶିଶୁର ନାମକରଣ, ସୋସିଆଲ ମିଡିଆରେ ଆସିଲା ଏମିତି ରିଆକ୍ସନ୍

ସୁନା ବର୍ତ୍ତମାନ ସର୍ବକାଳୀନ ୧୦ ଗ୍ରାମ ପିଛା ୫୬୧୬ ଟଙ୍କା ଶସ୍ତାରେ ବିକ୍ରି ହେଉଛି। ଅଗଷ୍ଟ ୨୦୨୦ ରେ ସୁନା ଏହାର ସର୍ବକାଳୀନ ମହଙ୍ଗା ହୋଇଥିଲା। ସେତେବେଳେ ସୁନା ଦଶ ଗ୍ରାମ ପ୍ରତି ୫୬୨୦୦ ଟଙ୍କା ଓ ରୁପାର ସର୍ବୋଚ୍ଚ ମୂଲ୍ୟ କିଲୋଗ୍ରାମ ପାଇଁ ୭୯୯୮୦ ଟଙ୍କା ଥିଲା। କିନ୍ତୁ ବର୍ତ୍ତମାନ ସୁନା ୧୦ ଗ୍ରାମ ପିଛା ୫୦୫୮୪ ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ ୫୨୪୭୨ ଟଙ୍କା ବିକ୍ରି ହେଉଛି। ତେବେ ଏହି ସମୟରେ ସୁନା ଗହଣା କିଣିବା ଏକ ଉପଯୁକ୍ତ ସମୟ। କାରଣ ଆଗକୁ ଏହା ମହଙ୍ଗା ହେବାର ସମ୍ଭାବନା ଅଛି। ତେଣୁ ଶସ୍ତା ଥିବା ସମୟରେ ସୁନା ଓ ରୁପା କିଣିବା ବୁଦ୍ଧିମତାର ପରିଚୟ। କାରଣ ଆଗକୁ ପାର୍ବଣ ସହ ବିବାହ ଋତୁ ମଧ୍ୟ ଆସିବାକୁ ଯାଉଛି।

ଘରେ ବସି ଜାଣିପାରିବେ ସୁନା ରୁପା ମୂଲ୍ୟ-

୨୨ କ୍ୟାରଟ ଏବଂ ୧୮ କ୍ୟାରଟ ସୁନା ଅଳଙ୍କାରର ମୂଲ୍ୟ ଜାଣିବା ପାଇଁ ଆପଣ 8955664433ରେ ଏକ ମିସ୍ କଲ ଦେଇପାରିବେ। ଅଳ୍ପ ସମୟ ମଧ୍ୟରେ SMS ମାଧ୍ୟମରେ ମୂଲ୍ୟ ଆସିଯିବ। ଏହା ବ୍ୟତୀତ www.ibja.co କିମ୍ବା ibjarates.comରେ ମଧ୍ୟ ସୁନା ରୁପାର ମୂଲ୍ୟ ଜାଣିପାରିବେ। ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସରକାର ଏକ ଆପ୍ ପ୍ରସ୍ତୁତ କରିଛନ୍ତି। ବିଏସ୍ କେୟାର ଆପରେ ଗ୍ରାହକମାନେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ, ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରିବେ ତାହା ନୁହେଁ, ବରଂ ଏହା ସହିତ ଜଡିତ କୌଣସି ଅଭିଯୋଗ ମଧ୍ୟ କରିପାରିବେ।

Also Read: UK କୁ ଟପିଲା, ବର୍ତ୍ତମାନ ଜାପାନକୁ ମାତ ଦେଇ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ ଭାରତ!

ହଲମାର୍କ ଦେଖି ସୁନା କିଣନ୍ତୁ-

ସୁନା କିଣିବାବେଳେ ଗ୍ରାହକମାନେ ଏହାର ଗୁଣର ଯାଞ୍ଚ କରିବା ଆବଶ୍ୟକ। ହଲମାର୍କ ଚିହ୍ନ ଦେଖିବା ପରେ ହିଁ ସୁନା ଅଳଙ୍କାର କିଣିବା ଉଚିତ୍। ହଲମାର୍କ ହେଉଛି ସୁନାର ଏକ ସରକାରୀ ଗ୍ୟାରେଣ୍ଟି। ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଏସ୍) ହେଉଛି ଭାରତର ଏକମାତ୍ର ଏଜେନ୍ସି ଯାହା ହଲମାର୍କ ନିର୍ଣ୍ଣୟ କରେ। ସୁନାର ଶୁଦ୍ଧତା ଚିହ୍ନିବା ପାଇଁ ISO ଦ୍ୱାରା ହଲ୍ ମାର୍କ ଦିଆଯାଏ। ୨୪ କ୍ୟାରେଟ୍ ସୁନାରେ ୯୯୯, ୨୩ କ୍ୟାରେଟ୍ ଉପରେ ୯୫୮, ୨୨ କ୍ୟାରେଟ୍ ଉପରେ ୯୧୬, ୨୧ କ୍ୟାରେଟ୍ ଉପରେ ୮୭୫ ଏବଂ ୧୮ କ୍ୟାରେଟ୍ ଉପରେ ୭୫୦ ଲେଖା ହୋଇଥାଏ।