7th Pay Commission: ବଡ଼ ଖବର! ପ୍ରୋଭିଡେଣ୍ଟ ଫଣ୍ଡକୁ ନେଇ ଜାରି ହେଲା ନୂଆ ନିୟମ, କର୍ମଚାରୀମାନଙ୍କୁ ମିଳିବ ଲାଭ
Advertisement
Article Detail0/zeeodisha/odisha1429700

7th Pay Commission: ବଡ଼ ଖବର! ପ୍ରୋଭିଡେଣ୍ଟ ଫଣ୍ଡକୁ ନେଇ ଜାରି ହେଲା ନୂଆ ନିୟମ, କର୍ମଚାରୀମାନଙ୍କୁ ମିଳିବ ଲାଭ

7th Pay Commission: କେନ୍ଦ୍ର ସରକାରୀଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସୀମା ଏକ ଆର୍ଥିକ ବର୍ଷ ପାଇଁ ସ୍ଥିର କରାଯାଇଛି । GPF ଏକ ପ୍ରକାର ସ୍ୱେଚ୍ଛାସେବୀ ଯୋଜନା । ସରକାରୀ କ୍ଷେତ୍ରର କର୍ମଚାରୀମାନେ ଏହି ଯୋଜନାରେ ନିବେଶ କରନ୍ତି । ଏଥିରେ ନିବେଶ ଉପରେ ୭.୧ ପ୍ରତିଶତ ସୁଧର ଲାଭ ମିଳିଥାଏ । 

7th Pay Commission: ବଡ଼ ଖବର! ପ୍ରୋଭିଡେଣ୍ଟ ଫଣ୍ଡକୁ ନେଇ ଜାରି ହେଲା ନୂଆ ନିୟମ, କର୍ମଚାରୀମାନଙ୍କୁ ମିଳିବ ଲାଭ

7th Pay Commission: କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଙ୍କ ପାଇଁ ଏକ ବଡ଼ ଖବର ଅଛି । କେନ୍ଦ୍ରର ମୋଦି ସରକାର (Modi Government) ଅବସର ପାଣ୍ଠି ସହ ଜଡିତ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ (General Provident Fund) ର ନିୟମରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ଯଦି ଆପଣଙ୍କ ଘରେ ମଧ୍ୟ ଜଣେ କେହି ସରକାରୀ କର୍ମଚାରୀ ଅଛନ୍ତି, ତେବେ ସେହି ମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ।

ଆପଣଙ୍କୁ କହି ରଖୁଛୁ ଯେ, ସରକାର ବର୍ତ୍ତମାନ ଜିପିଏଫ (GPF) ରେ ନିବେଶ ସୀମା ସ୍ଥିର କରିଦେଇଛନ୍ତି । ପ୍ରୋଭିଡେଣ୍ଟ ଫଣ୍ଡର ନିବେଶ ଉପରେ ସିଲିଂ ଲଗାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ପରେ ସରକାରୀ କର୍ମଚାରୀମାନେ ଜିପିଏଫରେ ମାତ୍ର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ । ସରକାରଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସୀମା ଏକ ଆର୍ଥିକ ବର୍ଷ ପାଇଁ ସ୍ଥିର କରାଯାଇଛି । GPF ଏକ ପ୍ରକାର ସ୍ୱେଚ୍ଛାସେବୀ ଯୋଜନା । ସରକାରୀ କ୍ଷେତ୍ରର କର୍ମଚାରୀମାନେ ଏହି ଯୋଜନାରେ ନିବେଶ କରନ୍ତି । ଏଥିରେ ନିବେଶ ଉପରେ ୭.୧ ପ୍ରତିଶତ ସୁଧ (GPF Interest Rate) ର ଲାଭ ମିଳିଥାଏ ।

ଆମେ ଆପଣଙ୍କୁ କହି ରଖୁଛୁ ଯେ, ସରକାରୀ କର୍ମଚାରୀମାନେ ସେମାନଙ୍କ ବେତନର ଏକ ଅଂଶ ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡରେ ଜମା କରିପାରିବେ । ଅବସର ସମୟରେ ଏହି ଟଙ୍କା ଆକାଉଣ୍ଟଧାରୀଙ୍କୁ ଫେରସ୍ତ କରାଯାଇଥାଏ । ଜିପିଏଫରେ ଜମା ହୋଇଥିବା ଟଙ୍କା ଉପରେ ସୁଧ ମିଳିଥାଏ । ସରକାରୀ କର୍ମଚାରୀମାନେ ସେମାନଙ୍କ ବେତନର ୧୫ ପ୍ରତିଶତ ପର୍ଯ୍ୟନ୍ତ ଯୋଗଦାନ କରିପାରିବେ । ଏହି ଖାତାର ଅଗ୍ରୀମ ଶୁଳ୍କ ସବୁଠାରୁ ଖାସ୍ । କର୍ମଚାରୀମାନେ ଆବଶ୍ୟକ ସମୟରେ ଓ ସେମାନଙ୍କ ଆକାଉଣ୍ଟରୁ ନିର୍ଦ୍ଦିଷ୍ଟ ପରିମାଣର ରାଶି ବାହାର କରିପାରିବେ । ଏହି ରାଶି ଉପରେ କୌଣସି ଟିକସ ଆଦାୟ କରାଯାଉ ନାହିଁ ଓ ସରକାର ସୁଧ ରାଶି ୭.୧ ପ୍ରତିଶତରେ ସ୍ଥିର କରିଛନ୍ତି ।

ଅଧିକ ପଢ଼ନ୍ତୁ:-ନିଜ ସହିତ ସୂର୍ଯ୍ୟକୁମାର ଯାଦବଙ୍କ ତୁଳନା କରିବା ଉପରେ ପ୍ରଥମ ଥର ପାଇଁ କ'ଣ କହିଲେ ଏବି ଡି ଭିଲିୟର୍ସ, ଜାଣନ୍ତୁ...

ଅଧିକ ପଢ଼ନ୍ତୁ:-ଏହି ଦଳ ପାଇଁ ବରଦାନ ପାଲଟିଲା ଭାରତର ବିଜୟ, ପରବର୍ତ୍ତୀ ବିଶ୍ୱକପରେ ମିଳିଲା ସିଧାସଳଖ ଏଣ୍ଟ୍ରି

ଅଧିକ ପଢ଼ନ୍ତୁ:-ଦୀନେଶ କାର୍ତ୍ତିକଙ୍କୁ ହଠାତ୍ ଦଳରୁ କାହିଁକି କରିଦିଆଗଲା ବାହାର? କୋଚ୍ ଦ୍ରାବିଡ ଦେଲେ ଆଶ୍ଚର୍ଯ୍ୟଜନକ ଜବାବ

ସୂଚନାଯୋଗ୍ୟ, ବିଗତ ଦିନରେ ସରକାର ଦରଦାମ ବୃଦ୍ଧି ଆକଳନକୁ ଦୃଷ୍ଟିରେ ରଖି ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହା ଫଳରେ ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କୁ ୩୮ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ମିଳୁଛି । ଏହି ବୃଦ୍ଧି ଯୋଗୁଁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ପ୍ତମ ବେତନ ଆୟୋଗର ସର୍ବନିମ୍ନ ବେସିକ ଦରମା ହେଉଛି ୧୮,୦୦୦ ଟଙ୍କା ଓ କ୍ୟାବିନେଟ ସଚିବ ସ୍ତରରେ ୫୬,୯୦୦ ଟଙ୍କା ହୋଇଥାଏ । ୩୮ ପ୍ରତିଶତ ଅନୁଯାୟୀ, ୧୮୦୦୦ ଟଙ୍କା ବେତନ ଉପରେ ବାର୍ଷିକ ଡିଏର ମୋଟ ବୃଦ୍ଧି ୬,୮୪୦ ଟଙ୍କା ମିଳିବ । ମୋଟ ଡିଏ ମାସକୁ ୭୨୦ ଟଙ୍କା ବୃଦ୍ଧି ପାଇବ । ସର୍ବାଧିକ ବେସିକ ବେତନ ବ୍ରାକେଟ୍ ଉପରେ ୫୬,୯୦୦ ଟଙ୍କା ଉପରେ ବାର୍ଷିକ ମହଙ୍ଗା ଭତ୍ତାର ମୋଟ ବୃଦ୍ଧି ୨୭,୩୧୨ ଟଙ୍କା ହେବ । ୩୪ ପ୍ରତିଶତ ତୁଳନାରେ ଏହି ବେତନ ତାଲିକାରେ ଥିବା ବ୍ୟକ୍ତିମାନେ ୨,୨୭୬ ଟଙ୍କା ଅଧିକ ପାଇବେ ।