7th Pay Commission: ବଡ଼ ଖୁସି ଖବର! ଦୀପାବଳୀ ପୂର୍ବରୁ ଦରମା ସହ ମିଳିବ ବକେୟା ଟଙ୍କା, ଅର୍ଥ ବିଭାଗ ଜାରି କଲା ଆଦେଶ
Advertisement
Article Detail0/zeeodisha/odisha1392867

7th Pay Commission: ବଡ଼ ଖୁସି ଖବର! ଦୀପାବଳୀ ପୂର୍ବରୁ ଦରମା ସହ ମିଳିବ ବକେୟା ଟଙ୍କା, ଅର୍ଥ ବିଭାଗ ଜାରି କଲା ଆଦେଶ

7th Pay Commission: ଛତିଶଗଡ଼ର ଭୂପେଶ ବଘେଲ ସରକାର ୧ ଜାନୁଆରୀ, ୨୦୧୬ ଠାରୁ ମଜୁରୀ ସଂଶୋଧନ ନିୟମ ଲାଗୁ କରିଛନ୍ତି । ଏହା ପରେ ଜୁଲାଇ ୧, ୨୦୧୭ରୁ ନିୟମିତ ଦେୟ ସମ୍ବନ୍ଧରେ ଅଲଗା ଅଲଗା ନିର୍ଦ୍ଦେଶ ଜାରି କରାଯାଇଛି । ଏଥିରେ ଜୁନ୍ ୧, ୨୦୧୬ରୁ ଜୁନ୍ ୩୦, ୨୦୧୭ ପର୍ଯ୍ୟନ୍ତ ୬ଟି ସମାନ କିସ୍ତିରେ ବକେୟା ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

7th Pay Commission: ବଡ଼ ଖୁସି ଖବର! ଦୀପାବଳୀ ପୂର୍ବରୁ ଦରମା ସହ ମିଳିବ ବକେୟା ଟଙ୍କା, ଅର୍ଥ ବିଭାଗ ଜାରି କଲା ଆଦେଶ

ରାୟପୁର: 7th Pay Commission: ଛତିଶଗଡ଼ ସରକାର (Chhattisgarh Government) ଦୀପାବଳି (Diwali) ପୂର୍ବରୁ ରାଜ୍ୟର ସରାକାରୀ କର୍ମଚାରୀମାନ (Government Employees) ଙ୍କୁ ଏକ ବଡ଼ ଉପହାର ପ୍ରଦାନ କରିଛନ୍ତି । ସପ୍ତମ ବେତନ ଆୟୋଗ (7th Pay Commission) ଅନୁଯାୟୀ ବକେୟାର ପଞ୍ଚମ କିସ୍ତି ଦେୟ (5th Installment Of Arrears ) ସମ୍ପର୍କରେ ରାଜ୍ୟ ସରକାର ଏକ ଆଦେଶ ଜାରି କରିଛନ୍ତି । ଜାନୁୟାରୀ ୨୦୧୭ରୁ ମାର୍ଚ୍ଚ ୨୦୧୭ ପର୍ଯ୍ୟନ୍ତ ଦରମା (Salary) ପଞ୍ଚମ କିସ୍ତି ଭାବରେ ପ୍ରଦାନ କରାଯିବ । ରାଜ୍ୟ ସରକାର ବକେୟା ୬ଟି କିସ୍ତିରେ ପ୍ରଦାନ କରିବେ । ଏହାପୂର୍ବରୁ ଡିସେମ୍ବର ୧, ୨୦୨୧ରେ ଚତୁର୍ଥ କିସ୍ତି ଦେୟ ପାଇଁ ଏକ ଆଦେଶ ଜାରି କରାଯାଇଥିଲା ।

କେନ୍ଦ୍ର ସରକାର (Central Governmnet) ଙ୍କ ପରେ ରାଜ୍ୟ ସରକାରଙ୍କ ତରଫରୁ ଏହା ହେଉଛି କର୍ମଚାରୀଙ୍କ ପାଇଁ ଏକ ବଡ଼ ଉପହାର । ଦୀପାବଳି ପୂର୍ବରୁ ସରକାର ସପ୍ତମ ପେ କମିଶନର ବକେୟାର ପଞ୍ଚମ କିସ୍ତି ଜାରି କରିଛନ୍ତି । ପଞ୍ଚମ କିସ୍ତି ଆକାରରେ ଏଠାରେ କହି ରଖୁଛୁ ଯେ, ଜାନୁୟାରୀ ୨୦୧୭ରୁ ମାର୍ଚ୍ଚ ୨୦୧୭ ପର୍ଯ୍ୟନ୍ତର ଦରମାର ବକେୟା ପ୍ରଦାନ କରାଯିବ । ଛତିଶଗଡ ସରକାର ଏହି ବଡ଼ ନିଷ୍ପତ୍ତି ନେଇ ବକେୟା ୬ଟି କିସ୍ତିରେ ଦେବାକୁ ସ୍ଥିର କରିଛନ୍ତି । 

ଅର୍ଥ ବିଭାଗ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ, ରାଜ୍ୟ ସରକାରୀ କର୍ମଚାରୀମାନେ ଦୀପାବଳୀ ପୂର୍ବରୁ ବକେୟା ଟଙ୍କା ପାଇବେ । ଏହି ଟଙ୍କା ସିଧାସଳଖ କର୍ମଚାରୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବ । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଏହି କିସ୍ତିରୁ ରାଜ୍ୟର ପ୍ରାୟ ୩.୮୦ ଲକ୍ଷ କର୍ମଚାରୀ ବଡ଼ ଲାଭ ପାଇବେ । କ୍ୟାବିନେଟ ବୈଠକରେ ମହଙ୍ଗା ଭତ୍ତାକୁ ୬ ପ୍ରତିଶତ ବୃଦ୍ଧି କରିବାକୁ ରାଜ୍ୟ ସରକାର ଶୀଘ୍ର ନିଷ୍ପତ୍ତି ନେଇପାରନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ଭୂପେଶ ବଘେଲଙ୍କ ଅଧ୍ୟକ୍ଷତାରେ ଏହି କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୧୭ରେ କ୍ୟାବିନେଟ ବୈଠକ ହେବାର ସମ୍ଭାବନା ଅଛି । ମହଙ୍ଗା ଭତ୍ତା ବ୍ୟତୀତ ଏହି ବୈଠକରେ HRA ଉପରେ ନିଷ୍ପତ୍ତି ମଧ୍ୟ ନିଆଯାଇପାରେ । ବର୍ତ୍ତମାନ ସୁଦ୍ଧା କୌଣସି ଆଧିକାରୀକ ଘୋଷଣା କରାଯାଇ ନାହିଁ । କିନ୍ତୁ ନିର୍ବାଚନ ପୂର୍ବରୁ ନିଷ୍ପତ୍ତି ନିଆଯାଇପାରେ ବୋଲି କଳ୍ପନାଜଳ୍ପନା ଚାଲିଛି ।

ଅଧିକ ପଢ଼ନ୍ତୁ:-'ଋଷଭ ପନ୍ତଙ୍କୁ ଚିନ୍ତିତ ହେବାର ଆବଶ୍ୟକତା ରହିଛି, କାରଣ ତାଙ୍କ ସ୍ଥାନ ଅନ୍ୟ କେହି ନେବାକୁ ଯାଉଛନ୍ତି'

ଅଧିକ ପଢ଼ନ୍ତୁ:-ଜିଓ-ଏୟାରଟେଲ ସମସ୍ତଙ୍କ ଛୁଟି! ଏଲୋନ୍ ମସ୍କଙ୍କ SpaceX ଭାରତରେ ସେବା ଆରମ୍ଭ କରିବାକୁ ମାଗିଲା ଅନୁମତି

ଅଧିକ ପଢ଼ନ୍ତୁ:-ପନ୍ତ-ଉର୍ବଶୀ ମାମଲାରେ ଏବେ ଏହି ଯୁବତୀଙ୍କ ଏଣ୍ଟ୍ରି, ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ଅଭିନେତ୍ରୀ

 

ଏଠାରେ କହି ରଖୁଛୁ ଯେ, କେନ୍ଦ୍ର ସରକାର ସେପ୍ଟେମ୍ୱରରେ କର୍ମଚାରୀଙ୍କ ଡିଏକୁ ୪ ପ୍ରତିଶତ ବୃଦ୍ଧି କରିଥିଲେ । ଯାହା ଜୁଲାଇ ୧, ୨୦୨୨ ଠାରୁ ଲାଗୁ ହୋଇଛି । ଏହି ବୃଦ୍ଧି ପରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବୃଦ୍ଧି ପାଇଛି । ଏହାର ପ୍ରତ୍ୟକ୍ଷ ପ୍ରଭାବ ସେମାନଙ୍କ ବେତନ ବୃଦ୍ଧି ଆକାରରେ ଦେଖିବାକୁ ମିଳିବ । ଏହି ବୃଦ୍ଧି ଯୋଗୁଁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।