5G Smartphone: 5Gକୁ ନେଇ ବଡ଼ ନିଷ୍ପତ୍ତି, ୧୦ ହଜାରରୁ ଅଧିକ ମୂଲ୍ୟର ଫୋନ୍ ତିଆରି କରୁଥିବା କମ୍ପାନୀ ଉପରେ ଲାଗୁ ହେବ ଏହି ନିୟମ
Advertisement
Article Detail0/zeeodisha/odisha1393068

5G Smartphone: 5Gକୁ ନେଇ ବଡ଼ ନିଷ୍ପତ୍ତି, ୧୦ ହଜାରରୁ ଅଧିକ ମୂଲ୍ୟର ଫୋନ୍ ତିଆରି କରୁଥିବା କମ୍ପାନୀ ଉପରେ ଲାଗୁ ହେବ ଏହି ନିୟମ

5G Smartphone: ଶିଳ୍ପ କାର୍ଯ୍ୟନିର୍ବାହୀ କହିଛନ୍ତି ଯେ, ଭାରତରେ ୭୫ କୋଟି ମୋବାଇଲ୍ ଫୋନ୍ ବ୍ୟବହାରକାରୀ ଅଛନ୍ତି । ୧୦ କୋଟି ଲୋକଙ୍କ ପାଖରେ 5G ରେଡି ଫୋନ୍ ଥିବାବେଳେ ୩୫ କୋଟିରୁ ଅଧିକ ଉପଭୋକ୍ତା 3G କିମ୍ବା 4G ରେ କାମ କରୁଥିବା ଫୋନ୍ ବ୍ୟବହାର କରୁଛନ୍ତି ।

5G Smartphone: 5Gକୁ ନେଇ ବଡ଼ ନିଷ୍ପତ୍ତି, ୧୦ ହଜାରରୁ ଅଧିକ ମୂଲ୍ୟର ଫୋନ୍ ତିଆରି କରୁଥିବା କମ୍ପାନୀ ଉପରେ ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ: 5G Smartphone: 5G ସର୍ଭିସେସକୁ ନେଇ ଲଗାତର ଭାବରେ ନୂତନ ସୂଚନା ସାମ୍ନାକୁ ଆସୁଛି । ଏହି କ୍ରମରେ ସର୍ବଶେଷ ବିବରଣୀ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ (Smartphone Manufacturing Company) ସହିତ ଜଡିତ ରହିଛି । ANI ରିପୋର୍ଟ ଅନୁଯାୟୀ, ହ୍ୟାଣ୍ଡସେଟ ନିର୍ମାତା କମ୍ପାନୀଗୁଡ଼ିକର ପ୍ରତିନିଧୀମାନେ ବୁଧବାର ବରିଷ୍ଠ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ କମ୍ପାନୀଗୁଡିକ ୧୦ ହଜାରରୁ ଉପରେ 4G ଫୋନର ଉତ୍ପାଦନକୁ ହ୍ରାସ କରିବାକୁ ଆଶ୍ୱାସନା ଦେଇଛନ୍ତି । କମ୍ପାନୀଗୁଡିକ ଧୀରେ ଧୀରେ 4G ରୁ 5G କୁ ସ୍ଥାନାନ୍ତର ହେବା ବିଷୟରେ ଆଲୋଚନା କରିଛନ୍ତି । ରିପୋର୍ଟ ଅନୁଯାୟୀ, ଡିପାର୍ଟମେଣ୍ଟ ଅଫ୍ ଟେଲିକମ୍ୟୁନିକେଶନ୍ସ (DoT) ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ର ବରିଷ୍ଠ ଅଧିକାରୀମାନେ ମୋବାଇଲ୍ ଅପରେଟର ଓ ସ୍ମାର୍ଟଫୋନ୍ ନିର୍ମାତାମାନଙ୍କ ସହ ଏକ ବୈଠକ କରିଛନ୍ତି ।

5G ସେବା ବୁଷ୍ଟ ପାଇଁ ଅଧିକାରୀମାନେ ତିନି ମାସର ଟ୍ରାଇଫ୍ରେମ୍ ଦେଇଛନ୍ତି । ଏହି ବୈଠକରୁ ଜଣେ ବ୍ୟକ୍ତି ପ୍ରାପ୍ତ କରିଥିବା ସୂଚନା ANI କୁ ପ୍ରଦାନ କରିଛନ୍ତି । ନାମ ଗୋପନ ରଖିବା ସର୍ତ୍ତରେ ବ୍ୟକ୍ତି ଜଣକ କହିଛନ୍ତି ଯେ, ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଧୀରେ ଧୀରେ 4G ରୁ 5G କୁ ସ୍ଥାନାନ୍ତରିତ ହେବେ । ବିଶେଷକରି ୧୦ ହଜାର ଟଙ୍କାରୁ ଅଧିକ ବଜେଟର ଫୋନ୍ । ଅର୍ଥାତ ଆଗାମୀ ଦିନରେ ଆମେ ୧୦ ହଜାର ଟଙ୍କାରୁ ଅଧିକ ବଜେଟରେ କେବଳ 5G ସ୍ମାର୍ଟଫୋନ୍ ପାଇବୁ । ଶିଳ୍ପ କାର୍ଯ୍ୟନିର୍ବାହୀ କହିଛନ୍ତି ଯେ, ଭାରତରେ ୭୫ କୋଟି ମୋବାଇଲ୍ ଫୋନ୍ ବ୍ୟବହାରକାରୀ ଅଛନ୍ତି । ୧୦ କୋଟି ଲୋକଙ୍କ ପାଖରେ 5G ରେଡି ଫୋନ୍ ଥିବାବେଳେ ୩୫ କୋଟିରୁ ଅଧିକ ଉପଭୋକ୍ତା 3G କିମ୍ବା 4G ରେ କାମ କରୁଥିବା ଫୋନ୍ ବ୍ୟବହାର କରୁଛନ୍ତି ।

ଅଧିକ ପଢ଼ନ୍ତୁ:-BCCI ହଠାତ୍ ନେଲା ଏକ ବଡ଼ ନିଷ୍ପତ୍ତି, ଟି-20 ବିଶ୍ୱକପ ପାଇଁ ଭାରତୀୟ ଦଳରେ ସାମିଲ ହେବେନି ଏହି ୨ ଖେଳାଳି

ଅଧିକ ପଢ଼ନ୍ତୁ:-ରାସନ କାର୍ଡଧାରୀଙ୍କ ପାଇଁ ଖରାପ ଖବର! ସରକାରଙ୍କ ନୂଆ ଆଦେଶ ଯୋଗୁଁ ବାତିଲ ହୋଇଯିବ ଏସବୁ କାର୍ଡ

ଅଧିକ ପଢ଼ନ୍ତୁ:-ବିନା ଟେନସନରେ ଥଣ୍ଡାରେ ବ୍ୟବହାର କରନ୍ତୁ ହିଟର ଓ ଗିଜର, ବିଜୁଳି ବିଲ୍ ଆସିବ ଅଧାରୁ କମ୍! ଘରେ କେବଳ ଫିଟ୍ କରିନିଅନ୍ତୁ ଏହି ଛୋଟ ଡିଭାଇସ୍

ଏହି ବୈଠକ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା ​​ଯେଉଁଥିରେ ଆପଲ୍, ସାମସଙ୍ଗ ସମେତ ଅନ୍ୟ ଟେଲିକମ୍ ଅପରେଟରଙ୍କ ସହ ବ୍ରାଣ୍ଡର କାର୍ଯ୍ୟନିର୍ବାହୀମାନେ ମଧ୍ୟ ସାମିଲ ହୋଇଥିଲେ । ସ୍ମାର୍ଟଫୋନ୍ ଇଣ୍ଡଷ୍ଟ୍ରିର ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ସ୍ମାର୍ଟଫୋନ୍ କମ୍ପାନୀ ଓ ଟେଲିକମ୍ ଅପରେଟରଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ପାଇଁ ଏହି ବୈଠକ ଆୟୋଜିତ ହୋଇଛି । 5G ସେବା ଯୋଗାଇବା ପାଇଁ ସ୍ମାର୍ଟଫୋନ୍ ନିର୍ମାତାମାନେ ନିଜ ଫୋନରେ ଟେଲିକମ୍ ଅପରେଟରମାନଙ୍କ ସହିତ ପରୀକ୍ଷା ଆରମ୍ଭ କରିବାକୁ ରାଜି ହୋଇଛନ୍ତି । ଭାରତରେ ୧୦ କୋଟିରୁ ଅଧିକ 5G ରେଡି ଫୋନ୍ ଅଛି, କିନ୍ତୁ ଅନେକ ଡିଭାଇସ୍ 5G ଇନେବଲ ନୁହେଁ ।

ଏହି ତାଲିକାରେ ଆପଲ୍ ଠାରୁ ଆରମ୍ଭ କରି ସାମସଙ୍ଗ ପର୍ଯ୍ୟନ୍ତ ଡିଭାଇସ୍ ସାମିଲ ରହିଛି । ଉଭୟ କମ୍ପାନୀ କହିଛନ୍ତି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ଉପଭୋକ୍ତାମାନେ 5G ସପୋର୍ଟର ଅପଡେଟ୍ ପାଇବେ, ଯାହା ପରେ ସେମାନେ ନିଜ ଫୋନରେ 5G ସେବା ବ୍ୟବହାର କରିବାରେ ସକ୍ଷମ ହେବେ । ବର୍ତ୍ତମାନ 5G ନେଟୱାର୍କ କୌଣସି ଆଇଫୋନରେ ଆସୁନାହିଁ ।