Boudh News : ଦଶହରାରେ ଅଘଟଣ, ପୂଜା ବୁଲିବା ପୂର୍ବରୁ ଘଟିଲା କିଛି ଏମିତି, ଚାଲିଗଲା ଗୋଟିଏ ପରିବାରର ତିନି ଜୀବନ
Advertisement

Boudh News : ଦଶହରାରେ ଅଘଟଣ, ପୂଜା ବୁଲିବା ପୂର୍ବରୁ ଘଟିଲା କିଛି ଏମିତି, ଚାଲିଗଲା ଗୋଟିଏ ପରିବାରର ତିନି ଜୀବନ

ବୌଦ୍ଧ : ଶାରଦୀୟ ଦୁର୍ଗା ପୂଜା ପାଇଁ ଉତ୍ସବମୁଖର ଗାଁ ଠୁ ସହର । ପୂଜା ମଣ୍ଡପରେ ଲାଗିଛି ଭକ୍ତଙ୍କ ଭିଡ । ମହାମାରୀ କୋରୋନା କଟକଣା ହଟିବାର ଦୀର୍ଘ ଦୁଇବର୍ଷ ପରେ ମା ଜଗତ ଜନନୀଙ୍କ ପୂଜା ବିଭିନ୍ନ ମଣ୍ଡପରେ ଆଡମ୍ବର ସହକାରେ ଚାଲିଛି । ପୂଜାରେ ସମସ୍ତେ ଖୁସି ମନାଉ ଥିବାବେଳେ ବୌଦ୍ଧ ଜିଲ୍ଲା ଜବଲପୁର ଗାଁରୁ ଆସିଛି ଏକ ଦୁଃଖଦ ଖବର । ଯାହା ଆପଣଙ୍କୁ ସ୍ତବ୍ଧ କରିଦେବ । ସେହି ଗାଁର ଗୋଟିଏ ପରିବାରର ଅକାଳରେ ତିନିଜଣଙ୍କ ମୃତ୍ୟୁ ଘଟିଛି । 

Boudh News : ଦଶହରାରେ ଅଘଟଣ, ପୂଜା ବୁଲିବା ପୂର୍ବରୁ ଘଟିଲା କିଛି ଏମିତି, ଚାଲିଗଲା ଗୋଟିଏ ପରିବାରର ତିନି ଜୀବନ

ବୌଦ୍ଧ : ଶାରଦୀୟ ଦୁର୍ଗା ପୂଜା ପାଇଁ ଉତ୍ସବମୁଖର ଗାଁ ଠୁ ସହର । ପୂଜା ମଣ୍ଡପରେ ଲାଗିଛି ଭକ୍ତଙ୍କ ଭିଡ । ମହାମାରୀ କୋରୋନା କଟକଣା ହଟିବାର ଦୀର୍ଘ ଦୁଇବର୍ଷ ପରେ ମା ଜଗତ ଜନନୀଙ୍କ ପୂଜା ବିଭିନ୍ନ ମଣ୍ଡପରେ ଆଡମ୍ବର ସହକାରେ ଚାଲିଛି । ପୂଜାରେ ସମସ୍ତେ ଖୁସି ମନାଉ ଥିବାବେଳେ ବୌଦ୍ଧ ଜିଲ୍ଲା ଜବଲପୁର ଗାଁରୁ ଆସିଛି ଏକ ଦୁଃଖଦ ଖବର । ଯାହା ଆପଣଙ୍କୁ ସ୍ତବ୍ଧ କରିଦେବ । ସେହି ଗାଁର ଗୋଟିଏ ପରିବାରର ଅକାଳରେ ତିନିଜଣଙ୍କ ମୃତ୍ୟୁ ଘଟିଛି । ଏନେଇ ପୁରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । 

କ'ଣ ଥିଲା ପୁରା ଘଟଣା...

ଜବଲପୁର ଗାଁର ସୁକାନ୍ତି ବେହେରା ,ଦଶହରା ବୁଲି ମେଢ ଦେଖିବା ପାଇଁ ସକାଳୁ ନିଜ ନିତ୍ୟକର୍ମ ସାରିଦେଇଥିଲେ। ଆଉ କିଛି ସମୟ ପରେ ମେଢ ଦେଖିବାକୁ ବାହାରିଥାନ୍ତେ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା, ମଣ୍ତପରେ ଦେବୀଙ୍କ ଦର୍ଶନ ବୋଧେ ତାଙ୍କ ଭାଗ୍ୟରେ ନ ଥିଲା । କାହିଁକିନା, ଗାଧୋଇ ଆସି ଓଦା ଲୁଗା ଶୁଖାଉଥିଲେ।  ଓଦା ଲୁଗା ଶୁଖାଇଥିବା ତାରରେ ଘରର ବିଦ୍ୟୁତ ମିଟରରୁ ବିଦ୍ୟୁତ ସଂଯୋଗ ହୋଇଯାଇଥିଲା । ଫଳରେ ଓଦା ଲୁଗା ସହିତ ତାରରେ ଲାଗି ଯାଇଥିଲେ ସୁକାନ୍ତି । ବିଦ୍ୟୁତ  ସଂସ୍ପର୍ଶରେ ଆସି ଯାଇଥିବାରୁ ଜୀବନ ବଞ୍ଚାଇବା ପାଇଁ ପାଟି କରିଥିଲ ସୁକାନ୍ତି। ମାଆର ପାଟିଶୁଣି ଘରୁ ଧାଇଁ ଆସିଥିଲା ୧୨ ବର୍ଷର ପୁଅ ସୋହନ  । ମାଆକୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ସେ ବିଦ୍ୟୁତ ସଂସ୍ପର୍ଶରେ ଚାଲି ଆସିଥିଲା। ମାଆ ପୁଅ ବିଦ୍ୟୁତ ତାରରେ ଲାଗିଥିବା ଦେଖି ନିଜର ଉପସ୍ଥିତି ବୁଦ୍ଧି ଖଟାଇ ପାରି ନ ଥିଲେ ସୁକାନ୍ତିଙ୍କ ଦିଅର ଶୁଶିଳ । ଉଭୟଙ୍କୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶର ଚାଲି ଆସିଥିଲେ। 

ଏହି ଘଟଣା ପଡୋଶୀ ଜାଣିବା ପରେ ତୁରନ୍ତ ଆସି ବିଦ୍ୟୁତ ସଂଯୋଗ କାଟି ତିନି ଜଣଙ୍କୁ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ।  ଏଭଳି ହୃଦୟ ବିଦାରକ ଘଟଣା ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିବା ବେଳେ ଦଶହରାକୁ ଫିକା ପକାଇ ଦେଇଛି । 

ସେପଟେ, ଘଟଣାସ୍ଥଳରେ ହରଭଙ୍ଗା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ବୌଦ୍ଧକୁ ପଠାଇଛି । ଅନ୍ୟପଟେ ଏଥିପାଇଁ ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି ଅଞ୍ଚଳବାସୀ । ବିଦ୍ୟୁତ ମିଟର ସଠିକ ଭାବେ ଲାଗି ନଥିବା ଏବଂ ବିଦ୍ୟୁତ ବିଲ ପାଇଁ ଆସୁଥିବାବେଳେ ତାର ତଦାରଖ ନ କରିବା, ବିଦ୍ୟୁତ ଅଘଟଣକୁ ନେଇ ବିଭାଗ ପକ୍ଷରୁ କୌଣସି ସଚେତନାତା କରାଯାଉନ ଥିବାରୁ ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ତୁରନ୍ତ ମୃତକଙ୍କ ପରିବାରକୁ ଆର୍ଥିକ ସହାୟାତା ଯୋଗାଇଦେବାକୁ ଦାବି ହୋଇଛି ।