Bihar Political Crisis:ଲାଲୁଙ୍କ ସବୁ ଚାଲ୍ ଫେଲ୍,ନୀତିଶଙ୍କ ଆଗରେ ଅସ୍ତ୍ର ତ୍ୟାଗ କଲା ଆରଜେଡି
Advertisement

Bihar Political Crisis:ଲାଲୁଙ୍କ ସବୁ ଚାଲ୍ ଫେଲ୍,ନୀତିଶଙ୍କ ଆଗରେ ଅସ୍ତ୍ର ତ୍ୟାଗ କଲା ଆରଜେଡି

ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ନୀତିଶ କୁମାରଙ୍କ ସହିତ ସରକାରରେ ରହିବା ପାଇଁ ଲାଲୁ ଯାଦବଙ୍କ ଦମ୍ଭୋକ୍ତିର ହାୱା ସେହିଦିନ ବାହାରିଯାଇଥିଲା ଯେଉଁଦିନ ନୀତିଶ ଲଲନ ସିଂହଙ୍କୁ ଦଳର ଜାତୀୟ ଅଧ୍ୟକ୍ଷ ପଦରୁ ହଟାଇ ନିଜ ହାତକୁ ସବୁ କ୍ଷମତା ନେଇଥିଲେ । ଲଲନ ଓ ଲାଲୁଙ୍କ ସଂପର୍କ ନୀତିଶଙ୍କୁ ଭଲ ଲାଗୁନଥିଲା । ଲଲନ୍,ତାଙ୍କ ବିରୋଧରେ ଷଡ଼ଯନ୍

SOCIAL MEDIA

Bihar Political Crisis:

ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ନୀତିଶ କୁମାରଙ୍କ ସହିତ ସରକାରରେ ରହିବା ପାଇଁ ଲାଲୁ ଯାଦବଙ୍କ ଦମ୍ଭୋକ୍ତିର ହାୱା ସେହିଦିନ ବାହାରିଯାଇଥିଲା ଯେଉଁଦିନ ନୀତିଶ ଲଲନ ସିଂହଙ୍କୁ ଦଳର ଜାତୀୟ ଅଧ୍ୟକ୍ଷ ପଦରୁ ହଟାଇ ନିଜ ହାତକୁ ସବୁ କ୍ଷମତା ନେଇଥିଲେ । ଲଲନ ଓ ଲାଲୁଙ୍କ ସଂପର୍କ ନୀତିଶଙ୍କୁ ଭଲ ଲାଗୁନଥିଲା । ଲଲନ୍,ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ନୀତିଶ ଅନୁମାନ କରିନେଇଥିଲେ । ତେଣୁ ସେ ଅଚାନକ ଲଲନଙ୍କ ପକ୍ଷଛେଦନ କରିଥିଲେ । ନୀତିଶଙ୍କ ଏହି ନଷ୍ପତ୍ତି ଲାଲୁ ପରିବାରକୁ ଏତେଦୁର ପ୍ରଭାବିତ କରିଥିଲା ଯେ,ତେଜସ୍ୱୀ ନିଜ ବିଦେଶ ଗସ୍ତକୁ ବାତିଲ କରିଦେଇଥିଲେ । ଏବେ ଲାଲୁଙ୍କ ସବୁ ଉଦ୍ୟମ ଫେଲ ମାରିଲାଣି । ମେଣ୍ଟ ଦି’ଫାଳ ହେବାକୁ ଯାଉଛି ଓ ନୀତିଶ ପୁଣି ବିଜେପି ସହ ହାତ ମିଳାଇବା ଆପାତତଃ ସ୍ପଷ୍ଟ ହୋଇଯାଇଛି । ଜନତାଦଳ ୟୁନାଇଟେଡରେ ବିଭାଜନର କୌଣସି ସମ୍ଭାବନା ନଥିବା ବେଳେ କଂଗ୍ରେସ ବିଘଟନର ଦ୍ୱାରଦେଶରେ ଛିଡ଼ା ହୋଇଛି । ଯାହା କଂଗ୍ରେସ ହାଇକମାଣ୍ଡଠାରୁ ଲାଲୁଙ୍କୁ ଅଧିକ ଡରାଉଛି । ତେଣୁ ସେ କଂଗ୍ରେସ ନେତୃତ୍ୱକୁ ତୁରନ୍ତ ପଦକ୍ଷେପ ନେବାକୁ କହି ସାରିଲେଣି ।

କଂଗ୍ରେସରେ ବିଭାଜନର ସମ୍ଭାବନା କେତେ ଅଧିକ ?

କଂଗ୍ରେସରେ 19 ଜଣ ବିଧାୟକ ଅଛନ୍ତି । ସେମାନଙ୍କ ମଧ୍ଯରୁ ଅଧିକାଂଶ ଦଳକୁ ଛାଡିବାକୁ ପ୍ରସ୍ତୁତ ଥିବବା କୁହାଯାଉଛି । କୁହାଯାଉଛି ଯେ, ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା  ବିହାରରେ ପ୍ରବେଶ କରିବା ସହିତ ରାଜ୍ୟ କଂଗ୍ରେସରେ ଔପଚାରିକ ବିଭାଜନ ହେବ । ଅର୍ଥାତ ରାହୁଲଙ୍କୁ ଝଟକା ଦେବାକୁ ବିଜେପି ପୁରା ପ୍ଲାନ୍ ତିଆରି କରି ସାରିଛି । ଏନେଇ ଲାଲୁ କଂଗ୍ରେସ ହାଇକମାଣ୍ଡଙ୍କୁ ସତର୍କ କରାଇ ଦେଇଥିବା କୁହାଯାଉଛି । କିନ୍ତୁ ଆରଜେଡିର ଜଣେ ବରିଷ୍ଠ ନେତାଙ୍କ ଅନୁସାରେ  ନୀତୀଶ କୁମାରଙ୍କ ଇସ୍ତଫା ପରେ ପୁରା ଖେଳ ବଦଳିଯିବ ଏବଂ କଂଗ୍ରେସରେ ବିଭାଜନକୁ କେହି ଅଟକାଇ ପାରିବେ ନାହିଁ । ବିଧାନସଭାରେ ବାଚସ୍ପତିଙ୍କ ନିର୍ବାଚନ ପରେ କେହି ଏନଡିଏର ରଣନୀତିକୁ ରୋକ ପାରିବେ ନାହିଁ । ସେମାନେ ଯାହା ଚାହିଁବେ କରିବେ  ବୋଲ ଏହି ନେତ ାକହିଛନ୍ତି ।

ଆରଜେଡି କ୍ୟାମ୍ପରେ ନିରାଶା

ନୀତିଶଙ୍କ ପଲଟି ଆରଜେଡି କ୍ୟାମ୍ପକୁ ନିରାଶ କରିଛି ।  ଲାଲୁ ପ୍ରସାଦ ତାଙ୍କ ଦଳକୁ ସର୍ବ ବୃହତ ଦଳ ବୋଲି ଦାବି କରିପାରନ୍ତି, କିନ୍ତୁ ଆରଜେଡି କ୍ୟାମ୍ପ ଏହାର ପରାଜୟ ନିଶ୍ଚିତ  ବୋଲି ଜାଣି ସାରିଛି । ଏହି କାରଣରୁ ବକ୍ସରକୁ  ଏକ ସରକାରୀ ଗସ୍ତରେ ନୀତିଶ ଯାଇଥିବା ବେଳେ ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ସତ୍ୱେ ତେଜସ୍ୱୀ ଯାଉ ନାହାନ୍ତି ।

ବର୍ତ୍ତମାନ, ଆରଜେଡି ,କଂଗ୍ରେସ, ବାମପନ୍ଥୀ ଏବଂ AIMIMର ଜଣେ ବିଧାୟକଙ୍କୁ ମିଶାଇଲେ ବିଧାୟକଙ୍କ ସଂଖ୍ୟା 115 ହୋଉଛି ଏବଂ ସରକାର ଗଠନ ପାଇଁ କେବଳ 7 ଜଣ ବିଧାୟକ ଆବଶ୍ୟକ । ନୀତିଶ ଓ ବିଜେପି ଟାର୍ଗେଟରେ କଂଗ୍ରେସର ବିଧାୟକ ସହଜ ଶିକାର ବୋଲି କୁହାଯାଉଛି ।

ଜେଡିୟୁରେ ବିଭାଜନକୁ ରୋକିବା ପାଇଁ ନୀତୀଶ କ’ଣ କରିଥିଲେ?

ନୀତୀଶ କୁମାର ଏଥର ସତର୍କ ଥିଲେ ଏବଂ ଚଳିତଥର ନିଜ ବିଧାୟକଙ୍କ ମନୋଭାବ ଜଣିବାକୁ ଅଲଗା ପନ୍ଥା ଅବଲମ୍ବନ କରିଥିଲେ । ଗତଥର ଏନଡିଏଠାରୁ ଅଲଗା ହେବା ସମୟେର ସେ ସ୍ୱଂୟ ପ୍ରତି ବିଧାୟକଙ୍କୁ ଭେଟିଥିଲେ ।ଏଥର ସେ ନିଜର ବିଶ୍ୱସ୍ତ ଅଶୋକ ଚୌଧୁରୀ, ସଞ୍ଜୟ ଝା ଏବଂ ଅନ୍ୟ କେତେକ ନେତାଙ୍କୁ  ବିଧାୟକଙ୍କ ସହ କଥା ହେବା ଦାୟିତ୍ୱ ଦେଇଥିଲେ । ଏହି ନେତାମାନେ  ବିଧାୟକଙ୍କ ସହିତ ବିଭିନ୍ନ ଉପାୟରେ କଥାବାର୍ତ୍ତା କରୁଥିଲେ ଏବଂ ନୀତୀଶ କୁମାରଙ୍କୁ ପ୍ରତ୍ୟେକ ବିଧାୟକଙ୍କ ଉଦ୍ଦେଶ୍ୟ ବାବଦରେ ଅବଗତ  କରାଇଥିଲେ। ଏଭଳି ପରିସ୍ଥିତିରେ ନୀତୀଶ କୁମାର କ’ଣ ଚିନ୍ତା କରୁଛନ୍ତି ତାହା ବିଧାୟକମାନେ ଜାଣିପାରିଲେ ନାହିଁ।

ଏଥି ସହିତ ନୀତୀଶ କୁମାର ଏନଡିଏରେ ଯୋଗଦେବା ପାଇଁ ରାସ୍ତା ମଧ୍ୟ ପ୍ରସ୍ତୁତ କରିଥିଲେ । ଆରଜେଡି ସହିତ ମେଣ୍ଟର ଦୁଇ ବଡ଼ ସମର୍ଥକ ଲଲନ ସିଂ ଏବଂ ବିଜୟେନ୍ଦ୍ର ଯାଦବଙ୍କ  ମଧ୍ୟ ନୀତୀଶ କୁମାର ନିଜ ପଟକୁ ଆଣି ପାରିଥିଲେ । ଫଳରେ ବିଜେପି ବିରୋଧରେ ବିଷ ଉଗାଳୁଥିବା  ଲଲନ ସିଂ କର୍ପୁରୀ ଠାକୁରଙ୍କୁ ଭାରତରତ୍ନ ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତି ପାଇଁ ବିଜେପିକୁ ଧନ୍ୟବାଦ ଜଣାଇଥିଲେ ।

 

ନୀତୀଶ କାହିଁକି ଭାରତଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ?

ଇଣ୍ଡିଆ ମେଣ୍ଟର ଚତୁର୍ଥ ବୈଠକ ପରେ ନୀତୀଶ କୁମାର ଆରଜେଡିରୁ ଦୂରେଇ ଯାଇ ସରକାର ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ। ଇଣ୍ଡିଆ ମେଣ୍ଟର ଚତୁର୍ଥ ବୈଠକରେ ମମତା ଏବଂ କେଜ୍ରିୱାଲ ଏକାଠି ମଲ୍ଲିକାର୍ଜୁନାଙ୍କୁ ଅଧ୍ୟକ୍ଷ କରିବା ପାଇଁ ପ୍ରସ୍ତାବ ଆଣିଥିଲେ କିନ୍ତୁ ଲାଲୁ ପ୍ରସାଦଙ୍କ ଦ୍ୱାରା ନୀତୀଶ କୁମାରଙ୍କ ନାମ ଆଗକୁ ଅଣାଯାଇ ନଥିଲା। କୁହାଯାଏ ଯେ ଏହି ବୈଠକ ପରେ ନୀତୀଶ ଅତ୍ୟଧିକ ରାଗିଥିଲେ ଏବଂ ଜେଡିୟୁ ଜାତୀୟ ପରିଷଦର ଏକ ବୈଠକ ଡାକି ଜେଡିୟୁ ଜାତୀୟ ସଭାପତି ଲାଲାନ ସିଂଙ୍କୁ ହଟାଇ ନିଜେ ଜାତୀୟ ସଭାପତି ହୋଇଥିଲେ ।

ଡିସେମ୍ବର 29 ର ଏହି ଘଟଣା ପରେ, JDU ର ଅନେକ ନିଷ୍ପତ୍ତି RJD ବିରୋଧରେ ଯିବା ଦେଖାଯାଇଥିଲା । ସରକାରୀ ବିଜ୍ଞାପନରୁ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ନିଖୋଜ ହୋଇଯାଇଥିଲେ । ଏଇଥିରୁ ଦୁଇ ଦଳ ମଧ୍ୟରେ ସବୁକିଛି ଠିକ ନଥିବା ସଂକେତ ମିଳିଥିଲା । ଏହା ପରେ ନୀତୀଶ ତାଙ୍କ ଘନିଷ୍ଠ କେ.ସି ତ୍ୟାଗୀ ଓ ସଂଜୟ ଝାଙ୍କୁ  ବିଜେପି ସହ ଆଲୋଚନା କରିବାକୁ ନିଯୁକ୍ତ କରିଥିଲେ ବୋଲି କୁହାଯାଉଛି ।

ଜେଡିୟୁ ସହ ହାତ ମିଳାଇବାକୁ ବିଜେପି କାହିଁକି ପ୍ରସ୍ତୁତ?

ଲୋକସଭା ନିର୍ବାଚନରେ ଯଥାସମ୍ଭବ ଅଧିକ ଆସନ ଜିତିବା ବିଜେପି ପାଇଁ ସର୍ବୋଚ୍ଚ ପ୍ରାଥମିକତା। ରାମ ଲହର ସତ୍ୱେ ବିଜେପି ୨୦୧୯ ଭଳି ସଫଳତା ପାଇବ ନାହିଁ ବୋଲି ଦଳ ଅନୁଭବ କରୁଛି । ବିହାରର ଜାତି ସମୀକରଣ ଭେଦ କରିବା ପାଇଁ ବିଜେପି ନୀତିଶଙ୍କୁ ପୁଣି ଗ୍ରହଣ କରିବାକୁ ରାଜି ହୋଇଥିବା କୁହାଯାଉଚି ।

ଚିରାଗଙ୍କର କ’ଣ ହେବ ?

ନୀତିଶଙ୍କ ସହିତ ବିଜେପି ମେଣ୍ଚ କରିଲେ ମଧ୍ଯ ଚିରାଗ ପାଶ୍ୱାନଙ୍କୁ ତ୍ୟାଗ କରିବ ନାହିଁ । ଏକଥା କୁଆଡେ ବିଜେପି ହାଇକମାଣ୍ଡ୍ ନୀତିଶଙ୍କୁ ସ୍ପଷ୍ଟ କରିଛନ୍ତି । ଚିରାଗଙ୍କ ଚିନ୍ତା ଦୁର ପାଇଁ ମଧ୍ୟ ବିଜେପି ଉଦ୍ୟମ କରୁଛି । ଚିରାଗ ଯେମିତି ଏନଡିଏରେ ଅଛନ୍ତି ସେମିତି ରହିବେ ଓ ତାଙ୍କୁ ମେଣ୍ଟରୁ ବାହାର କରାଯିବ ନାହିଁ ବୋଲି ବିଜେପି ସ୍ପଷ୍ଟ ଭାବେ ନୀତିଶଙ୍କୁ ଜଣାଇ ଦେଇଛି ।