Weather Update : ଆଜି ଭିଜିବ ଅଧା ଓଡ଼ିଶା, ଏହି ୧୩ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ
Advertisement
Article Detail0/zeeodisha/odisha1234529

Weather Update : ଆଜି ଭିଜିବ ଅଧା ଓଡ଼ିଶା, ଏହି ୧୩ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ

ଆଉ ଚାରି ଦିନ ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। କିନ୍ତୁ ଏହି ସମୟରେ ପ୍ରାୟ ଉପକୂଳ ଜିଲ୍ଲାରେ ପାଗ ଶୁଖିଲା ରହିବ। ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ଚାରିରୁ ତିନି ଦିନ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। 

ପ୍ରତିକାତ୍ମକ ଫଟୋ

Weather Update : ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଛି। ଫଳରେ ରଜ ପରଠାରୁ ବର୍ଷା ଜାରି ରହିଛି। IMD ପୂର୍ବାନୁମାନ କରିଛି ଯେ, ଜୁଲାଇ ଏକ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ। କିଛି ଜିଲ୍ଲାରେ ଘଡଘଡି, ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ସୋମବାର ଅର୍ଥାତ ଆଜି ସକାଳ ସାଢେ ଆଠଟା ପରଠାରୁ ୨୪ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋୱାର୍ଣ୍ଣିଂ ଜାରି କରିଛି।

ଆଉ ଚାରି ଦିନ ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। କିନ୍ତୁ ଏହି ସମୟରେ ପ୍ରାୟ ଉପକୂଳ ଜିଲ୍ଲାରେ ପାଗ ଶୁଖିଲା ରହିବ। ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ଚାରିରୁ ତିନି ଦିନ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ସୋମବାର ଅବିଭକ୍ତ କୋରାପୁଟ, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହୋଇପାରେ। ଏଥିପାଇଁ ଏହି ୧୩ଟି ଜିଲ୍ଲାକୁ ୨୪ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Also Read: Weather Update : ଆଜିଠୁ ରାଜ୍ୟରେ ଚାରି ଦିନ ପ୍ରବଳ ବର୍ଷା, ଏହି ଜିଲ୍ଲାରେ ବିଜୁଳି-ବଜ୍ରପାତ ଆଶଙ୍କା

ମଙ୍ଗଳବାର ରଜ୍ୟରେ ପ୍ରାୟତଃ ଜିଲ୍ଲାରେ ଶୁଖିଲା ପାଗ ରହିବ। ସକାଳ ସାଢେ ଆଠଟା ପରେ କୋରାପୁଟ, ମାଲକାନଗିରି, ବରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ ଓ ସୁନ୍ଦରଗଡରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। କିନ୍ତୁ ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର କୌଣସି ସତର୍କତା ଜାରି କରିନାହିଁ। ଅନ୍ୟପଟେ ବୁଧବାର ସକାଳୁ ପୁଣି ଥରେ ୧୩ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ସେଥିପାଇଁ କୋରାପୁଟ, ମାଲକାନଗିରି, ବଲାଙ୍ଗିର, ବରଗଡ, ସମ୍ବଲପୁର, ବୌଦ୍ଧ, ଅନୁଗୁଳ, ଝାରସୁଗୁଡା, ସୋନପୁର, ଦେବଗଡ, କେଉଁଝର ଓ ସୁନ୍ଦରଗଡକୁ ସତର୍କ ସୂଚନା ଜାରି କରାଯାଇଛି।

 

ରଥଯାତ୍ରାରେ ବି ରାଜ୍ୟରେ ବର୍ଷା ହୋଇପାରେ। ଗୁରୁବାର ସକାଳ ଠାରୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ କୋରାପୁଟ, ମାଲକାନଗିରି, ରାୟଗଡା, ଗଡପତି, ବଲାଙ୍ଗିର, ବରଗଡ, ନୂଆପଡା, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ସୋନପୁରରେ ପ୍ରବଳ ବର୍ଷା ହେବା ସମ୍ଭାବନା ଅଛି। ତେବେ ରଥଯାତ୍ରା ଦିନ ଉପକୂଳରେ ବର୍ଷା ହେବ ନା ନାହିଁ ସେବାବଦରେ ପାଣିପାଗ ବିଭାଗ କୌଣସି ସୂଚନା ଦେଇନାହିଁ। ତଥାପି ପଞ୍ଚିମ ଓ ଦକ୍ଷିଣ ଓଡିଶାରେ ବର୍ଷା ପାଇଁ ଘୋଷଯାତ୍ରା ଫିକା ପଡିବ ବୋଲି ଆଶଙ୍କା କରାଯାଉଛି।