ଆଜି ନବୀନଙ୍କ ଘରବାହୁଡା; ବିଦେଶ ଯାଇ ଖୁବ ଆନନ୍ଦିତ ମୁଖ୍ୟମନ୍ତ୍ରୀ, ଦୁବାଇରେ ଖୋଲି ଦେଲେ ଓଡ଼ିଶାର ଦ୍ୱାର
Advertisement

ଆଜି ନବୀନଙ୍କ ଘରବାହୁଡା; ବିଦେଶ ଯାଇ ଖୁବ ଆନନ୍ଦିତ ମୁଖ୍ୟମନ୍ତ୍ରୀ, ଦୁବାଇରେ ଖୋଲି ଦେଲେ ଓଡ଼ିଶାର ଦ୍ୱାର

ଭାଟିକାନ ସିଟିରେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ, ପୋପଙ୍କୁ ସାକ୍ଷାତ କରିଥିଲେ। ଦୁବାଇରେ ସଫଳତାର ସହିତ ମେକ ଇନ୍ ଓଡ଼ିଶା କନକ୍ଲେଭ ଆୟୋଜିତ ହୋଇଛି। ପୁଞ୍ଜିନିବେଶ ପାଇଁ ଓଡ଼ିଶା କାହିଁକି ବେଷ୍ଟ ସେ ବିଷୟରେ ନବୀନ ବିସ୍ତୃତ ଭାବେ ବୁଝାଇଛନ୍ତି।

ସୌ- ସୋସିଆଲ ମିଡିଆ

ଭୁବନେଶ୍ୱର: ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘରବାହୁଡା। ବିଦେଶଗସ୍ତରୁ ଫେରିବେ ମୁଖ୍ୟମନ୍ତ୍ରୀ। ରୋମ ଗସ୍ତ ପରେ ଦୁବାଇରେ ସଫଳତାର ସହ ମେକ ଇନ ଓଡ଼ିଶା କନକ୍ଲେଭ ଆୟୋଜନ ପରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଫେରୁଛନ୍ତି। ପରେ ସେଠାରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି। ବିଦେଶଗସ୍ତ ସମୟରେ ସବୁଠି ନବୀନଙ୍କ କ୍ରେଜ ଦେଖବାକୁ ମିଳିଛି। ୟୁରୋପ ମହାଦେଶରେ ପ୍ରବାସୀ ଓଡ଼ିଆଙ୍କ ସହିତ ହେଉ କି ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଓଡ଼ିଶାର ସାମଗ୍ରୀକ ବିକାଶର ଚିତ୍ର ହେଉ ସବୁଠି ନବୀନଙ୍କ ସ୍ୱତନ୍ତ୍ର ଛାପ ଦେଖିବାକୁ ମିଳିଛି। 

ଭାଟିକାନ ସିଟିରେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ, ପୋପଙ୍କୁ ସାକ୍ଷାତ କରିଥିଲେ। ଦୁବାଇରେ ସଫଳତାର ସହିତ ମେକ ଇନ୍ ଓଡ଼ିଶା କନକ୍ଲେଭ ଆୟୋଜିତ ହୋଇଛି। ପୁଞ୍ଜିନିବେଶ ପାଇଁ ଓଡ଼ିଶା କାହିଁକି ବେଷ୍ଟ ସେ ବିଷୟରେ ନବୀନ ବିସ୍ତୃତ ଭାବେ ବୁଝାଇଛନ୍ତି। ବଡ଼ବଡ଼ କମ୍ପାନୀର ମୁଖ୍ୟଙ୍କ ସହ ସେ ଓ୍ବାନ୍‌ ଟୁ ଓ୍ବାନ ଆଲୋଚନା କରିଛନ୍ତି। ଭୁବନେଶ୍ୱରରେ ଡିସେମ୍ବର ମାସରେ ହେବାକୁ ଯାଉଥିବା ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମଧ୍ୟପ୍ରାଚ୍ୟର ନିବେଶକଙ୍କୁ ନିମନ୍ତ୍ରଣ କରିଛନ୍ତି। ମେକ ଇନ ଓଡ଼ିଶା ଦୁବାଇ ଚାପ୍ଟରରୁ ୨୧ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆସିଥିବାବେଳେ ଏହାଦ୍ୱାରା ରାଜ୍ୟରେ ୧୯ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। 

Also Read: ବିଦେଶରେ ନବୀନଙ୍କ ନୂଆ ରୂପ! ପ୍ରଥମ ଥର ବଦଳାଇଲେ କୁର୍ତ୍ତାର ରଙ୍ଗ, ମସଜିଦ ବି କଲେ ପରିଦର୍ଶନ

ମୁଖ୍ୟମନ୍ତ୍ରୀଙ୍କ ୧୦ ଦିନିଆ ବିଦେଶଗସ୍ତ ଅନେକ ଗୁରୁତ୍ୱ ବହନ କରିଥିବାବେଳେ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିଛି। ରାଜ୍ୟରେ ବ୍ୟାପକ ନିବେଶ କରିବେ ଦୁବାଇର ଏକାଧିକ ପ୍ରତିଷ୍ଠିତ କମ୍ପାନୀ। ଦୁବାଇରେ ଚାଲିଥିବା ଇନଭେଷ୍ଟର୍ସଙ୍କ ସମ୍ମିଳନୀରେ କମ୍ପାନୀ ମୁଖିଆମାନେ ଏହି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଟ୍ବିଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି। ଦୁବାଇ ନିବେଶକ ସମ୍ମିଳନୀରେ ତବ୍ରିଦ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ୟୁସୁଫ ଅଲ୍ ହମ୍ମାଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିଛନ୍ତି। ତବ୍ରିଦ ଗ୍ରୁପ ଓଡ଼ିଶାରେ ପୁଞ୍ଜି ନିବେଶ ଲାଗି ଆଗ୍ରହୀ। ସେ ଭୁବନେଶ୍ବର ଆଇସିଟି କ୍ୟାମ୍ପସରେ ହଜାରେ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟ ସରକାର ମଧ୍ୟ ପ୍ରକଳ୍ପ ପାଇଁ ସମସ୍ତ ସହଯୋଗ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। 

fallback

ସେହିପରି ଏନବିଟିସି ମଧ୍ୟ ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଘୋଷଣା କରିଛି। କୁଏତର ଏମବିଟିସି କମ୍ପାନୀର ପାର୍ଟନର ଓ ପରିଚାଳନା ନିର୍ଦ୍ଦେଶକ କେ ଜି ଆବ୍ରାହାମଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ଅବସରରେ କମ୍ପାନୀ ଏହି ଘୋଷଣା କରିଛି। ୟୁରିଆ ପ୍ଲାଣ୍ଟ ସ୍ଥାପନ ପାଇଁ କମ୍ପାନୀ ୫ ହଜାର କୋଟି ଟଙ୍କା ନିବେଶ କରିବ। ଏମିବିଟିସିକୁ ମଧ୍ୟ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଦୁବାଇର ସରାଫ୍‌ ଗ୍ରୁପ ଓଡ଼ିଶାରେ ପୁଞ୍ଜି ଖଟାଇବ। ଲଜିଷ୍ଟିକ୍‌ କ୍ଷେତ୍ରରେ ସରାଫ୍‌ ଗ୍ରୁପ୍ ପୁଞ୍ଜି ଲଗାଇବା। 

Also Read: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର: ପୁଣି ଚାଲିବ ୭ ଯୋଡ଼ା ଟ୍ରେନ, ଜାଣନ୍ତୁ 'ରୁଟ୍ ଡିଟେଲ୍ସ'

ଗତ ୨ ବର୍ଷରେ ଓଡିଶାରେ ୩ ଲକ୍ଷ ୭୫ ହଜାର କୋଟି ବିନିଯୋଗ ହୋଇଛି। କୋଭିଡ ସତ୍ତ୍ୱେ ରାଜ୍ୟର ବିକାଶକୁ ସରକାର ଗୁରୁତ୍ୱ ଦେଇଛନ୍ତି। ରାଜ୍ୟରେ ଶୋଭା ଲିମିଟେଡ ୫ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିବ। ମେଟାଲ ଓ ହସ୍ପିଟାଲିଟି କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ କମ୍ପନୀ ଆଗ୍ରହ ପ୍ରକାଶ କରିଛି । ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଶୋଭା ଲିମିଟେଡର ଅଧ୍ୟକ୍ଷ ଆଲୋଚନା କରିଛନ୍ତି।