କମିଲା ଶୀତ, ଏବେ ଉପରମୁହାଁ ହେବ ପାରଦ
Advertisement
Article Detail0/zeeodisha/odisha1086176

କମିଲା ଶୀତ, ଏବେ ଉପରମୁହାଁ ହେବ ପାରଦ

ଆଗାମୀ ୩ ରୁ ୪ ଦିନ ମଧ୍ୟରେ ରାତି ତାପମାତ୍ରାରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି । 

କମିଲା ଶୀତ, ଏବେ ଉପରମୁହାଁ ହେବ ପାରଦ

ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର:  ଉଠିଲା ପାରଦ, କମିଲା ଶୀତ । ରାଜ୍ୟରେ ଲଗାତର ଶୀତ ଲହରି ପ୍ରକୋପ କମିବା ପରେ ଗତକାଲି ଠାରୁ ତାପମାତ୍ରା ଉପର ମୁହାଁ ହୋଇଛି । ତେବେ ଆଗାମୀ ୩ ରୁ ୪ ଦିନ ମଧ୍ୟରେ ରାତି ତାପମାତ୍ରାରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି । 

ଏହାସହ ପଶ୍ଚିମା ଝଡ ଆଗମନର ଆଶଙ୍କା ଏବଂ ବଙ୍ଗୋପସାଗର (Bay Of Bengal) ଅଞ୍ଚଳରୁ ରାଜ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ପ ପ୍ରଭାବରେ ୩ ତାରିଖରୁ ରାଜ୍ୟରେ କିଛି ଜିଲ୍ଲାରେ ବର୍ଷା ହେବ । ୪  ତାରିଖରେ ବର୍ଷାର ପରିମାଣରେ ବଢିବା ସହ କୁଆ ପଥର ବୃଷ୍ଟି ନେଇ ଆଭ୍ୟନ୍ତରୀଣ-ଉତ୍ତର ଓଡିଶାର ଜିଲ୍ଲା ଗୁଡିକୁ ସତର୍କ ସୂଚନା ଜାରି ହୋଇଛି ।

Also Read: ଏସିଆ ମହିଳା କପ୍ ପାଇଁ ଥିମ୍ ସଙ୍ଗ ପ୍ରସ୍ତୁତ କଲେ ଓଡ଼ିଆ ଯୁବକ

ତେବେ ଆସନ୍ତାକାଲି ୬ ଜିଲ୍ଲା କନ୍ଧମାଳ, ଗଂଜାମ, ଗଜପତି, ରାୟଗଡା, ନୟାଗଡ ଓ କଟକ ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।