Rainfall Alert: ରାଜ୍ୟରେ ୪ରୁ୫ ଦିନ ପ୍ରବଳ ବର୍ଷା ! ୧୪ ଜିଲ୍ଲାକୁ ସତର୍କତା ଜାରି
Advertisement
Article Detail0/zeeodisha/odisha1666317

Rainfall Alert: ରାଜ୍ୟରେ ୪ରୁ୫ ଦିନ ପ୍ରବଳ ବର୍ଷା ! ୧୪ ଜିଲ୍ଲାକୁ ସତର୍କତା ଜାରି

Rainfall Alert News In Odia: ହିମାଳୟ ପାଦଦେଶ ତଥା ପଶ୍ଚିମବଙ୍ଗ ଉପତ୍ୟାକାରୁ ବିହାର ପର୍ଯ୍ୟନ୍ତ ଏକ ନିମ୍ନ ଚାପ ରେଖା ରହିଛି। ଏଥିସହ ପଞ୍ଜାବରେ ପଶ୍ଚିମା ଝଡ଼ ଏକ ଘୂର୍ଣ୍ଣିବଳୟ ଆକାରରେ ରହିଛି। ଓଡ଼ିଶା ଉପରେ ଏକ ଗୁରୁଚାପ ବଳୟ ରହିଛି। ଏହା ପ୍ରଭାବରେ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ରହିବ।

Rainfall Alert: ରାଜ୍ୟରେ ୪ରୁ୫ ଦିନ ପ୍ରବଳ ବର୍ଷା ! ୧୪ ଜିଲ୍ଲାକୁ ସତର୍କତା ଜାରି

Rainfall Alert News In Odia: ସାରା ରାଜ୍ୟର ରାଜ୍ୟବାସୀଙ୍କୁ ଏବେ ଗତ କିଛିଦିନ ହେଲା ଆଶ୍ୱସ୍ତି ମିଳିଛି। କାରଣ ତାତିରେ ଡ଼ହଳ ବିକଳ ପରେ ବର୍ଷା ଓ କାଳବୈଶାଖୀ କାରଣରୁ ରାଜ୍ୟ ବାସୀ ଟିକେ ଶାନ୍ତିରେ ନିଶ୍ୱାଃସ ମାରିଛନ୍ତି । ହେଲେ ଗରମରୁ ସିନା ତ୍ରାହି ପାଇଗଲେ ଏବେ ବର୍ଷା ଓ କାଳବୈଶାଖୀ ଚାଷୀ ମାନଙ୍କ ଟେନସନ ବଢାଇଲାଣି। ସୂଚନାନୁଯାୟୀ, ପାଣିପାଗ ବିଭାଗର ଆକଳନ ଅନୁସାରେ ରାଜ୍ୟରେ ଆଗାମୀ ୪ରୁ ୫ ଦିନ ବର୍ଷା ସମ୍ଭାବନା ରହିଛି। ଆକଳନ ଅନୁସାରେ କାଲି ସକାଳ ଯାଏ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। କେବଳ ଏତିକି ନୁହେଁ  କୁଆପଥର ବର୍ଷା ସହ ବଜ୍ରପାତ ଆଶଙ୍କା ମଧ୍ୟ ରହିଛି। 

ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଅନୁସାରେ ବର୍ଷା ସମୟରେ  ୪୦ ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। 
୭ ଜିଲ୍ଲା ଗୁଡ଼ିକ ହେଲା କଟକ, ଯାଜପୁର, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ାରେ  ବଜ୍ରପାତ ହେବା ନେଇ ସମ୍ଭାବନା ରହିଛି। ସେହିପରି  କାଲି ସକାଳ ଯାଏଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ବର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ
ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ମାଲକାନଗିରି, କୋରାପୁଟ ଜିଲ୍ଲାରେ ବି ବର୍ଷା ସହ ବଜ୍ରପାତ ହୋଇପାରେ। 

ପାଣିପାଗ କେନ୍ଦ୍ର ବୈଜ୍ଞାନିକ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲ୍ଲାର କୋକସରାଠାରେ ୭୦ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ବରଗଡ଼ ଜିଲ୍ଲାର ଅତାବିରାରେ ୫୬.୪, ନବରଙ୍ଗପୁରର ଡାବୁଗାଁଠାରେ ୫୬.୨, ସମ୍ବଲପୁରର ବୁର୍ଲାଠାରେ ୫୨.୨ ମିମି ବର୍ଷା ହୋଇଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ବେଳେ କିଛି ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୫୦ କିମି କିମ୍ବା ତା’ଠାରୁ ଅଧିକ ରହିଥିଲା। ହିମାଳୟ ପାଦଦେଶ ତଥା ପଶ୍ଚିମବଙ୍ଗ ଉପତ୍ୟାକାରୁ ବିହାର ପର୍ଯ୍ୟନ୍ତ ଏକ ନିମ୍ନ ଚାପ ରେଖା ରହିଛି। ଏଥିସହ ପଞ୍ଜାବରେ ପଶ୍ଚିମା ଝଡ଼ ଏକ ଘୂର୍ଣ୍ଣିବଳୟ ଆକାରରେ ରହିଛି। ଓଡ଼ିଶା ଉପରେ ଏକ ଗୁରୁଚାପ ବଳୟ ରହିଛି। ଏହା ପ୍ରଭାବରେ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ରହିବ। 

ପାଣିପାଗ ବିଭାଗ ଅନୁଯାୟୀ, ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏପ୍ରିଲ ୨୫, ୨୬ ଓ ୨୭ ତାରିଖରେ ମଧ୍ୟ କାଳବୈଶାଖୀ ପ୍ରଭାବ ଲାଗିରହିବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। 

Also Read: Puri News: ଜଗା ଶରଣରେ ମିଥୁନ୍ ଚକ୍ରବର୍ତ୍ତୀ

Also Read: Sambalpur Communal Clash: ସାମ୍ପ୍ରଦାୟିକ ଦଙ୍ଗା ଘଟଣାରେ ହସ୍ତକ୍ଷେପ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ବିଜେପି ସଭାପତି

Also Read: Kendrapara News: ଦେଶରେ ପ୍ରଥମ ଥର ପାଇଁ ଭିତରକନିକାରେ କରାଗଲା ମ୍ୟାନଗ୍ରୁଭ ପିଟା ପକ୍ଷୀ ଗଣନା