Advertisement
Photo Details/zeeodisha/odisha1598285
photoDetails0hindi

Weather Report: ଏବେଠୁ ଏତେ ଆଗକୁ କେତେ: କଲବଲ କଲାଣି ତାତି

Weather Report:  ରାଜ୍ୟରେ ଅସ୍ତବ୍ୟସ୍ତ କଲାଣି ତାତି। ତତଲା ତାଓ୍ୱା ପାଲଟିଗଲାଣି ରାଜଧାନୀ। ମାର୍ଚ୍ଚ ନସରୁଣୁ ପାରଦ ଏବେ ଉପରମୁହାଁ। ରାଜ୍ୟର ଅନେକ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ପାଖାପାଖି। ମାର୍ଚ୍ଚ ଆରମ୍ଭରୁ ପ୍ରବଳ ତାତି ଅନୁଭୂତ ହେଉଥିବାବେଳେ ଘର ବାହାରକୁ ବାହାରିବାକୁ ଲୋକଙ୍କୁ ଭୟ ଲାଗିଲାଣି । ରାଜ୍ୟର ୫ ସହରରେ ୩୮ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି

1/4

ତାଳଚେରରେ ସର୍ବାଧିକ ୩୮.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଥିବା ବେଳେ ରାଜଧାନୀ ଭୁବନେଶ୍ୱର ଦ୍ୱିତୀୟ ତତଲା ସହର ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Also Read: ରାଜ୍ୟବାସୀଙ୍କୁ ମିଳିବ ୨୫୦ ୟୁନିଟ ବିଜୁଳି ଫ୍ରି !

2/4

ଆସନ୍ତା କିଛି ଦିନରେ ରାଜ୍ୟରେ ଆହୁରି ଗରମ ବଢ଼ିବ ବୋଲି କୁହାଯାଇଛି । ରାଜ୍ୟରେ ମାର୍ଚ୍ଚ ଆରମ୍ଭରୁ ଏତେ ଗରମ ଯେ ଆଗ କଥା ଭାବିଲା ବେଳକୁ ଚିନ୍ତା ଆସୁଛି । ଗତକାଲି ରାଜ୍ୟର ୫ ସହରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଥିଲା ।

Also Read: ପଞ୍ଜାବୀ ପର୍ଯ୍ୟଟକଙ୍କ ଜୋରଦାର ଗୁଣ୍ଡାଗର୍ଦ୍ଦି, ଦେଖନ୍ତୁ ଭିଡ଼ିଓ

3/4

ତାଳଚେରରେ ସର୍ବାଧିକ ୩୮. ୮ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ରାଜ୍ୟର ଦ୍ୱି ତୀୟ ତତଲା ସହର ଥିଲା ରାଜଧାନୀ ଭୁବନେଶ୍ୱର । ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୮. ୪ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ଅନୁଗୁଳରେ ୩୮. ୧, ଝାରସୁଗୁଡ଼ାରେ ଏବଂ ଭଦ୍ରକରେ ୩୮ ଡିଗ୍ରୀ ରେକର୍ଡ ହୋଇଥିଲା ।

Also Read: ଅହମ୍ମଦାବାଦ ଟେଷ୍ଟ ପୂର୍ବରୁ ଦଳକୁ ଲାଗିଲା ଜୋରଦାର ଝଟକା

4/4

ତେବେ ଆଗକୁ ମଧ୍ୟ ଏଭଳି ତାତି ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ପ୍ରବଳ ତାତି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Also Read: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଅଧିନାୟକତ୍ୱ କରିବେନି ରୋହିତ ଶର୍ମା? ବିସିସିଆଇ ଦେଲା ବଡ଼ ଅପଡେଟ୍