ବିପଦ ବଢାଇଲା ବର୍ଷା-କୁହୁଡି ମିଶା ପାଗ, ଆଜି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Advertisement
Article Detail0/zeeodisha/odisha1059510

ବିପଦ ବଢାଇଲା ବର୍ଷା-କୁହୁଡି ମିଶା ପାଗ, ଆଜି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


ପାଣିପାଗ ବିଜ୍ଞାନ କେନ୍ଦ୍ର ଶୁକ୍ରବାର ସକାଳ ୮ଟା ୩୦ ମଧ୍ୟରେ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (Yellow Warning)  ଜାରି କରିଛି। 

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ କଲବଲ କରୁଛି ବର୍ଷା ଓ କୁହୁଡି ମିଶା ପାଗ। ପୂର୍ବ ଉତ୍ତର ପ୍ରଦେଶ ଓ ଏହାର ଆଖପାଖ ଅଂଚଳରେ ଓ୍ବେଷ୍ଟର୍ଣ୍ଣ ଡିଷ୍ଟବାନ୍ସ୍ ହେତୁ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ଏହାସହ ପାଣିପାଗ ବିଜ୍ଞାନ କେନ୍ଦ୍ର କିଛି ସ୍ଥାନରେ ଘନ କୁହୁଡି ଜନିତ ସତର୍କ ସୂଚନା ଜାରି କରିଛି।

ପାଣିପାଗ ବିଜ୍ଞାନ କେନ୍ଦ୍ର ଶୁକ୍ରବାର ସକାଳ ୮ଟା ୩୦ ମଧ୍ୟରେ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (Yellow Warning)  ଜାରି କରିଛି। ମୟୂରଭଂଜ, କେଉଁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେଓଗଡ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ନୂଆପଡା, ବଲାଙ୍ଗିର, ସୋନପୁର ଓ ବୌଦ୍ଧରେ ଘନ କୁହୁଡି (Fog) ନେଇ ସତର୍କ କରାଯାଇଛି।

Also Read: ଗରିବଙ୍କ ପେଟ ମାରି ମାଲାମାଲ ବେପାରୀ; PDS କିରୋସିନ ଓ ଚାଉଳ ଖାଇଗଲେ ପଞ୍ଚାୟତ କର୍ମଚାରୀ

ଏହାସହ ପଶ୍ଚିମ ଓ ଉତ୍ତର ଓଡିଶା (Odisha) ର ଜିଲ୍ଲା ଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain) ସମ୍ଭାବନା ରହିଛି। ତେବେ ଆସନ୍ତା ୧ ତାରିଖ ସକାଳ ପର୍ଯ୍ୟନ୍ତ ଏପରି କୁହୁଡି-ବର୍ଷା ମିଶା ପାଗ ଅନୁଭୂତ ହେବ। ସେପଟେ ଆସନ୍ତା ୫ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ର ବୈଜ୍ଞାନିକ, ଉମାଶଙ୍କର ଦାସ କହିଛନ୍ତି।