Odisha Vigilance: କୁବେର ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ବାହାରିଲା ଅମାପ ସମ୍ପତ୍ତି
Advertisement
Article Detail0/zeeodisha/odisha1387975

Odisha Vigilance: କୁବେର ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ବାହାରିଲା ଅମାପ ସମ୍ପତ୍ତି

Odisha Vigilance Raid: ସୋମବାର ଭୁବନେଶ୍ବର ଜିପିଏଫ ଡିଭିଜିନ-୧ର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ସାମଲଙ୍କ ଭୁବନେଶ୍ବରରେ ଥିବା କାର୍ଯ୍ୟାଳୟ ସାଙ୍ଗକୁ ବାସଭବନ ଓ ସମ୍ପର୍କୀୟ ଘରେ ଭିଜିଲାନ୍ସ ରେଡ୍ କରିଛି। ଭୁବନେଶ୍ୱର, କଟକ ଓ ଜଗତସିଂହପୁରରେ ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା ଅନୁମାନ କରାଯାଉଛି।

Odisha Vigilance: କୁବେର ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ବାହାରିଲା ଅମାପ ସମ୍ପତ୍ତି

Odisha Vigilance, ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୁଣି ଜଣେ କୋଟିପତି ସରକାରୀ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଜିପିଏଫ ଡିଭିଜିନ-୧ର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ଘରେ ରେଡ୍। ସୋମବାର ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି। ଚଢ଼ାଉରେ ୩ ଡିଏସପି, ୧୧ ଇନ୍ସପେକ୍ଟର, ୨ ଜଣ ସବ୍ ଇନ୍ସପେକ୍ଟରଙ୍କ ସହ ୫ ଜଣ ଏଏସଆଇ ଓ ଅନେକ ଅଧିକାରୀ ସାମିଲ ହୋଇଛନ୍ତି।

ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ଭୁବନେଶ୍ବରରେ ଥିବା କାର୍ଯ୍ୟାଳୟ ସାଙ୍ଗକୁ ବାସଭବନ ଓ ସମ୍ପର୍କୀୟ ଘରେ ଭିଜିଲାନ୍ସ ରେଡ୍ କରିଛି। କଟକ ସିଡିଏ ସେକ୍ଟର ୭ର ପ୍ଲଟ ନମ୍ବର E/୧୨୨ରେ ଥିବା ତିନିମହଲା କୋଠା, ସାଲେପୁର ଚମ୍ପତିପାଟଣାରେ ଏକ ମହଲା କୋଠା ଠାବ ହୋଇଛି। ସେହିପରି ଜଟଣୀରେ ଥିବା ଏକ ଫ୍ଲାଟ୍ ଓ ଜଗତସିଂହପୁର କୁଜଙ୍ଗ ନିକଟ ଗଣ୍ଡକିପୁରରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ରେଡ୍ କରାଯାଇଛି। ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ଜଜଙ୍କ ଦ୍ୱାରା ସର୍ଚ୍ଚ ୱାରେଣ୍ଡ ଜାରି କରାଯାଇଛି।

Also Read: Zee Odisha Newsର ମହାପ୍ରଭାବ: ମ୍ୟାଡମ କେତେ ବାଟ ଯିବେ, ଛାଡ଼ିବନି ଭିଜିଲାନ୍ସ

କେଉଁଠି କେଉଁଠି ହୋଇଛି ରେଡ୍?

  • ଭୁବନେଶ୍ୱର ଜିପିଏଚ୍ ଡିଭିଜନ୍ ନଂ-୧ର ଚାମ୍ବର।
  • ଜଟଣୀ, ସୃଷ୍ଟି ପ୍ଲାଜାର ବି ବ୍ଲକରେ ଗୋଟିଏ ଫ୍ଲାଟ୍।
  • କଟକ, ସିଡିଏ, ସେକ୍ଟର ୭ର ପ୍ଲଟ୍ ନଂ ଇ/୧୨୨ରେ ତିନି ମହଲା କୋଠା। 
  • ସାଲେପୁର ଚମ୍ପତିପାଟଣାରେ ଏକ ମହଲା କୋଠା।
  • ସାଲେପୁର ଚମ୍ପତିପାଟଣାରେ ସାଙ୍ଗ ଘରେ।
  • ଜଗତସିଂହପୁରର ଗଣ୍ଡିକାପୁରରେ ସମ୍ପର୍କୀୟଙ୍କ ଘର।

ଭିଡିଲାନ୍ସ ରେଡ ବେଳେ ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ଘର ଓ କାର୍ଯ୍ୟାଳୟରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ମାନସଙ୍କ ସମ୍ପତ୍ତିର ଆକଳନ କରାଯାଇ ନାହିଁ। କିନ୍ତୁ ଭୁବନେଶ୍ୱର, କଟକ ଓ ଜଗତସିଂହପୁରରେ ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା ଅନୁମାନ କରାଯାଉଛି। ତେବେ ରେଡ୍ ସରିବା ପରେ ମାନସଙ୍କ ସ୍ଥାବର ଓ ଅସ୍ଥାବ ସମ୍ପତ୍ତିର ମୂଲ୍ୟାୟନ କରାଯିବ, ତାପରେ ସମ୍ପୂର୍ଣ୍ଣ ତଥ୍ୟ ମିଳିବ ବୋଲି ରେଡରେ ସାମିଲ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।