Matric Exam 2023: ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା, ଫେବୃଆରୀ ୨୦ ରୁ ନବମ ପରୀକ୍ଷା
Advertisement

Matric Exam 2023: ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା, ଫେବୃଆରୀ ୨୦ ରୁ ନବମ ପରୀକ୍ଷା

Odisha Matric Exam 2023: ରାଜ୍ୟରେ ଘୋଷଣା ହେଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ତାରିଖ। ପ୍ରଶ୍ନପତ୍ରର ପାଟର୍ନ ସମ୍ମେଟିଭ ୱାନ୍ ଭଳି ରହିବ। ଏନେଇ ବିସ୍ତୃତ ତଥ୍ୟ ବୋର୍ଡ ୱେବ୍ ସାଇଟରେ ଉପଲବ୍ଧ ଅଛି। ସମ୍ମେଟିଭ ୱାନ ରେ ହୋଇଥିବା ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟର୍ ସମ୍ମେଟିଭ ଟୁ ରେ ମଧ୍ୟ ରହିବ।  

Matric Exam 2023: ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା, ଫେବୃଆରୀ ୨୦ ରୁ ନବମ ପରୀକ୍ଷା

Matric Exam 2023: ରାଜ୍ୟରେ ଘୋଷଣା  ହେଲା ମାଟ୍ରିକ୍ ପରୀକ୍ଷା (Matric Exam Date) ତାରିଖ। ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୭ ତାରିଖ ଯାଏ ଚାଲିବ। ଏନେଇ, ଆଜି ମଧ୍ୟାହ୍ଣରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଏକ ପ୍ରେସମିଟ କରି ‌ଘୋଷଣା କରିଛନ୍ତି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ଉପସ୍ଥିତିରେ ଏହି ଘୋଷଣା କରାଯାଇଛି। ମ‌ାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଫର୍ମଫିଲଅପ୍ ତାରିଖ ଘୋଷିତ ହୋଇନାହିଁ। ଖୁବ୍ ଶୀଘ୍ର ଫର୍ମଫିଲଅପ୍ ତାରିଖ ଘୋଷଣା କରାଯିବ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି କହିଛନ୍ତି। 

ମାଟ୍ରିକ ପରୀକ୍ଷା ସମ୍ବନ୍ଧୀୟ ବଡ଼ ଅପଡେଟ

  • ଏଥର ପରୀକ୍ଷାକୁ ନିର୍ଭୁଲ ଭାବେ କରାଯିବା ଲାଗି ପଦକ୍ଷେପ ନିଆଯାଇଛି 
  • ନେଡାଲ ସେଣ୍ଟରର କୌଣସି ପରିବର୍ତ୍ତନ କରାଯିବ ନାହିଁ
  • ମ‌ାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଫର୍ମଫିଲଅପ୍ ତାରିଖ ଘୋଷଣା ହୋଇନାହିଁ
  • ଖୁବଶୀଘ୍ର ହେବ ଫର୍ମଫିଲଅପ୍ ତାରିଖ ଘୋଷଣା
  • ଚଳିତ ବର୍ଷ ପରୀକ୍ଷାର୍ଥୀ ଅନଲାଇନରେ ଫର୍ମଫିଲଅପ୍ କରିବେ
  • ରାଜ୍ୟର ୫ଲକ୍ଷ ୪୩ ହଜାର ଛାତ୍ରାଛାତ୍ରୀ ଏଥର ମାଟ୍ରିକ୍ ପରୀକ୍ଷା ଦେବେ
  • ମାଟ୍ରିକ ପରୀକ୍ଷା ୩୦୨୯ଟି କେନ୍ଦ୍ରରେ ହେବ

ପ୍ରଶ୍ନପତ୍ରର ପାଟର୍ନ ସମ୍ମେଟିଭ ୱାନ୍ ଭଳି ରହିବ। ଏନେଇ ବିସ୍ତୃତ ତଥ୍ୟ ବୋର୍ଡ ୱେବ୍ ସାଇଟରେ ଉପଲବ୍ଧ ଅଛି। ସମ୍ମେଟିଭ ୱାନ ରେ ହୋଇଥିବା ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟର୍ ସମ୍ମେଟିଭ ଟୁ ରେ ମଧ୍ୟ ରହିବ। ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ସମ୍ମେଟିଭ ୱାନ ଯେତେ ସଂଖ୍ୟକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ସେତିକି ସଂଖ୍ୟକ ପରୀକ୍ଷାର୍ଥୀ ସମ୍ମେଟିଭ ଟୁ ପରୀକ୍ଷା ଦେବେ। ସେହିପରି ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଫେବ୍ରୁଆରୀ ୨୦ ରୁ ନବମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇ ୨୫ ପର୍ଯ୍ୟନ୍ତ ଚାଲିବ। ଏହାପରେ ୨୨ ରୁ ୨୮ ମୂଲ୍ୟାୟନ କରାଯିବ। 

Also Read: Covid19 Vaccination: କୋରୋନା ବିପଦ ମଧ୍ୟରେ ଭାରତ ସମ୍ପୂର୍ଣ୍ଣ ସତର୍କ! ଦ୍ୱିତୀୟ ବୁଷ୍ଟର୍ ଡୋଜ ପ୍ରଦାନକୁ ନେଇ ନିଆଗଲା ବଡ଼ ନିଷ୍ପତ୍ତି

Also Read: CBSE CTET Exam 2023: ସିଟିଇଟି ପରୀକ୍ଷାକୁ ସ୍ଥଗିତ ରଖିଲା ସିବିଏସଇ, ବଦଳିଲା ପରୀକ୍ଷା ତାରିଖ