ମାସକରେ ତିନି ଥର ଓଏଏସ ସ୍ତରରେ ଅଦଳବଦଳ; ଜାଣନ୍ତୁ, କାହାକୁ ମିଳିଲା କେଉଁ ଦାୟିତ୍ୱ?
Advertisement
Article Detail0/zeeodisha/odisha1311823

ମାସକରେ ତିନି ଥର ଓଏଏସ ସ୍ତରରେ ଅଦଳବଦଳ; ଜାଣନ୍ତୁ, କାହାକୁ ମିଳିଲା କେଉଁ ଦାୟିତ୍ୱ?

କେବଳ ଆଠ ଦିନ ଭିତରେ ରାଜ୍ୟ ସରକାର ଦୁଇ ଦୁଇ ଥର ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି। ଶନିବାର ଛୋଟଧରଣର ଅଦଳବଦଳ ହୋଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ତେବେ ଆସନ୍ତୁ ଜାଣିବା କାହାକୁ କେଉଁ ବିଭାଗର ଦାୟିତ୍ୱ ଦିଆଯାଇଛି...

ମାସକରେ ତିନି ଥର ଓଏଏସ ସ୍ତରରେ ଅଦଳବଦଳ; ଜାଣନ୍ତୁ, କାହାକୁ ମିଳିଲା କେଉଁ ଦାୟିତ୍ୱ?

ଭୁବନେଶ୍ୱର: ମାସକ ମଧ୍ୟରେ ତିନି ଥର ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ ହୋଇଛି। କେବଳ ଆଠ ଦିନ ଭିତରେ ରାଜ୍ୟ ସରକାର ଦୁଇ ଦୁଇ ଥର ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି। ଶନିବାର ଛୋଟଧରଣର ଅଦଳବଦଳ ହୋଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ତେବେ ଆସନ୍ତୁ ଜାଣିବା କାହାକୁ କେଉଁ ବିଭାଗର ଦାୟିତ୍ୱ ଦିଆଯାଇଛି...

ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ବିଜ୍ଞପ୍ତି ଅନୁସାରେ-

  • ପୂର୍ବତନ ବିରୋଧୀ ଦଳ ନେତାଙ୍କ ବ୍ୟକ୍ତିଗତ ସଚିବ ଥିବା ତରଣୀସେନ ନାଏକଙ୍କୁ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନରେ ଯୁଗ୍ମ ସଚିବ ଭାବେ ବଦଳି ହୋଇଛି। 
  • କେନ୍ଦ୍ରାଂଚଳ ଆରଡିସିଙ୍କ ସଚିବ ବରିଷ୍ଠ ଓଏଏସ୍ ତୁଷାରକାନ୍ତ ମହାନ୍ତିଙ୍କୁ ଅତିରିକ୍ତ ଭାବେ ଓଡ଼ିଶା ୱାକଫ ବୋର୍ଡ ସିଇଓ ଓ ୱାକଫ୍ ସର୍ଭେ କମିଶନର ଦାୟିତ୍ୱ ତୁଲାଇବାକୁ କୁହାଯାଇଛି।
  • ହୀରାକୁଦ ଡ୍ୟାମ୍ ପ୍ରୋଜେକ୍ଟର ପୂର୍ବତନ ସ୍ୱତନ୍ତ୍ର ଭୂଅଧିଗ୍ରହଣ ଅଫିସର ଦରିଦ୍ରଭଞ୍ଜନ ଏମଏମ୍ ପାତ୍ରଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛି। 
  • ଓଡ଼ିଶା ବିହନ ନିଗମ ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ରଙ୍କୁ ରାଜ୍ୟ ଏଲିମେଂଟାରୀ ଏଜୁକେସନ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।
  • ସମବାୟ ବିଭାଗର ଯୁଗ୍ମ ସଚିବ ବିନୋଦ କୁମାର ସେନାପତିଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ(ପ୍ରଶାସନ) ଭାବେ ବଦଳି ହୋଇଛି। 
  • ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ବରିଷ୍ଠ ଓଏଏସ୍ ଭବେଶ କୁମାର ନାୟକଙ୍କୁ ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଭୁବନେଶ୍ୱରକୁ ବଦଳି ହୋଇଛି।
  • ଓଡ଼ିଶା ୱାକଫ ବୋର୍ଡର ସିଇଓ ତଥା ସର୍ଭେ କମିଶନର ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ସୟେଦ ମହମ୍ମଦ ଅକଦାସଙ୍କୁ କଟକସ୍ଥିତ ରାଜସ୍ୱ ଡିଭିଜନ କମିଶନରଙ୍କ ଅଫିସରେ ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି। 
  • କୋଟପାଡ଼ର ପୂର୍ବତନ ବିଡିଓ ଓଏଏସ୍ ଦାଶରଥୀ ସରବୋଙ୍କୁ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି। 

Also Read: Flood Update: ଜାରି ରହିଛି ପ୍ରକୃତିର ତାଣ୍ଡବ, ବନ୍ୟା ଓ ଭୂସ୍ଖଳନରେ ୨୫ରୁ ଊର୍ଦ୍ଧ୍ୱ ମୃତ

ଏହା ପୂର୍ବରୁ ଅଗଷ୍ଟ ୧୨ ତାରିଖରେ ରାଜ୍ୟରେ ଓଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଥିଲା। ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏକ ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ୍ ଅଫିସର ସତ୍ୟରଞ୍ଜନ ସାହୁଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା। ସେହିପରି ବସୁନ୍ଧରା ଭିତିରିଆଙ୍କୁ କେନ୍ଦୁଝର ଡେପୁଟି କଲ୍ଟେକର ଭାବେ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦିଆଯାଇଥିଲା। ସେତେବେଳେ ମୋଟ ୩୨ଜଣ ଓଏଏସ୍ ଅଫିସରଙ୍କୁ ୩୨ଟି ବ୍ଲକରେ ବିଡିଓ ଭାବେ ବଦଳି କରାଯାଇଥିଲା। ବିଡିଓ ଭାବେ କାର୍ଯ୍ୟ କରୁଥିବା ୧୩ଜଣ ଓଏଏସ୍ ଅଫିସରଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗକୁ ଫେରସ୍ତ କରି ଦିଆଯାଇଥିବାବେଳେ ଲେଫ୍ରିପଡ଼ାରେ ବିଡିଓ ଥିବା ଓଏଏସ୍ ରମେଶ ହାଂସଦାଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ପଠାଇ ଦିଆଯାଇଥିଲା।

ସେହିପରି ଜୁଲାଇ ୨୬ରେ ରାଜ୍ୟ ସରକାର ୧୧ ଜଣ ଓଏଏସଙ୍କୁ ବଦଳି କରାଯାଇଥିଲା। 

  • ବଲାଙ୍ଗୀର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଅନନ୍ତ ନାରାୟଣ ସିଂ ଲାଗୁରିଙ୍କୁ  ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ କରାଯାଇଥିଲା। 
  • ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଥିବା ରିନା ରାଉତଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିଲା। 
  • ଶକ୍ତିକାନ୍ତ ରାୟଙ୍କୁ ଡିଆରଡିଏ ବିଭାଗରୁ ଓଟିଡିସିର ଜେନେରାଲ ମ୍ୟାନେଜର ଭାବେ ବଦଳି କରାଯାଇଥିଲା। 
  • ପ୍ରତାପ ପ୍ରିତିମାୟାଙ୍କୁ ଉପଜିଲ୍ଲାପାଳ କେଉଁଝରରୁ ପିଡି, ଡିଆରଡିଏ ବିଭାଗକୁ ବଦଳି କରାଯାଇଛି।
  • ଇନ୍ଦ୍ରମଣି ନାୟକଙ୍କୁ ପିଡି, ଡିଆରଡିଏ ବିଭାଗରୁ କଟକର ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଥିଲା। 
  • ତାରିଣୀ ସୁନାଙ୍କୁ ଏଲଏଓ କମ ଆରଆରଓ ଝାରସୁଗୁଡରୁ ଅନୁଗୁଳ ଆଠମଲ୍ଲିକର ସବ କଲେକ୍ଟର ଭାବେ ବଦଳି କରାଯାଇଥିଲା।
  • କୁମାର ନାଗାଭୂଷଣଙ୍କୁ ଲୋୟର ସୁକତେଲ ଇରିଗେସନ ପ୍ରୋଜେକ୍ଟର ସ୍ପେଶାଲ ଏଲଏଓରୁ ବଲାଙ୍ଗୀର ଉପଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଥିଲା।
  • ବଲାଙ୍ଗୀର ଉପଜିଲ୍ଲାପାଳ ଲମ୍ବୋଦର ଧାରୁଆଙ୍କୁ ବଲାଙ୍ଗୀରକୁ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ କରାଯାଇଥିଲା। 
  • ଆନନ୍ଦପୁର ତହସିଲଦାର ତପନ କୁମାର ନାଏକଙ୍କୁ ଆଇଟିଡିଏ କେନ୍ଦୁଝରକୁ ବଦଳି କରାଯାଇଥିଲା।
  • ତ୍ରିଲୋଚନ ମହାନ୍ତିଙ୍କୁ ପିଆର ଆଣ୍ଡ ଡିଡବ୍ଲ୍ୟୁ ବିଭାଗର ଯୁଗ୍ମ ସଚିବରୁ ଓଡିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗର ଯୁଗ୍ମ ସଚିବକୁ ବଦଳି କରାଯାଇଥିଲା।
  • କୁମାର ନାଗା ଭୂଷଣଙ୍କୁ ଲୋୟର ସୁକତେଲ ଇରିଗେସନ ପ୍ରୋଜେକ୍ଟର ଅତିରିକ୍ତ ଦାୟିତ୍ୱ ମିଳିଥିଲା। 
  • ସୁକାନ୍ତ କୁମାର ମାଝିଙ୍କୁ ଡିଆରଡିଏ ଝାରସୁଗୁଡାରୁ କେନ୍ଦୁଝର ଚମ୍ପୁଆ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା।