Odisha Police Recruitment: ରାଜ୍ୟରେ ପ୍ରତିଷ୍ଠା ହେବ ୩୬ ନୂଆ ଥାନା, ୫୬୩ ଜଣଙ୍କୁ ମିଳିବ ନିଯୁକ୍ତି
Advertisement

Odisha Police Recruitment: ରାଜ୍ୟରେ ପ୍ରତିଷ୍ଠା ହେବ ୩୬ ନୂଆ ଥାନା, ୫୬୩ ଜଣଙ୍କୁ ମିଳିବ ନିଯୁକ୍ତି

ରାଜ୍ୟର ୩୦ରୁ ୨୪ଟି ଜିଲ୍ଲାରେ ୩୬ଟି ଥାନା ପ୍ରତିଷ୍ଠା ହେବ। କଟକ, ବ୍ରହ୍ମପୁର ଓ ଯାଜପୁରରେ ସର୍ବାଧିକ ତିନୋଟି ଲେଖାଏ ଥାନା ପ୍ରତିଷ୍ଠା ହେବାକୁ ଥିବା ବେଳେ ଭୁବନେଶ୍ବର କମିଶନରେଟ ପୋଲିସ ଅଧିନରେ ଗୋଟିଏ ନୂଆ ଥାନା ହେବ। ଅନୁଗୁଳ, ବାଲେଶ୍ବର, ବଲାଙ୍ଗୀର, କଳାହାଣ୍ଡି, କେନ୍ଦ୍ରାପଡାରେ ଦୁଇଟି ଲେଖାଏ ନୂଆ ଥାନା ପ୍ରତିଷ୍ଠା ହେବ। 

ସୌ- ଓଡିଶା ପୋଲିସ

Odisha Police, ଭୁବନେଶ୍ୱର: ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ଥାନା ଖୋଲିବ। ଶନିବାର ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ନୂଆ ଥାନା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଥାନା ଗୁଡିକ ପରିଚାଳନା ପାଇଁ ୫୬୩ଟି ନିଯୁକ୍ତି ସୃଷ୍ଟି ହେବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟର ୩୦ରୁ ୨୪ଟି ଜିଲ୍ଲାରେ ୩୬ଟି ଥାନା ପ୍ରତିଷ୍ଠା ହେବ। କଟକ, ବ୍ରହ୍ମପୁର ଓ ଯାଜପୁରରେ ସର୍ବାଧିକ ତିନୋଟି ଲେଖାଏ ଥାନା ପ୍ରତିଷ୍ଠା ହେବାକୁ ଥିବା ବେଳେ ଭୁବନେଶ୍ବର କମିଶନରେଟ ପୋଲିସ ଅଧିନରେ ଗୋଟିଏ ନୂଆ ଥାନା ହେବ। ଅନୁଗୁଳ, ବାଲେଶ୍ବର, ବଲାଙ୍ଗୀର, କଳାହାଣ୍ଡି, କେନ୍ଦ୍ରାପଡାରେ ଦୁଇଟି ଲେଖାଏ ନୂଆ ଥାନା ପ୍ରତିଷ୍ଠା ହେବ। ସେହିପରି ବରଗଡ, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଜଗତସିଂପୁର, ଝାରସୁଗୁଡା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, ନଗରଂଗପୁର, ପୁରୀ, ରାୟଗଡା, ସମ୍ବଲପୁର ଓ ସୁବର୍ଣ୍ଣପୁରରେ ଗୋଟିଏ ଲେଖାଏଁ ଥାନା ପ୍ରତିଷ୍ଠା କରିବା ପ୍ରସ୍ତାବକୁ ସରକାର ମଞ୍ଜୁର କରିଛନ୍ତି।

Also Read: Naveen Patnaik Viral Video: ଓଡ଼ିଶାର ବନ୍ୟା ଦେଖି ତାଳି ମାରୁଛନ୍ତି ମୁଖ୍ୟମନ୍ତ୍ରୀ!

ନୂତନ ଭାବରେ ଖୋଲୁଥିବା ନୂଆ ଥାନା ଗୁଡିକ ହେଲା– 

  • ଅନୁଗୁଳ- ବଗେଡିଆ ଓ ଗୋପାଳପ୍ରସାଦ
  • ବାଲେଶ୍ବର- ଗୋପଳପୁର ଓ ଅନନ୍ତପୁର
  • ବରଗଡ- ବରଗଡ ଗ୍ରାମାଞ୍ଚଳ
  • ବଲାଙ୍ଗୀର- ଲକ୍ଷ୍ମୀଜୋର ଓ ଆଗଲପୁର
  • ବୌଦ୍ଧ- ଘଣ୍ଟାପଡା
  • ଭୁବନେଶ୍ବର କମିଶନରେଟ- ମୈତ୍ରୀ ବିହାର
  • କଟକ ଗ୍ରାମାଞ୍ଚଳ- ମାଣିଆବନ୍ଧ, ଜୋଡୁମ ଓ ଭଦ୍ରେଶ୍ବର 
  • ଦେବଗଡ- ଲାଇମୁରା
  • ଢେଙ୍କାନାଳ- ମହାବୀର ରୋଡ
  • ଗଞ୍ଜାମ- ନିମଖଣ୍ଡି, ବେଗୁନିଆପଡା ଓ କୋଟିନଡା
  • ଜଗତସିଂପୁର- କୃଷ୍ଣନନ୍ଦପୁର
  • ଯାଜପୁର- ଅଳକୁଣ୍ଡ, ବ୍ରହ୍ମବରଦା ଓ ଦଶରଥପୁର

Also Read: Odisha Chief Secretary: ପାୱାର କରିଡରରେ ପାୱାର କଟ୍! ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି

  • ଝାରସୁଗୁଡା- ଏୟାରପୋର୍ଟ ପୋଲିସ ଷ୍ଟେସନ
  • କଳାହାଣ୍ଡି- କରଲାପାଟ ଓ କଲାମପୁର
  • କେନ୍ଦ୍ରାପଡା- ପଟାମୁଣ୍ଡାଇ ଗ୍ରାମାଞ୍ଚଳ ଓ କୁଦାନଗରୀ କୋରୁଆ
  • କେନ୍ଦୁଝର- ମନୋହରପୁର
  • ଖୋର୍ଦ୍ଧା- ନାଚୁଣୀ
  • କୋରାପୁଟ- ସୁଙ୍କି
  • ମାଲକାନଗିରି- ମାଲକାନଗିରି ସଦର କୋରକୁଣ୍ଡା
  • ମୟୁରଭଞ୍ଜ- ଭଞ୍ଜପୁର 
  • ନଗରଂଗପୁର- ମଇଦଲପୁର
  • ପୁରୀ- ଚାରିଛକ 
  • ରାୟଗଡା- ରାମନାଗୁଡା
  • ସମ୍ବଲପୁର- ବରେଇପାଲି 
  • ସୁବର୍ଣ୍ଣପୁର- ଲଚ୍ଛିପୁର ଥାନା

Also Read: Odisha Politics: BJDକୁ ଘାରିଛି ଅଦୃଶ୍ୟ ଭୟ, ନିଜ ଦୁର୍ଗ ରକ୍ଷା ଚିନ୍ତାରେ ନୀବନ

ଏହି ସମସ୍ତ ନୂଆ ଥାନାଗୁଡିକ ବର୍ତ୍ତମାନ ଥିବା ଥାନାର ବିଭକ୍ତୀକରଣ ତଥା ଫାଣ୍ଡିଗୁଡିକର ଅପଗ୍ରେଡେସନ କରାଯାଇ ସୃଷ୍ଟି କରାଯାଇଛି। ନୂତନ ଥାନା ଗୁଡିକ ନିମନ୍ତେ ଥାନାଧିକାରୀ ଠାରୁ ଆରମ୍ଭ କରି କନଷ୍ଟେବଳ ପର୍ଯ୍ୟନ୍ତ ବିଭିନ୍ନ ପାହ୍ୟାରେ ୫୬୩ଟି ନୂଆ ପଦବୀ ସୃଷ୍ଟି କରାଯାଇଛି। ୩୬ଟି ନୂଆ ଥାନା  ପ୍ରତିଷ୍ଠା ହେଵା ଦ୍ବାରା ଜନସାଧାରଣଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇ ଦେବା ଦିଗରେ ଓଡିଶା ପୋଲିସର ଉଦ୍ୟମ ଆହୁରି ଶକ୍ତିଶାଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

 

Also Read: Sweta death case: ସାମ୍ନାକୁ ଆସିଲା ଶ୍ବେତାଙ୍କ ଡାଏରୀର କିଛି ଫର୍ଦ୍ଦ, ଜାଣନ୍ତୁ କଣ ଲେଖିଥିଲେ ନ