Odisha Cabinet: ପ୍ରଥମ ରାଜ୍ୟ ଓଡ଼ିଶା, ଯିଏ ତୃତୀୟଲିଙ୍ଗୀ ସନ୍ତାନଙ୍କୁ ଦେବ ପରିବାର ପେନସନ ଜାଣନ୍ତୁ କଣ ମିଳିବ ଫାଇଦା
Advertisement
Article Detail0/zeeodisha/odisha1571585

Odisha Cabinet: ପ୍ରଥମ ରାଜ୍ୟ ଓଡ଼ିଶା, ଯିଏ ତୃତୀୟଲିଙ୍ଗୀ ସନ୍ତାନଙ୍କୁ ଦେବ ପରିବାର ପେନସନ ଜାଣନ୍ତୁ କଣ ମିଳିବ ଫାଇଦା

Odisha Cabinet News: ବିଭାଗର ଏହି ନୂଆ ଯୋଜନା ଲାଗି କ୍ୟାବିନେଟରେ ଅର୍ଥ ମଧ୍ୟ ବ୍ୟୟବରାଦ ହୋଇଛି । ଡ୍ରିମସ୍ ବିଶ୍ବବିଦ୍ୟାଳୟ ୨୦୨୨ ବିଲରେ ସଂଶୋଧନ ପ୍ରସ୍ତାବକୁ ବି ମିଳିଛି ଅନୁମୋଦନ ।କ୍ୟାବିନେଟ ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ର ବାର୍ଷିକ ବଜେଟକୁ ଅନୁମୋଦନ ମିଳିଛି ।

Odisha Cabinet: ପ୍ରଥମ ରାଜ୍ୟ ଓଡ଼ିଶା, ଯିଏ ତୃତୀୟଲିଙ୍ଗୀ ସନ୍ତାନଙ୍କୁ ଦେବ ପରିବାର ପେନସନ ଜାଣନ୍ତୁ କଣ ମିଳିବ ଫାଇଦା

Odisha Cabinet: ରାଜ୍ୟ ସରକାର ନେଇଛନ୍ତି ଏକ ଐତିହାସିକ ପଦେକ୍ଷେପ। ଗତକାଲି ରାଜ୍ୟ କ୍ୟାବିନେଟରେ ୧୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଛି ମୋହର । ତେବେ ସବୁଠାରୁ ବଡ଼ କଥା ହେଲା ଏହି ନିଷ୍ପତ୍ତିରେ ରହିଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ସେଥିମଧ୍ୟରେ ରହିଛି ତୃତୀୟଲିଙ୍ଗୀ ସନ୍ତାନଙ୍କୁ ପରିବାର ପେନସନ ମିଳିବା ନିଷ୍ପତ୍ତି । ଏକମାତ୍ର ଉତ୍ତରାଧିକାରୀ ହୋଇଥିଲେ ଅବିବାହିତ ଝିଅ ଭାବେ ବିବେଚିତ ହୋଇ ପରିବାର ପେନସନ ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି । ଏବଂ କୁହାଯାଉଛି ଏପରି ନିଷ୍ପତ୍ତି ପ୍ରଥମ ରାଜ୍ୟ ହିସାବରେ ଓଡ଼ିଶା ହିଁ ନେଇଛି। ସେହିପରି ଓଡ଼ିଶା ପେନସନ ରୁଲ ୧୯୯୨ରେ ସଂଶୋଧନକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି । 

ସେହିପରି ଯଦି ରାଜ୍ୟର କୌଣସି ଜେଲରେ କୌଣସି କାରଣରୁ କଏଦୀଙ୍କ ମୃତ୍ୟୁ ହୁଏ ତେବେ ସମ୍ପର୍କୀୟଙ୍କୁ କ୍ଷତିପୂରଣ ମିଳିବ । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଙ୍କ ପାଇଁ ମଧ୍ୟ ୧୦୦ ସିଟ୍ ବିଶିଷ୍ଟ ୨୩୭ଟି ହଷ୍ଟେଲ ନିର୍ମାଣ ପ୍ରସ୍ତାବକୁ ମିଳିଛି ଅନୁମୋଦନ । ଗଣଶିକ୍ଷା ବିଭାଗରେ ଛୁଟି ବା ଟ୍ରେନିଂରେ ଯିବା ପରେ ଖାଲି ପଡୁଥିବା ପଦବୀ ପୂରଣ ଲାଗି ଲିଭ ଆଣ୍ଡ ଟ୍ରେନିଂ ରିଜର୍ଭ ପୋଷ୍ଟ (Leave And Training Reserve Post) ତିଆରି ହୋଇଛି । ବିମାନ ଇନ୍ଧନରେ ଭାଟ୍ ୧%କୁ ହ୍ରାସ କରାଯାଇଛି । ଫଳରେ ବିମାନ, ହେଲିକପ୍ଟର, ସିପ୍ଲେନ, ରାଜ୍ୟ ଭିତରେ ଥିବା ଯେକୌଣସି ଜାଗାକୁ ଉଡ଼ିବା ଖର୍ଚ୍ଚ କମିବ । MSME ଉନ୍ନୟନ ନୀତି ୨୦୧୬ରେ ସଂଶୋଧନ ସହା ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ସଂଶୋଧନ ଅଣାଯାଇଛି । 

ରାଜ୍ୟ କ୍ୟାବିନେଟରେ(Odisha Cabinet) ୧୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମଧ୍ୟ ମୋହର ବାଜିଛି । ସମ୍ବଲପୁରରେ ତ୍ରିଲୋଚନ ନେତ୍ରାଳୟ ପାଇଁ ୫ଏକର ଅନୁମୋଦିତ କରିଛି କ୍ୟାବିନେଟ । ସେହିପରି ଜଟଣୀରେ ଶ୍ରୀ ଭିଲେ ପାର୍ଲେ କେଲାବାଣୀ ମଣ୍ଡଲ ବିଶ୍ବବିଦ୍ୟାଳୟ ରାଜ୍ୟ ସରକାର ଜମି ଯୋଗାଇବେ । ଜଳ ସମ୍ପଦ ବିଭାଗର ଡ୍ରେନେଜ ଉନ୍ନତିକରଣ ଯୋଜନାକୁ ଅନୁମୋଦନ ମିଳିଛି । ବିଭାଗର ଏହି ନୂଆ ଯୋଜନା ଲାଗି କ୍ୟାବିନେଟରେ ଅର୍ଥ ମଧ୍ୟ ବ୍ୟୟବରାଦ ହୋଇଛି । ଡ୍ରିମସ୍ ବିଶ୍ବବିଦ୍ୟାଳୟ ୨୦୨୨ ବିଲରେ ସଂଶୋଧନ ପ୍ରସ୍ତାବକୁ ବି ମିଳିଛି ଅନୁମୋଦନ ।କ୍ୟାବିନେଟ ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ର ବାର୍ଷିକ ବଜେଟକୁ ଅନୁମୋଦନ ମିଳିଛି । ଚଳିତ ବଜେଟର ଆକାର ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ଛୁଇଁବ ବୋଲି ଆକଳନ କରାଯାଇଛି ।

ଡ୍ରିମସ୍ ବିଶ୍ବବିଦ୍ୟାଳୟ (Dream Universirt) ୨୦୨୨ ବିଲରେ ସଂଶୋଧନ ପ୍ରସ୍ତାବକୁ ବି ମିଳିଛି ଅନୁମୋଦନ ।କ୍ୟାବିନେଟ ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ର ବାର୍ଷିକ ବଜେଟକୁ (2023-24 Annual Budget) ଅନୁମୋଦନ ମିଳିଛି । ଚଳିତ ବଜେଟର ଆକାର ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ଛୁଇଁବ ବୋଲି ଆକଳନ କରାଯାଇଛି।

Also Read: Kendujhar News: ରାକ୍ଷସୀ ରୂପୀ ମାଆ! ଦୁଇ ଶିଶୁଙ୍କୁ ହତ୍ୟା କଲା ନିଜେବି ରଶିରେ ଝୁଲିଗଲା

Also Read: Puri: ପ୍ରବେଶ ପଥରେ ୧୦୮ ଫୁଟ ଉଚ୍ଚରେ ଉଡିଲା ସ୍ମାରକୀ ଜାତୀୟ ପତାକା