Odisha: ଅଧ୍ୟୟନ କରୁଛନ୍ତି ଅର୍ଚ୍ଚନା, କାରାଗାରରେ ଥାଇ ଦେବେ ଆଇନ ପରୀକ୍ଷା!
Advertisement
Article Detail0/zeeodisha/odisha1537410

Odisha: ଅଧ୍ୟୟନ କରୁଛନ୍ତି ଅର୍ଚ୍ଚନା, କାରାଗାରରେ ଥାଇ ଦେବେ ଆଇନ ପରୀକ୍ଷା!

Bhubaneswar JMFC Court: ଇଣ୍ଟିଗ୍ରେଟେଡ୍ ଲ ପରୀକ୍ଷା ଦେବା ପାଇଁ ପରୀକ୍ଷା ଦେବା ପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ୱରସ୍ଥିତ ଏକ ଅଦାଲତ। କୋର୍ଟ ନିର୍ଦ୍ଦେଶ ଆସିବା ପରେ ଇଣ୍ଟିଗ୍ରେଟେଡ୍ ଲ ପରକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି ଅର୍ଚ୍ଚନା।

Odisha: ଅଧ୍ୟୟନ କରୁଛନ୍ତି ଅର୍ଚ୍ଚନା, କାରାଗାରରେ ଥାଇ ଦେବେ ଆଇନ ପରୀକ୍ଷା!

Archana Nag Will Give The Law Exam: ନ୍ୟାୟିକ ହେପାଜତରେ ରହିଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ନେଇ ଆସିଛି ବଡ଼ ଖବର। ଆଇନ ବିଦ୍ୟା ଅଧ୍ୟୟନ କରୁଥିବା ଅର୍ଚ୍ଚନା ନାଗଙ୍କୁ 
ପରୀକ୍ଷା ଦେବା ପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ୱରସ୍ଥିତ ଏକ ଅଦାଲତ। କୋର୍ଟ ନିର୍ଦ୍ଦେଶ ଆସିବା ପରେ ଇଣ୍ଟିଗ୍ରେଟେଡ୍ ଲ ପରକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି ଯୌନ ଉତ୍ପୀଡନ ମାମଲାର ଅଭିଯୁକ୍ତ ଅର୍ଚ୍ଚନା ନାଗ।

ପରକ୍ଷା ଦେବା ପାଇଁ ଅର୍ଚ୍ଚନା ନାଗ ଫର୍ମ ପୂରଣ କରିଥିଲେ। ଯାହା ପରେ ଜେଲ ମଧ୍ୟରେ ଥାଇ ପରୀକ୍ଷାରେ ହାଜର ଦେବା ପାଇଁ ଏକ ଆଇନଗତ ପ୍ରକ୍ରିୟା ଆରମ୍ଭ ହେବ ବୋଲି ତାଙ୍କ ଓକିଲ ଦେବାଶିଷ ମହାପାତ୍ର ଜଣାଇଛନ୍ତି। 

ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ଲ କଲେଜ ଠାର ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍ ଲ ଅଧ୍ୟୟନ କରୁଛନ୍ତି ଅର୍ଚ୍ଚନା ନାଗ। ଯିଏ ବର୍ତ୍ତମାନ ବର୍ତ୍ତମାନ ବେଆଇନ ଅର୍ଥ କାରବାର ମାମଲାରେ ନ୍ୟାୟିକ ହେପାଜତରେ ଅଛନ୍ତି। ସପ୍ତମ ସେମିଷ୍ଟାର ପରୀକ୍ଷାଲାଗି ଫର୍ମ ପୂରଣ କରିବା ପାଇଁ ଅନୁମତି ଅଦଲତରେ ଆବେଦନ କରିଥିଲେ। ତାଙ୍କୁ ପରୀକ୍ଷା ଲାଗି ଫର୍ମ ପୂରଣ କରିବା ପାଇଁ ତାଙ୍କୁ ଅନୁମତି ଦେଇଛନ୍ତି ଭୁବନେଶ୍ୱର ଜେଏମଏଫସି-୫ କୋର୍ଟ। ପରୀକ୍ଷା ଦେବା ପାଇଁ ଅନୁମତି ଦେବାକୁ ଅଦାଲତକୁ ଅନୁରୋଧ ଜଣାଇଛନ୍ତି। ଏନେଇ କୋର୍ଟ ଅନୁମତି ମିଳିବା ପରେ ଜେଲ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଜେଲ ପରିସରରେ ଥାଇ ଆଇନ ପରୀକ୍ଷା ଦେବେ ବୋଲି କହିଛନ୍ତି ଅର୍ଚ୍ଚନା ନାଗଙ୍କ ଓକିଲ। 

ବେଆଇନ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨୨୪୧ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି। ଯେଉଁଥିରେ ଯୌନ ଉତ୍ପୀଡନ ମାମଲାର ଅଭିଯୁକ୍ତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କ ନାମ ଉଲ୍ଲେଖ ରହିଛି। ଏହି ସମୟରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଏହି ମାମଲାରେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧିନସ୍ଥ ସତ୍ୟ ବିହାରରେ ଅବସ୍ଥିତ ୩ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଳାସପୂର୍ଣ୍ଣ ଘରକୁ ଜବତ କରିଛି।