Budget Session of Odisha Assembly: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ୨୪ ଫେବୃଆରୀରେ ବିଧାନସଭାରେ ଉପସ୍ଥାପିତ ହେବ। ୨୧ ଫେବୃଆରୀରୁ ଆରମ୍ଭ ହେଉଥିବା ବିଧାନସଭାର ବଜେଟ୍ ଅଧିବେଶନ ଅପ୍ରେଲ୍ ୬ ତାରିଖ ପର୍ଯ୍ୟନ୍ତ ଚାଲିବ।
Trending Photos
Odisha Assembly Budget Session 2023: ଆସନ୍ତା ୨୧ ଫେବୃଆରୀରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ। ଯାହା ଅପ୍ରେଲ୍ ୬ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଜାରି ରହିବ। ସେହିପରି
୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ୨୪ ଫେବୃଆରୀରେ ବିଧାନସଭାରେ ଉପସ୍ଥାପିତ ହେବ। ଗୁରୁବାର ଜାରି ହୋଇଥିବା ଏକ ସରକାରୀ ବିଜ୍ଞପ୍ତିରେ ଏ ସମ୍ପର୍କରେ ଜଣାଇ ଦିଆଯାଇଛି।
"ଭାରତୀୟ ସମ୍ବିଧାନର ଧାରା ୧୭୪ (୧) ଦ୍ୱାରା ମୋତେ ପ୍ରଦାନ କରାଯାଇଥିବା କ୍ଷମତାକୁ ବ୍ୟବହାର କରି ମୁଁ ଷୋଡଶ ଓଡିଶା ବିଧାନସଭାର ଦ୍ୱାଦଶ ଅଧିବେଶନ ୨୦୨୩, ୨୧ ଫେବୃଆରୀରେ ଭୁବନେଶ୍ୱରସ୍ଥିତ ଓଡ଼ିଶା ବିଧାନସଭା ଭବନରେ ଅନୁଷ୍ଠିତ ହେବ। ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ସଂସଦୀୟ ବ୍ୟାପାର ବିଭାଗ ଦ୍ୱାରା ଜାରି ହୋଇଥିବା ଚିଠିରେ କହିଛନ୍ତି।
ଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନର କ୍ୟାଲେଣ୍ଡର