Odisha Civil Services 2020 result: ସେଲିବ୍ରିଟିରୁ ସିଭିଲ୍ ସର୍ଭେଣ୍ଟ, 'ଲଭ୍ ଫିଭର' ଫେମ୍ କରିବେ ଲୋକଙ୍କ ସେବା
Advertisement
Article Detail0/zeeodisha/odisha1389556

Odisha Civil Services 2020 result: ସେଲିବ୍ରିଟିରୁ ସିଭିଲ୍ ସର୍ଭେଣ୍ଟ, 'ଲଭ୍ ଫିଭର' ଫେମ୍ କରିବେ ଲୋକଙ୍କ ସେବା

OCS Result 2020: ସେଲିବ୍ରିଟିରୁ ସିଭିଲ୍ ସର୍ଭେଣ୍ଟ, 'ଲଭ୍ ଫିଭର' ଫେମ୍ କରିବେ ଲୋକଙ୍କ ସେବା। ବାଲେଶ୍ବର ସହର ସମଲପୁରସ୍ଥିତ ବାଲିଆ ଅଞ୍ଚଳର ବନ୍ଦନା ପରମାଣିକ OCS Result 2020ରେ ୩୦୪ ରାଙ୍କ ରଖିଛନ୍ତି। ୨୦୨୦ ମାର୍ଚ୍ଚରେ ବନ୍ଦନାଙ୍କ ଅଭିନୀତ 'ଲଭ୍ ଫିଭର' ଚଳଚ୍ଚିତ୍ର ମୁକ୍ତିଲାଭ କରିଛି।

Odisha Civil Services 2020 result: ସେଲିବ୍ରିଟିରୁ ସିଭିଲ୍ ସର୍ଭେଣ୍ଟ, 'ଲଭ୍ ଫିଭର' ଫେମ୍ କରିବେ ଲୋକଙ୍କ ସେବା

OCS Result 2020: ଗତ ଶୁକ୍ରବାର ଓଡିଶା ପ୍ରଶାସନିକ ସେବା-୨୦୨୦ (OCS-2022) ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଯାହା ପରେ ପୂରା ରାଜ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ମୋଟ ୩୯୨ ଜଣ OCS ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ ସର୍ବାଧିକ ୧୪୮ ମହିଳା ଅଛନ୍ତି। ଆଉ ସେହି ମହିଳାଙ୍କ ତାଲିକାରେ ଜଣେ ସେଲିବ୍ରିଟିଙ୍କ ନାମ ମଧ୍ୟ ଯୋଡି ହୋଇଛି। ତେବେ ସେହି ଗ୍ଲାମର ଗାର୍ଲ ହେଉଛନ୍ତି ବାଲେଶ୍ବର ସହର ସମଲପୁରସ୍ଥିତ ବାଲିଆ ଅଞ୍ଚଳର ବନ୍ଦନା ପରମାଣିକ। OCS Result 2020ରେ ବନ୍ଦନା ୩୦୪ ରାଙ୍କ ରଖିଛନ୍ତି। ୨୦୨୦ ମାର୍ଚ୍ଚରେ ବନ୍ଦନାଙ୍କ ଅଭିନୀତ 'ଲଭ୍ ଫିଭର' ଚଳଚ୍ଚିତ୍ର ମୁକ୍ତିଲାଭ କରିଛି।

ଗ୍ଲାମର ଦୁନିଆର କ୍ୱିନ୍ ଏବେ ଗର୍ମେଣ୍ଟ ଚାକିରି କରିବେ। ଲୋକପ୍ରିୟ ଅଭିନେତ୍ରୀ ବନ୍ଦନା ପରମାଣିକ, OCS 2020ରେ ୩୦୪ ରାଙ୍କ ପାଇଛନ୍ତି। ଏନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଛୁଟୁଛି। ଅଭିନୟ ସହ ପାଠ ପଢା ଏତେ ସହଜ ନୁହେଁ। କିନ୍ତୁ ବନ୍ଦନା ନିଜର କଠୋର ଇଚ୍ଛା ଶକ୍ତି ବଳରେ ଏହା କରିଦେଖାଇଛନ୍ତି। ନିଷ୍ଠା, ଅକ୍ଳାନ୍ତ ପରିଶ୍ରମ ଦ୍ବାରା ସେ ଆଜି ଏହି ସଫଳତାକୁ ଛୁଇଁପାରିଛନ୍ତି। ସେ ନିଜ ସ୍ୱପ୍ନ ପୂରଣ କରିବା ପାଇଁ ବନ୍ଦନା ଦିନକୁ ପ୍ରାୟ ୧୦ ଘଣ୍ଟାରୁ ଅଧିକ ସମୟ ପରିଶ୍ରମ କରୁଥିଲେ। ଆଗାମୀ ଦିନରେ ସେ ଭାରତୀୟ ପ୍ରଶାସନୀକ ସେବା (UPSC) ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତି କରିବେ ବୋଲି କହିଛନ୍ତି। କିନ୍ତୁ ପ୍ରଥମ ଥର ପରୀକ୍ଷାରେ ସଫଳତା ପାଇଥିବାରୁ ବନ୍ଦନା ‌ବେଶି ଖୁସି ଅଛନ୍ତି। 

Also Read: Archana Nag : ପ୍ରଯୋଜକଙ୍କୁ ୩ କୋଟି ପାଇଁ ବ୍ଲାକମେଲ୍ , ବାହାର ରାଜ୍ୟ ଓ କେଉଁ ସେଲିବ୍ରେଟି ଥିଲେ

ବାଲେଶ୍ବର ସହର ସମଲପୁରସ୍ଥିତ ବାଲିଆ ଅଞ୍ଚଳରେ ୨୭ ବର୍ଷିଆ ଅଭିନେତ୍ରୀ ବନ୍ଦନା ପରମାଣିକଙ୍କ ଘର। ସେ ସ୍ବର୍ଗତ ସନ୍ତୋଷ ପରମାଣିକ ଓ ଦମୟନ୍ତୀ ପରମାଣିକଙ୍କ ଚାରି ଝିଅ ମଧ୍ୟରୁ ସର୍ବକନିଷ୍ଠା। ବନ୍ଦନାଙ୍କ ପରିବାରର ପ୍ରାୟ ସମସ୍ତେ ସରକାରୀ ଚାକିରିଆ। ସ୍ବର୍ଗତ ସନ୍ତୋଷ ସରକାରୀ ଚାକିରି କରିଥିବା ବେଳେ ତିନି ଝିଅ ମଧ୍ୟ ଚାକିରି କରୁଛନ୍ତି। ବନ୍ଦନା ତାଙ୍କର ଉଚ୍ଚଶିକ୍ଷା ଭୁବନେଶ୍ୱରସ୍ଥିତ ବିଜେବି କଲେଜ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଲାଭ କରିଛନ୍ତି। ପିଲାଟି ଦିନରୁ ମଡେଲିଂ ଓ ଅଭିନୟ ପ୍ରତି ଦୁର୍ବଳତା ଥିଲା। ଆଉ କଲେଜ ପଢିଲା ବାଳେ ସେହି ସ୍ୱପ୍ନ ପୂରଣ ହୋଇଥିଲା। 
୨୦୧୪ରେ ମୁକ୍ତିଲାଭ କରିଥିବା 'ତୁ ଆଉ ମୁଁ' ହେଉଛି ବନ୍ଦନାଙ୍କ ପ୍ରଥମ ଫିଲ୍ମ। ସେ ଏଥିରେ ମୁଖ୍ୟ ନାୟିକା ଭାବେ ଅଭିନୟ କରିଛନ୍ତି। ବନ୍ଦନାଙ୍କ ସହିତ ବିଜେନ୍ଦ୍ର କୁମାର ମିଶ୍ର, ମିହିର ଦାସ, ଅପରାଜିତା ମହାନ୍ତି, କୁନା ତ୍ରିପାଠୀ ଓ ସଲିଲ୍ ମିତ୍ର ପ୍ରମୂଖ ଏହି ଫିଲ୍ମରେ ଅଛନ୍ତି।

ଅଭିନେତ୍ରୀ ବନ୍ଦନା ପରମାଣିକ କୁହନ୍ତି ଯେ, ପାଠପଢା ସମୟରୁ ମଡେଲିଂ, ଅଭିନୟ ଓ ସିଭିଲ ସର୍ଭିସ କରିବାରୁ ଇଚ୍ଛା ଥିଲା। ୨୦୧୪ରେ ତାଙ୍କର ଅଭିନୟ ଓ ଏବେ ସିଭିଲ ସର୍ଭିସ ସ୍ୱପ୍ନ ପୂରଣ ହୋଇଛି। ମହାମାରୀ କୋରୋନା ତାଙ୍କ ଜୀବନକୁ ବଦଳାଇ ଦେଇଥିଲା। ୨୦୨୦ରେ ସେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ସେତେବେଳେ ସେ ଦିନକୁ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରୁଥିଲେ। କିନ୍ତୁ ପରୀକ୍ଷା ସମୟରେ ସେ ପୂରା ଦିନ ପାଠପଢାରେ ବିତାଉଥିଲେ। OCS 2020ରେ ସଫଳତା ପାଇଁ ସେ ତାଙ୍କ ମାଁ ଓ ପରିବାରକୁ ଶ୍ରେୟ ଦେଇଛନ୍ତି। ତେବେ ଏବେ ସେ ଅଭିନୟ ଛାଡି ଲୋକଙ୍କ ସେବା କରିବେ ବୋଲି ବନ୍ଦନା କହିଛନ୍ତି।