ଦାୟିତ୍ୱ ନେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକ
Advertisement
Article Detail0/zeeodisha/odisha911593

ଦାୟିତ୍ୱ ନେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକ

ଗତ ସୋମବାର ଏହି ମର୍ମରେ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

ଦାୟିତ୍ୱ ନେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକ

ଭୁବନେଶ୍ୱର: ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ବିଭାଗୀୟ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ। ରାଜ୍ୟ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ। ତାଙ୍କ ପୂର୍ବରୁ ଏହି ଦାୟିତ୍ୱରେ ରହିଥିଲେ କୃପାସିନ୍ଧୁ ମିଶ୍ର। 

ଯିଏକି ମେ ୩୧ ତାରିଖ ସୋମବାର ଅବସର ଗ୍ରହଣ କରିଛନ୍ତି। ଦୀର୍ଘ ୧ ବର୍ଷ ୧୦ ମାସ ଧରି ସୂଚନା ଓ ଲୋକ ସମ୍ପର୍କ ବିଭାଗ (Information & Public Relation Dept) ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ସେ। ତାଙ୍କର କାର୍ଯ୍ୟକାଳ ସମୟରେ କୋରୋନା ସମୟରେ ଏହି ବିଶ୍ୱ ମହାମାରୀ ସମ୍ପର୍କିତ ତଥ୍ୟ ଗଣମାଧ୍ୟମ ଜରିଆରେ ପ୍ରଦାନ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହା ପୂର୍ବରୁ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରିସାରିଛନ୍ତି।

ଗତ ସୋମବାର  ଏହି ମର୍ମରେ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଅବସର ଗ୍ରହଣ କରିବା ପରେ ବିଦାୟୀ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ରଙ୍କୁ ବିଭାଗୀୟ ବିଦାୟୀକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। କୋଭିଡ୍ କଟକଣା ମଧ୍ୟରେ ଲୋକ ସମ୍ପର୍କ ଭବନ (Lok Sampark Bhawan) ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୀମିତ ସଂଖ୍ୟକ ଅଧିକାରୀ ଏବଂ କର୍ମଚାରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭାଗୀୀୟ ଯୁଗ୍ମ ଶାସନ ସଚିବ, ଯୁଗ୍ମ ନିର୍ଦ୍ଦେଶକ, ଓଡିଶା ସୂଚନା ସେବା ସଂଘର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।