ସାଂସଦ ଅନୁଭବ ମହାନ୍ତିଙ୍କ ପୋଷ୍ଟ: ଓହଃ 'ବର୍ଷା' ଧୋଇନେଲା IPL ମ୍ୟାଚ୍
Advertisement
Article Detail0/zeeodisha/odisha1716037

ସାଂସଦ ଅନୁଭବ ମହାନ୍ତିଙ୍କ ପୋଷ୍ଟ: ଓହଃ 'ବର୍ଷା' ଧୋଇନେଲା IPL ମ୍ୟାଚ୍

MP Anubhav Mohanty FB Post In Odia News: ପୁଣିଥରେ ଚର୍ଚ୍ଚାରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଫେସବୁକ ପେଜ୍ ପୋଷ୍ଟ । ସୋସିଆଲ ମିଡିଆରେ ବାରମ୍ବାର ତାଙ୍କ ପୋଷ୍ଟ କୁ ନେଇ ଫ୍ୟାନ୍ସ ମାନେ ବି ନିଜର କମେଣ୍ଟସ୍ ଦେଉଛନ୍ତି । ଗତକାଲି ଆଇପିଏଲ ମ୍ୟାଚ୍ ବର୍ଷା କାରଣରୁ ବାତିଲ ହୋଇଥିବା ବେଳେ ଏହାକୁ ନେଇ ପୋଷ୍ଟ କରିଛନ୍ତି ଅନୁଭବ ।

ସାଂସଦ ଅନୁଭବ ମହାନ୍ତିଙ୍କ ପୋଷ୍ଟ: ଓହଃ 'ବର୍ଷା' ଧୋଇନେଲା IPL ମ୍ୟାଚ୍

MP Anubhav Mohanty FB Post In Odia News : ଚର୍ଚ୍ଚାରେ ପୁଣିଥରେ ସାଂସଦ ଅନୁଭବ ମହାନ୍ତିଙ୍କ ପୋଷ୍ଟ । ଫେସବୁକରେ ଲେଖିଥିବା ଏହି ପୋଷ୍ଟ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଅନୁଭବ ଲେଖିଛନ୍ତି ଓହଃ 'ବର୍ଷା' ଧୋଇନେଲା IPL ମ୍ୟାଚ୍ । ତେବେ ଏହାକୁ ନେଇ ତାଙ୍କ ଫ୍ୟାନ୍ସ ମାନେ ତାଙ୍କ ପତ୍ନୀ ଅର୍ଥାତ୍ ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି । ଫ୍ୟାନ୍ସ ମାନେ କହିଛନ୍ତି ଯେ, ଅନୁଭବ ବୋଧ ହୁଏ ତାଙ୍କ ପତ୍ନୀଙ୍କୁ ଇଙ୍ଗିତ କରି ଲେଖିଛନ୍ତି । ନିକଟରେ ସାବିତ୍ରୀ ବ୍ରତ ଯାଇଥିବା ବେଳେ ଏକ ଫେସବୁକ ପୋଷ୍ଟ ବେଶ ଭାଇରାଲ ହୋଇଥିଲା । ସାବିତ୍ରୀ ବ୍ରତକୁ ନେଇ ଅନୁଭବ ପୋଷ୍ଟର କ୍ୟାପସନ ଲେଖିଥିଲେ ରିଅଲ୍ ସାବିତ୍ରୀ ବନାମ ଫେକ୍ ସାବିତ୍ରୀ

fallback

ସେ ଲେଖିଥିଲେ ଯେ, ପବିତ୍ର ସାବିତ୍ରୀ ଓଷା (Savitri Osha) ଅବସରରେ ସମସ୍ତ ନାରୀ ଜାତିକୁ ମୋର ହୃଦୟ ଭିତରୁ କୋଟି କୋଟି ପ୍ରଣାମ। ଭଗବାନଙ୍କ ସୃଷ୍ଟିରେ ନାରୀ ହଉଛି ଏକ ଅନନ୍ୟ ସୃଷ୍ଟି । ସେ ମା ରୂପରେ , ଭଉଣୀ ରୂପରେ , ସ୍ତ୍ରୀ ରୂପରେ , ଝିଅ ରୂପରେ ସବୁବେଳେ ପୁରୁଷର ସେବା କରି ଆସିଛି । ଆଜି ଏଇ ବାର୍ତ୍ତା ଟି ସେଇ ନାରୀ ମାନଙ୍କ ପାଇଁ ଯେଉଁମାନେ ନାରୀ ହେଇ ନାରୀ ଜାତିକୁ ଆଉ ସାବିତ୍ରୀ ପୂଜାକୁ ବଦ୍-ନାମ୍ କରୁଛନ୍ତି । ତାଙ୍କ ବିଷୟରେ ଦୁଇ ପଦ କହୁଥିବାରୁ କ୍ଷମା ମାଗୁଛି । ଏମିତି ଅନେକ କଥା ଲେଖି ନିଜ ମନର ବେଦନାକୁ ରଖିଥିଲେ ଶ୍ରୀଯୁକ୍ତ ମହାନ୍ତି । 

ଏଠାରେ କହିରଖୁଛୁ ଯେ, କୋର୍ଟରେ ଝୁଲିକି ରହିଛି ସାଂସଦ ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କ (Varsha Priyadarshini) ପାରିବାରିକ ବିବାଦ ମାମଲା । ଶୁଣାଣି ଉପରେ ଶୁଣାଣି ଚାଲିଛି ହେଲେ ଏପଟେ ବିବାଦ କେବେ କେବେ ଘନେଇବାରେ ମଧ୍ୟ ଲାଗିଛି। ସୋସିଆଲ ମିଡିଆରେ ଉଭୟ ଉଭୟେଙ୍କ ବିରୋଧରେ ଭିଡିଓ ମଧ୍ୟ ଜାରି କରୁଛନ୍ତି । ନିକଟରେ ସୋସିଆଲ ମିଡିଆରେ ସାଂସଦ (MP Anubhav Mohanty) କିଛି ଭିଡିଓ ଜାରି କରିଥିଲେ ଏହାକୁ  ବିରୋଧ କରି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପୁରୀ ଘାଟ ଥାନାରେ ଏତଲା ଦେଇଥିଲେ । ସେ କହିଥିଲେ ଯେ, କୋର୍ଟରେ ମାମଲା ବିଚାରଧୀନ ଥିବା ବେଳେ ସାଂସଦ ଭିଡିଓ ଜାରି କରୁଛନ୍ତି। 'ଭିଡ଼ିଓ କରି ମୋ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଉଛନ୍ତି। ମୋର ମାନହାନି ସହ ଚରିତ୍ରହାନି କରୁଛନ୍ତି ଅନୁଭବ। ଏପରି କରି ମୋତେ ମାନସିକ ଭାବେ ନିର୍ଯାତନା ଦେଇଛନ୍ତି। ମନଗଢ଼ା କାହାଣୀ କହି ମୋତେ ଆକ୍ଷେପ କରୁଛନ୍ତି। ମିଥ୍ୟା ଅଭିଯୋଗ କରି ମୋ ନାରୀତ୍ବକୁ ଅପମାନିତ କରୁଛନ୍ତି ବୋଲି ସେ ନିଜ ଏତଲାରେ ଲେଖିଥିଲେ। 

ସେପଟେ ଫେବୃଆରୀ ୧୭ ତାରିଖରେ  କଟକ ପରିବାର ଅଦାଲତରେ (Cuttack Family Court) ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ପରିବାର ଅଦାଲତରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ସୂଚନାଯୋଗ୍ୟ ଯେ ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ୨୦୨୦ ଜୁଲାଇ ୧୬‌ରେ ପିଟିସନ୍ ଦାଖଲ କରିଥିଲେ। ଏହି ଛାଡ଼ପତ୍ର ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ଅଭିନେତ୍ରୀ ବର୍ଷା ସୁପ୍ରିମେକାର୍ଟଙ୍କ (Supreme Court)  ଦ୍ବାରସ୍ଥ ହୋଇଥିଲେ। ୨୦୨୧ ମାର୍ଚ୍ଚ ୫ରେ ସୁପ୍ରିମକୋର୍ଟରେ ମାମଲାର ଚୂଡାନ୍ତ ଶୁଣାଣି ହୋଇଥିଲା। 

Also Read: Plus 2 admissions: ଆଜିଠୁ ଆରମ୍ଭ ହେଲା ଯୁକ୍ତ ୨ ନାମଲେଖା ପ୍ରକ୍ରିୟା, ଏହି ଦିନ ବାହାରିବ ପ୍ରଥମ ମେରିଷ୍ଟ ଲିଷ୍ଟ 

Also Read: Khordha News: ୫୫ ବର୍ଷ ଧରି ନିଜ ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଛନ୍ତି ଆରିକମା ଗ୍ରାମବାସୀ