ଜାଗର: ଜାଣନ୍ତୁ ମହାଶିବରାତ୍ରୀ ନେଇ ଲିଙ୍ଗରାଜ ମନ୍ଦିରରେ କଣ ରହିଛି ନୀତି ନିର୍ଘଣ୍ଟ
Advertisement
Article Detail0/zeeodisha/odisha1111300

ଜାଗର: ଜାଣନ୍ତୁ ମହାଶିବରାତ୍ରୀ ନେଇ ଲିଙ୍ଗରାଜ ମନ୍ଦିରରେ କଣ ରହିଛି ନୀତି ନିର୍ଘଣ୍ଟ

ଶୃଙ୍ଖଳିତ ପ୍ରବେଶ ପାଇଁ ମନ୍ଦିର ଚତୁଃପାର୍ଶ୍ଵରେ ବ୍ୟାରିକେଡିଂ ହୋଇଛି । ସିଂହଦ୍ବାର ଦେଇ ପ୍ରବେଶ କରିବା ସହ ଉତ୍ତର ଦ୍ୱାର ପ୍ରସ୍ତାନ କରିବେ ଭକ୍ତ । ନିର୍ଦ୍ଧାରିତ ସମୟ ୧୦ ଟା ରେ ମହାଦୀପ (Mahasivaratri) ଉଠିବା ନେଇ ସେବାୟତ କହିଛନ୍ତି । 

 

ଜାଗର: ଜାଣନ୍ତୁ ମହାଶିବରାତ୍ରୀ ନେଇ ଲିଙ୍ଗରାଜ ମନ୍ଦିରରେ କଣ ରହିଛି ନୀତି ନିର୍ଘଣ୍ଟ

ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର: ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଏକାମ୍ରକ୍ଷେତ୍ର । ରାତି ପାହିଲେ ବାବା ଲିଙ୍ଗରାଜଙ୍କ ବଡ ପର୍ବ ଜାଗର ଯାତ୍ରା । ଗତବର୍ଷ ଭଳି ଏଥର ବି କୋଭିଡ କଟକଣାରେ ପାଳନ ହେବ ପର୍ବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଭିଡ ମ୍ୟାନେଜରୁ ପାର୍କିଂ, ପାନୀୟ ଜଳ, ଧାଡି ଦର୍ଶନ, ବ୍ୟାରିକେଡିଂ ସହ ଭଜନମଣ୍ଡପ କାର୍ଯ୍ୟ ଶେଷ ହୋଇଛି । ନୀତିକାନ୍ତି ଶୃଙ୍ଖଳିତ ସହ ନିର୍ଦ୍ଧାରିତ ସମୟରେ ମହାଦୀପ ଉଠିବା ନେଇ ସେବାୟତ ପ୍ରମୁଖ ପ୍ରସ୍ତୁତ ଥିବା କହିଛନ୍ତି । ସକାଳ ୫ଟାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇ କଟକଣାରେ ଜାଗର ଦୀପ ଜାଳିବା ସହ ରାତି ୧୦ଟା ରେ ମହାଦୀପ ଉଠିବାକୁ ନିଷ୍ପତ୍ତି ହୋଇଛି। 

ରାତି ପାହିଲେ ଜାଗର। ଚଳଚଞ୍ଚଳ ଏକାମ୍ରକ୍ଷେତ୍ର, ବାବା ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି ପାଇଁ ପ୍ରସ୍ତୁତି ଚୂଡାନ୍ତ। ରାତି ୩ ଟା ରୁ ଖୋଲିବ ମନ୍ଦିର ମୁଖ୍ୟଦ୍ୱାର
୩ଟା ୩୦ ରେ ମଙ୍ଗଳ ଆଳତି ପରେ ଆରମ୍ଭ ହେବ ଅବକାଶ ନୀତି 
୫ଟା ପରଠାରୁ ଆରମ୍ଭ ହୋଇଯିବ ସାଧାରଣ ଦର୍ଶନ 
ଗର୍ଭଗୃହ ଦର୍ଶନ ମନା, ଆଡ଼କାଠରୁ ଦର୍ଶନ କରିବେ ଭକ୍ତ 

Also Read: ଏହିଦିନ ତିନିଜିଲ୍ଲାରେ ବର୍ଷା ନେଇ ପାଣିପାଗ କେନ୍ଦ୍ରର ଆକଳନ

ଶୃଙ୍ଖଳିତ ପ୍ରବେଶ ପାଇଁ ମନ୍ଦିର ଚତୁଃପାର୍ଶ୍ଵରେ ବ୍ୟାରିକେଡିଂ ହୋଇଛି । ସିଂହଦ୍ବାର ଦେଇ ପ୍ରବେଶ କରିବା ସହ ଉତ୍ତର ଦ୍ୱାର ପ୍ରସ୍ତାନ କରିବେ ଭକ୍ତ । ନିର୍ଦ୍ଧାରିତ ସମୟ ୧୦ ଟା ରେ ମହାଦୀପ (Mahasivaratri) ଉଠିବା ନେଇ ସେବାୟତ କହିଛନ୍ତି । ବିଏମସି ଓ ଜିଲ୍ଲାପାଳଙ୍କ କଟକଣା କୁ ନେଇ ଉଠିଥିବା ଦ୍ୱନ୍ଦ୍ୱ ଦୂର ହୋଇଥିବା ବେଳେ ପୂର୍ବବର୍ଷ ଭଳି ଏଥର ବି କଟକଣା ଭିତରେ ଶିବରାତ୍ରି ହେବା ନେଇ ସେବାୟତ ପ୍ରସ୍ତୁତ ଥିବା କହିଛନ୍ତି।  

Also Read: ସାବଧାନ ଜଙ୍ଗଲ ତସ୍କର ! ଚାରିଆଡ଼େ ଅଛି ପୁଷ୍ପାର ନଜର

ସେହିପରି ଲିଙ୍ଗରାଜ ମନ୍ଦିର (Lingaraj Temple) ପ୍ରଶାସନ ଓ ବିଏମସି ପକ୍ଷରୁ ମଧ୍ୟ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମନ୍ଦିର ସୌନ୍ଦର୍ଯ୍ୟକରଣ ସହ ମନ୍ଦିର ଚତୁଃପାର୍ଶ୍ଵରେ ଥିବା ଛୋଟ ବଡ଼ ମନ୍ଦିର ଆଲୋକୀକରଣ କରିଛି ବିଏମସି । ଏହାସହ ପାନୀୟଜଳ, ଶୌଚାଳୟ ଓ ସ୍ୱଚ୍ଛତା ବ୍ୟବସ୍ଥା ହୋଇଛି । ସେହିଭଳି ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଛି। ରାତିରେ ସାମାଜିକ ଦୂରତା ରକ୍ଷା କରି ଚିହ୍ନଟ ହୋଇଥିବା ସ୍ୱତନ୍ତ୍ର ସ୍ଥାନରେ କେବଳ ଜାଗର ଦୀପ ଜାଳିପାରିବେ ଭକ୍ତ । ସେପଟେ ରାଜଧାନୀର ଏକାଧିକ କଲେଜ ଛାତ୍ରଛାତ୍ରୀ ବାଲି ଓ ରଙ୍ଗ ଦ୍ବାରା ୨ ଫୁଟ୍ ଲମ୍ବ ଏବଂ ୭ ଫୁଟ୍ ଓସାରରେ ଏକ ଶିବଲିଙ୍ଗ ତିଆରି କରିଛନ୍ତି ।

Also Read: ୟୁକ୍ରେନର ଟପ୍ ମେଡିକାଲ ୟୁନିଭର୍ସିଟି; ପଢିବାକୁ ହେଲେ ମୋଟ୍ କେତେ ହୁଏ ଖର୍ଚ୍ଚ

କୋରୋନା (Corona) କାଳରେ ସମସ୍ତ ପର୍ବପର୍ବାଣୀ ଫିକା ପଡ଼ିଥିବାବେଳେ ଆଡ଼ମ୍ବରରେ ପାଳନ ହେବ ମହାଶିବରାତ୍ରି । ଏଥିପାଇଁ ମନ୍ଦିର ସେବାୟତ, ପ୍ରଶାସନ ସମସ୍ତେ ବେଶ ତତ୍ପର ଥିବା ବେଳେ ପ୍ରଭୁକୃପା ଲାଭ କରିବାକୁ ଶ୍ରଦ୍ଧାଳୁଙ୍କ ମନରେ ବେଶ୍ ଉତ୍କଣ୍ଠା ଭରି ରହିଛି ।