IPS Reshuffle: ତିନି ଏସପିଙ୍କୁ ଡିଆଇଜି ପାହ୍ୟା, ଜାଣନ୍ତୁ କିଏ ସମ୍ଭାଳିବେ କେଉଁ ଜିଲ୍ଲାର ଆଇନଶୃଙ୍ଖଳା ଭାର
Advertisement
Article Detail0/zeeodisha/odisha1508084

IPS Reshuffle: ତିନି ଏସପିଙ୍କୁ ଡିଆଇଜି ପାହ୍ୟା, ଜାଣନ୍ତୁ କିଏ ସମ୍ଭାଳିବେ କେଉଁ ଜିଲ୍ଲାର ଆଇନଶୃଙ୍ଖଳା ଭାର

IPS Reshuffle in Odisha : ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାର ଆଜି ଆଇପିଏସସ୍ତରରେଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ୩ ଜଣ ଏସପିଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । ଅଧିକାଂଶ ଜିଲ୍ଲାର ଏସପି ବଦଳିଛନ୍ତି । ଯାଜପୁର ଏସ୍‌ପି ରାହୁଲ ପିଆରଙ୍କୁ ଜଗତସିଂହପୁର‌ରେ ନୂଆ ନିଯୁକ୍ତି ମିଳିଛି। ଢେଙ୍କାନାଳ ଏସ୍‌ପି ଏଲ୍‌ ଦିବ୍ୟାଙ୍କୁ ଭିଜିଲାନ୍ସ ଏସ୍‌ପି ଭାବେ ବଦଳି ହୋଇଛି।

IPS Reshuffle: ତିନି ଏସପିଙ୍କୁ ଡିଆଇଜି ପାହ୍ୟା, ଜାଣନ୍ତୁ କିଏ ସମ୍ଭାଳିବେ କେଉଁ ଜିଲ୍ଲାର ଆଇନଶୃଙ୍ଖଳା ଭାର

IPS Reshuffle: ପୁରୁଣା ବର୍ଷକୁ ବିଦାୟ ଦେଇ ଆସୁଛି ନୂଆବର୍ଷ । ଆଉ ନୂଆବର୍ଷ ପୂର୍ବରୁ ହିଁ ଆଇପିଏସ୍‌ ସ୍ତରରେ ରାଜ୍ୟ ସରକାର ବଡ଼ଧରଣର ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାର ମୋଟ ୧୧ ଜଣ ଏସ୍‌ପିଙ୍କୁ ବଦଳି କରିଛନ୍ତି। ଭଦ୍ରକ ଏସ୍‌ପି ଚରଣ ସିଂ ମୀନାଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଥିଲା ‌‌ବେଳେ ବାଲେଶ୍ବର ଏସ୍‌ପି ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୋଳ ବଦଳି ହୋଇଛି। ସେହିପରି ଯାଜପୁର ଏସ୍‌ପି ରାହୁଲ ପିଆରଙ୍କୁ ଜଗତସିଂହପୁର‌ରେ ନୂଆ ନିଯୁକ୍ତି ମିଳିଛି। ଢେଙ୍କାନାଳ ଏସ୍‌ପି ଏଲ୍‌ ଦିବ୍ୟାଙ୍କୁ ଭିଜିଲାନ୍ସ ଏସ୍‌ପି ଭାବେ ବଦଳି ହୋଇଛି।

  • ସେହିପରି ଡିଜି ପାହ୍ୟାକୁ ଯାଇଛନ୍ତି ମୋଟ ତିନି ଅଫିସର
  • ବ୍ରିଜେଶ କୁମାର ରାୟଙ୍କୁ ଅନୁଗୋଳ ରେଞ୍ଜ ଡିଆଇଜି ଭାବେ ନିଯୁକ୍ତି ମିଳିଛି
  • ଜଗତସିଂହପୁର ଏସ୍‌ପି ଅଖିଳେଶ୍ବର ସିଂହ ପଦୋନ୍ନତି ପାଇ ଏସ୍‌ଏପି ଡିଆଇଜି ପଦବୀରେ ରହିବେ
  • ନୂଆପଡ଼ା ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କୁ ସୁନ୍ଦରଗଡ଼
  • କନ୍ଧମାଳ ଏସ୍‌ପି ବିନିତ ଅଗ୍ରୱାଲଙ୍କୁ ଯାଜପୁର
  • କୋରାପୁଟ ଏସ୍‌ପି ବରୁଣ ଗୁଣ୍ଟୁପଲ୍ଲୀଙ୍କୁ ଭଦ୍ରକ
  • ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥଙ୍କୁ ବାଲେଶ୍ବର ବଦଳି 
  • ଅନ୍ୟପଟେ ବାଲିଗୁଡ଼ା, ମାଲକାନଗିରି, କେସିଙ୍ଗା ଏସ୍‌ଡିପିଓ ପଦୋନ୍ନତି ହୋଇଛି।
  • ବାଲିଗୁଡ଼ା ଏସ୍‌ଡିପିଓ ଗୁନ୍ଦଲା ରେଡ୍ଡୀଙ୍କୁ ନୂଆପଡ଼ା
  • ମାଲକାନଗିରି ଏସ୍‌ଡିପିଓ ଶୁଭେନ୍ଦୁ ପାତ୍ର 
  • କେସିଙ୍ଗା ଏସ୍‌ଡିପିଓ ଅଭିନବ ସୋନକାରଙ୍କୁ ଯଥାକ୍ରମେ ନୂଆପଡ଼ା
  • କନ୍ଧମାଳ ଓ କୋରାପୁଟ ଏସ୍‌ପି ଭାବେ ନୂଆ ନିଯୁକ୍ତି ମିଳିଛି
  • ସ୍ପେଶାଲ ବ୍ରାଞ୍ଚ ଏସ୍‌ପି ଜ୍ଞାନ ରଂଜନ ମହାପାତ୍ରଙ୍କୁ ଢେଙ୍କାନାଳ ଏସ୍‌ପି ଭାବେ ବଦଳି ହୋଇଛି।

ସେହିପରି ଆଜି ମଧ୍ୟାହ୍ଣ ସମୟରେ ରାଜ୍ୟର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢାଇଥିଲେ ଓଡ଼ିଶା ସରକାର। ଡିସେମ୍ବର ୩୦ ତାରିଖ ଶୁକ୍ରବାର ଏ ସମ୍ପର୍କିତ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ଗତ ଜୁଲାଇ ପହିଲାରୁ ଏହା ପିଛିଲା ଭାବେ ଲାଗୁହେବ। ସର୍ବଶେଷ ସଂଶୋଧନ ସହିତ ବର୍ତ୍ତମାନ ମହଙ୍ଗା ଭତ୍ତା ୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବୃଦ୍ଧିପାଇଛି।