Weather Update: ଆସନ୍ତା ୪ ଦିନ ଓଡ଼ିଶାବାସୀଙ୍କୁ ନିସ୍ତାର ନାହିଁ, ଏହି ସବୁ ଜିଲ୍ଲାରେ ଲଗାଣ ବର୍ଷା ସହ ବଜ୍ରପାତ ସମ୍ଭାବନା
Advertisement
Article Detail0/zeeodisha/odisha1335238

Weather Update: ଆସନ୍ତା ୪ ଦିନ ଓଡ଼ିଶାବାସୀଙ୍କୁ ନିସ୍ତାର ନାହିଁ, ଏହି ସବୁ ଜିଲ୍ଲାରେ ଲଗାଣ ବର୍ଷା ସହ ବଜ୍ରପାତ ସମ୍ଭାବନା

Weather Update, ଆଞ୍ଚଳିକ ପାଣିପାଗ କେନ୍ଦ୍ର ସବୁବେଳେ ଆଜି ସକାଳ ସାଢେ ଆଠରୁ ଆସନ୍ତାକାଲି ସକାଳ ଆଠ ପର୍ଯ୍ୟନ୍ତ ସମୟକୁ ନେଇ ଆକଳନ କରିଥାଏ। ତାହାରି ଅନୁସାରେ ସୋମବାର ନୂଆପଡା, ବଲାଙ୍ଗିର, ବରଗଡ, ସମ୍ବଲପୁର, ଦେବଗଡ, ଝାରସୁଗୁଡା ଓ ସୁନ୍ଦରଗଡକୁ ଛାଡ଼ିଦେଲେ ରାଜ୍ୟବ୍ୟାପୀ ବର୍ଷା ହେବ। 

Weather Update: ଆସନ୍ତା ୪ ଦିନ ଓଡ଼ିଶାବାସୀଙ୍କୁ ନିସ୍ତାର ନାହିଁ, ଏହି ସବୁ ଜିଲ୍ଲାରେ ଲଗାଣ ବର୍ଷା ସହ ବଜ୍ରପାତ ସମ୍ଭାବନା

Weather Update: ରାଜ୍ୟବାସୀଙ୍କ ବୋଝ ଉପରେ ନଳିତା ବିଡା ସାଜିଛି ଲଘୁଚାପ ବର୍ଷା। ଦୁଇ ଦୁଇଟି ବନ୍ୟାର ସମ୍ନା କରିବା ପରେ ଏବେ ପୁଣି ଥରେ ରାଜ୍ୟରେ ବନ୍ୟା ଆଶଙ୍କା ଘାରିଛି। ରବିବାର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୪ ଦିନ ପାଇଁ ସତର୍କତା ଜାରି କରାଯାଇଛି। ସୋମବାର ଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ବିଶେଷ କରି ଉପକୂଳ ଓ ଦକ୍ଷିଣ ଓଡିଶାରେ ଲଗାଣ ବର୍ଷା ସାଙ୍ଗକୁ ଘଡଘଡି ଓ ବଜ୍ରପାତ ସମ୍ଭାବନା ଅଛି। ଫଳରେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ସବୁବେଳେ ଆଜି ସକାଳ ସାଢେ ଆଠରୁ ଆସନ୍ତାକାଲି ସକାଳ ଆଠ ପର୍ଯ୍ୟନ୍ତ ସମୟକୁ ନେଇ ଆକଳନ କରିଥାଏ। ତାହାରି ଅନୁସାରେ ସୋମବାର ନୂଆପଡା, ବଲାଙ୍ଗିର, ବରଗଡ, ସମ୍ବଲପୁର, ଦେବଗଡ, ଝାରସୁଗୁଡା ଓ ସୁନ୍ଦରଗଡକୁ ଛାଡ଼ିଦେଲେ ରାଜ୍ୟବ୍ୟାପୀ ବର୍ଷା ହେବ। ବର୍ଷା ହେବାକୁ ଥିବା ସମସ୍ତ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ହୋଇପାରେ। ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। ସେଥିପାଇଁ ସୋମବାର ପାଇଁ ୨୩ ଜିଲ୍ଲାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Also Read: Odisha Weather Update: ବନ୍ୟା ପରେ ମାଡ଼ି ଆସୁଛି ବାତ୍ୟା! ସୋମବାରଠୁ ରାଜ୍ୟରେ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲାକୁ ସତର୍କତା

ମଙ୍ଗଳବାର ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା ଓ ପୁରୀକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ବୁଧବାର ମଧ୍ୟ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେଥିପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, ଗଞ୍ଜାମ ଓ କନ୍ଧମାଳକୁ ସତର୍କ କରାଯାଇଛି। ଗୁରୁବାର ବେଳକୁ ରାଜ୍ୟରେ ପୁଣି ବର୍ଷାର ପରିମାଣ ବୃଦ୍ଧି ପାଇବ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳି ବର୍ଷିପାରେ।

ତେବେ ଏହି ଚାରି ଦିନ ପଶ୍ଚିମ ଓଡିଶାରେ ବର୍ଷାର ପରିମାଣ କମ ରହିବ କିମ୍ବା ଶୁଖିଲା ପାଗ ରହିବ। କିନ୍ତୁ ଦକ୍ଷିଣ ଓଡିଶାରେ ଲଗାତର ବର୍ଷା ହେବା ସମ୍ଭାବନା ରହିଛି। ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଗୋଟିଏ ଆସନ୍ତା ୬ ତାରିଖ ଓ ଅନ୍ୟଟି ୧୩ ତାରିଖ ବେଳକୁ ଆସିପାରେ। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ। ତେବେ ୪ ତାରିଖରୁ ରାଜ୍ୟରେ ପାଗ ବଦଳିବା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଏହି ସମୟରେ ବର୍ଷାର ପରିମାଣ ବଢ଼ିବା ସମ୍ଭାବନା ରହିଛି। ସେହିପରି ୧୩ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ହୋଇପାରେ। ଏହାର ପ୍ରଭାବରେ ମଧ୍ୟ ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି। ଗତ ମାସରେ ରାଜ୍ୟରେ ଦୁଇ ଦୁଇଟି ବନ୍ୟା ହୋଇଥିଲା।