Archana Nag case: କମିଶନରେଟ ପୋଲିସ ଉପରେ ଭରସା କରୁନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ!
Advertisement

Archana Nag case: କମିଶନରେଟ ପୋଲିସ ଉପରେ ଭରସା କରୁନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ!

Lady Blackmailer Archana Nag case: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ (Archana Nag) ବିଜନେସ ପାର୍ଟନର ଖଗେଶ୍ୱର ପାତ୍ର ଶେଷରେ ବନ୍ଧା ହୋଇଛନ୍ତି । ଗୁରୁବାର ଦିନ ଖଗେଶ୍ୱରଙ୍କ ଘର ସମେତ ଶୋ’ ରୁମ୍‌ରେ ପଶି ତନାଘନା ଚଳାଇଥିବା ଇଡି ଆଜି ଅର୍ଥାତ ଶୁକ୍ରବାର ଦିନ ସନ୍ଧ୍ୟାରେ ତାଙ୍କୁ ଉଠାଇ ନେଇଛି ।

Archana Nag case: କମିଶନରେଟ ପୋଲିସ ଉପରେ ଭରସା କରୁନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ!

Archana Nag case, ଭୁବନେଶ୍ୱର: ଭରସାଯୋଗ୍ୟ ନୁହେଁ କି କମିଶନରେଟ ପୋଲିସ? କମିଶନରେଟ ପୋଲିସ ବଦଳରେ ସିଆଇଏସଏଫକୁ କାହିଁକି ଧରି ବୁଲୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ? ଅର୍ଚ୍ଚନା ନାଗ ମାମଲାରେ କମିଶନରେଟ ପୋଲିସ ହୋଇଛି କି ଦୁର୍ବଳ? ଏଭଳି ଅନେକ ପ୍ରଶ୍ନ ଏବେ ଜନସାଧରଣଙ୍କ ମନରେ ଉଙ୍କି ମାରୁଛି। ଆଉ ଏପରି ପ୍ରଶ୍ନ ଉଠିବା ମଧ୍ୟ ସ୍ୱଭାବିକ! କାରଣ ଅର୍ଚ୍ଚନା ନାଗ ମାମଲାରେ ଇଡି ରେଡ୍ ବେଳେ ସ୍ଥାନୀୟ ପୋଲିସ ବଦଳରେ କେନ୍ଦ୍ରୀୟ ସୁରକ୍ଷା ବାହୀନି ଉପସ୍ଥିତ ଥିଲେ। 

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ନେଇ ଗତ ଦୁଇ ମାସ ହେବ ରାଜ୍ୟରେ ଚର୍ଚ୍ଚ ଚାଲିଛି। ଫିଲ୍ମ ନିର୍ମାତା ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ ଅଭିଯୋଗରେ ଅର୍ଚ୍ଚନା ଗିରଫ ହେବା ପରେ ତାଙ୍କର କଳା ସାମ୍ରାଜ୍ୟ ଉପରୁ ଗୋଟିଏ ପରେ ଗୋଟିଏ ପରଦା ହଟିବାରେ ଲାଗିଛି। ବ୍ଲାକମେଲରୁ ଆରମ୍ଭ ହୋଇଥିବା ମାମଲା ସେକ୍ସ ରାକେଟ ଓ ଏବେ ମନିଲଣ୍ଡ୍ରିଂରେ ପରିଣତ ହୋଇଛି। ମାମଲାରେ ଇଡିର ଏଣ୍ଟ୍ରୀ ହୋଇଛି। ଗୁରୁବାର ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ (Archana Nag) ବିଜନେସ ପାର୍ଟନର ଖଗେଶ୍ୱର ପାତ୍ର ଘର ସମେତ ଶୋ’ରୁମ୍‌ରେ ପଶି ଇଡି ତନାଘନା ଚଳାଇଥିଲା। ପରେ ଶୁକ୍ରବାର ସନ୍ଧ୍ୟାରେ ଇଡି, ଖଗେଶ୍ୱରଙ୍କୁ ଉଠାଇ ନେଇ ଶନିବାର ସକାଳୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏପରି ସମୟରେ SIT ସ୍କାନରକୁ ଅର୍ଚ୍ଚନା ନାଗ ଆସିଛନ୍ତି। ନାଗଙ୍କ ବେଆଇନ୍ ଅର୍ଥ କାରବାର ମାମଲାର କଳା ଧନ ପ୍ରସଙ୍ଗର ତଦନ୍ତ କରୁଥିବା ଏସ୍ଆଇଟି ଇଡିକୁ ରିପୋର୍ଟ ମାଗିଛି। 

Also Read: Archana Nag case: ନାଗଙ୍କ ବିଜନେସ ପାର୍ଟନର ଖଗେଶ୍ୱର ପାତ୍ରଙ୍କୁ ଗିରଫ କଲା ED, ତେଜିଲା ରାଜ୍ୟ ରାଜନୀତି

ଅନ୍ୟପଟେ ଅର୍ଚ୍ଚନା ନାଗ ମାମଲାରେ କମିଶନରେଟ ପୋଲିସର ବିଶ୍ୱାସନୀୟତା ଉପରେ ସନ୍ଦେହ ସୃଷ୍ଟି ହୋଇଛି। କାରଣ ଇଡି ଖଗେଶ୍ୱରଙ୍କ ଘରେ ଓ ଚଢାଉ ବେଳେ କମିଶନରେଟ ପୋଲିସର ସାହାଯ୍ୟ ନେଇ ନାହିଁ। ଇଡିର ଏହି ଚଢଉ ବେଳେ ସିଆଇଏସଏଫ ଯବାନମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ସାଧାରଣତଃ କୌଣସି ରାଜ୍ୟରେ ଇଡି କିମ୍ବା ଆୟକର ବିଭାଗର ଚଢଉ ସମୟରେ ସ୍ଥାନୀୟ ପୋଲିସ ଉପସ୍ଥିତ ରହୁନ୍ତି। କିନ୍ତୁ ଅର୍ଚ୍ଚନା ନାଗ ମାମଲାରେ ଇଡି, କେନ୍ଦ୍ରୀୟ ସୁରକ୍ଷା କର୍ମୀଙ୍କ ସାହାଯ୍ୟ ନେଇଛି। ଯାହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। କେବଳ ପ୍ରଶ୍ନ ନୁହଁ, ଲୋକେ ଯାହା ସନ୍ଦେହ କରୁଥିଲେ ତାହା ସତ ହୋଇଥିବା ମଧ୍ୟ କୁହାଯାଉଛି। କାରଣ ଅର୍ଚ୍ଚନା ନାଗ ମାମଲାରେ ପ୍ରଥମରୁ ହିଁ କମିଶନରେଟ ପୋଲିସର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠିଥିଲା। ମାମଲାରେ ଅନେକ ଶାସକ ଓ ବିରୋଧି ଦଳର ନେତା ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଛି। ତେଣୁ ଏହି ମାମଲାରୁ କମିଶନରେଟ ପୋଲିସ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଥିଲା।

ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ଘନିଷ୍ଟ ବନ୍ଧୁ ଓ ବିଜିନେସ୍ ପାର୍ଟନର ହେଉଛନ୍ତି ଖଗେଶ୍ଵର ପାତ୍ର। ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ଼ ଆରମ୍ଭ କରିଥିବା ଇଡି ଗୁରୁବାର ଓ ଶୁକ୍ରବାର ଦିନ ସାରା ୬ଟି ସ୍ଥାନରେ ଏକକାଳୀନ ରେଡ କରିଥିଲା। କଳାହାଣ୍ଡିର କେସିଙ୍ଗାସ୍ଥିତ ଅର୍ଚ୍ଚନାଙ୍କ ପୈତୃକ ବାସଭବନ, ଭୁବନେଶ୍ୱରସ୍ଥିତ ସତ୍ୟବିହାର କୋଠା, ଜଳେଶ୍ୱରରେ ଥିବା ଅର୍ଚ୍ଚନାଙ୍କ ଶାଶୁଘରେ ଏକକାଳୀନ ଚଢ଼ଉ କରିଛି। ଏହାବାଦ ଖଗେଶ୍ୱରଙ୍କ ଭିଙ୍ଗାରପୁର କୁରାଙ୍ଗ ଶାସନସ୍ଥିତ ଗଙ୍ଗେଶ୍ୱର ଘରେ, ଭୁବନେଶ୍ୱର ହଂସପାଳ ଓ ରସୁଲଗଡ଼ସ୍ଥିତ ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ସୋ ରୁମ୍‌ରେ ବି ଚଢ଼ାଉ କରି ବିଭିନ୍ନ କାଗଜପତ୍ର ଇଡି ଯାଞ୍ଚ କରିଥିଲା। ପ୍ରାଥମିକ ଯାଞ୍ଚରୁ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ସହ ଖଗେଶ୍ୱରଙ୍କ ବ୍ୟାଙ୍କ୍ ଟ୍ରାଞ୍ଜାକ୍ସନ ଲିଙ୍କ୍ ମିଳିଛି। ୨୦୧୭ରୁ ବ୍ୟାଙ୍କ୍ ଟ୍ରାଞ୍ଜାକ୍ସନ ଲିଙ୍କ୍ ପ୍ରମାଣ ଇଡି ହାତରେ ଲାଗିଛି। ତେଣୁ କୋର୍ଟ ଚାଲାଣ ପରେ ଖଗେଶ୍ୱରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ଆଣିବ ବୋଲି କୁହାଯାଉଛି।

Also Read: Husband cheats wife: ସ୍ତ୍ରୀର ମୂଲ୍ୟ ସାଢ଼େ ପାଞ୍ଚ ଲକ୍ଷ, ଭାଇ ସାଜି ସ୍ୱାମୀ କଲା କନ୍ୟାଦାନ!

ଅର୍ଚ୍ଚନାଙ୍କ ଆର୍ଥିକ କାରବାର ସଂପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଇଡି ହାତରେ ଲାଗିଥିବା ଜଣାଯାଇଛି। ହେଲେ ଆକାଉଣ୍ଟ ବଦଳରେ ଅର୍ଚ୍ଚନା ହାତାହାତି କ୍ୟାସ୍ କାରବାର କରିଥିବାରୁ ଇଡିକୁ ଏହାର ସମ୍ପୂର୍ଣ୍ଣ ତଥ୍ୟ ହାତେଇବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ବହୁ ପ୍ରଭାବଶାଳୀ ନେତା, ମନ୍ତ୍ରୀ ଓ ସରକାରୀ ବାବୁଙ୍କ ଲିଙ୍କ୍ ରହିଥିବା ଅନୁମାନ କରାଯାଉଛି। ସେପଟେ ଏହି ମାମଲା ଏବେ SIT ସ୍କାନରକୁ ଚାଲି ଆସିଛି। ଏସ୍ଆଇଟି, ଅର୍ଚ୍ଚନା ନାଗଙ୍କ ବେଆଇନ୍ ଅର୍ଥ କାରବାର ମାମଲାର ରିପୋର୍ଟ ଇଡିକୁ ମାଗିଛି। ଆସନ୍ତା ୧୩ ତାରିଖରେ ଦିଲ୍ଲୀରେ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏସ୍ଆଇଟି ବୈଠକ ବସିବ। ଉକ୍ତ ବୈଠକରେ ଅର୍ଚ୍ଚନାଙ୍କ ବେଆଇନ୍ ଅର୍ଥ କାରବାର ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।