ହାଡ଼ ଭଙ୍ଗା ଜାଡ଼; ୪ ଜିଲ୍ଲାକୁ ପ୍ରବଳ ଶୀତ ଲହରୀ ନେଇ ୟେଲୋ ୱାର୍ଣ୍ଣିଂ
Advertisement
Article Detail0/zeeodisha/odisha1061461

ହାଡ଼ ଭଙ୍ଗା ଜାଡ଼; ୪ ଜିଲ୍ଲାକୁ ପ୍ରବଳ ଶୀତ ଲହରୀ ନେଇ ୟେଲୋ ୱାର୍ଣ୍ଣିଂ

ଅନୁଗୋଳ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି଼ ଦେଖାଦେବାର ସମ୍ଭାବନା ରହିଛି ।

ହାଡ଼ ଭଙ୍ଗା ଜାଡ଼; ୪ ଜିଲ୍ଲାକୁ ପ୍ରବଳ ଶୀତ ଲହରୀ ନେଇ ୟେଲୋ ୱାର୍ଣ୍ଣିଂ

ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର: କମିବ କୁହୁଡି, ବଢିବ ଶୀତ । ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ କୌଣସି ବର୍ଷା ହେବାର ସମ୍ଭାବନା ନାହିଁ । ଏହାସହ ୨ ଦିନ ମଧ୍ୟରେ ରାଜ୍ୟରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରା ଖସିବାର ସମ୍ଭାବନା ରହିଛି । 

ତେବେ ଆସନ୍ତା ଆସନ୍ତାକାଲି ସକାଳ ୮ଟା୩୦ ମଧ୍ୟରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡି଼ଶା ସହ ଅନୁଗୋଳ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି଼ (Fog) ଦେଖାଦେବାର ସମ୍ଭାବନା ରହିଛି  ଏହାପରେ ଆସନ୍ତାକାଲିଠାରୁ ଶୀତ ଲହରୀ (Cold Wave)  ଫେରିବା ନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । 

୩ ତାରିଖ ଓ ୪ ତାରିଖ ଦୁଇ ଦିନ ୪ ଜିଲ୍ଲା ଝାରସୁଗୁଡା, ବରଗଡ, ସୁନ୍ଦରଗଡ ଓ ବଲାଙ୍ଗୀରରେ ଶୀତ ଲହରୀ ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି କେନ୍ଦ୍ର ।