Orissa High Court: ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସ କ୍ରମେ ଓଡିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଳୀଧରଙ୍କୁ ଚେନ୍ନାଇ ହାଇକୋର୍ଟକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଜଷ୍ଟିସ୍ ଯସୱନ୍ତ ସିଂହଙ୍କୁ ନିଯୁକ୍ତ କରିବାକୁ କଲେଜିୟମ ନିଷ୍ପତ୍ତି ନେଇଛି। ୧୯୬୧ରେ ହରିୟାଣାରେ ଜନ୍ମିତ ଜଷ୍ଟିସ୍ ଜସୱନ୍ତ ସିଂହ ୨୦୨୧ ଅକ୍ଟୋବରରେ ଓଡିଶା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ।
Trending Photos
Orissa High Court, କଟକ: ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ବଦଳି ହୋଇଛି। ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସ କ୍ରମେ ଓଡିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଳୀଧରଙ୍କୁ ଚେନ୍ନାଇ ହାଇକୋର୍ଟକୁ ବଦଳି କରାଯାଇଛି। ଜଷ୍ଟିସ ମୁରଳୀଧରଙ୍କ ସ୍ଥାନରେ ଜଷ୍ଟିସ୍ ଯସୱନ୍ତ ସିଂହଙ୍କୁ ନିଯୁକ୍ତି କରାଯିବ। ତେବେ ଜଷ୍ଟିସ୍ ସିଂହ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କ ସମ୍ମୁଖରେ ଅନେକ ଆହ୍ୱାନ ରହିଛି। ତେବେ ତାଙ୍କ ଆଗରେ ସବୁଠାରୁ ବଡ ଚ୍ୟାଲେଞ୍ଜ ହେଉଛି ସଂଖ୍ୟା। ବର୍ତ୍ତମାନ ହାଇକୋର୍ଟରେ ଲକ୍ଷାଧିକ ମାମଲା ପଡିରହିଛି କିନ୍ତୁ ଆବଶ୍ୟକତା ଠାରୁ ଏକତୃତୀୟାଂଶ ବିଚାରପତି କମ ରହିଛନ୍ତି।
ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସ କ୍ରମେ ଓଡିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଳୀଧରଙ୍କୁ ଚେନ୍ନାଇ ହାଇକୋର୍ଟକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଜଷ୍ଟିସ୍ ଯସୱନ୍ତ ସିଂହଙ୍କୁ ନିଯୁକ୍ତ କରିବାକୁ କଲେଜିୟମ ନିଷ୍ପତ୍ତି ନେଇଛି। ୧୯୬୧ରେ ହରିୟାଣାରେ ଜନ୍ମିତ ଜଷ୍ଟିସ୍ ଜସୱନ୍ତ ସିଂହ ୨୦୨୧ ଅକ୍ଟୋବରରେ ଓଡିଶା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏହା ପୂର୍ବରୁ ସେ ୨୦୦୭ରୁ ପଞ୍ଜାବ ଓ ହରିୟାଣା କୋର୍ଟରେ ବିଚାରପତି ଥିଲେ। ଜଷ୍ଟିସ୍ ସିଂହ ପଞ୍ଜାବର ମହାଅଧିବକ୍ତା ମଧ୍ୟ ଥିଲେ। ସେ ହରିୟାଣାରେ ଆଇନ ଅଧ୍ୟୟନ କରିଥିବା ବେଳେ ପଞ୍ଜାବ ଓ ହରିୟାଣା କୋର୍ଟରେ ୧୯୮୬ରୁ ପ୍ରାକ୍ଟିସ୍ କରିଥିଲେ।
Also Read: Odisha Weather Update: ଦଶହରାରେ ଦରଦ ଦେଲା ବର୍ଷା! ବିଜୁଳି, ଘଡ଼ଘଡ଼ି ନେଇ ଏହି ସବୁ ଜିଲ୍ଲାକୁ ସତର୍କତା
ତେବେ ଜଷ୍ଟିସ୍ ଯସୱନ୍ତ ସିଂହ କେବେ ଓଡିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ସେ ନେଇ ତିଥି ସ୍ପଷ୍ଟ ହୋଇନାହିଁ। କିନ୍ତୁ ସେ ଦାୟିତ୍ୱ ନେଲା ପରେ ତାଙ୍କ ଆଗରେ ଅନେକ ଗୁଡାଏ ଚ୍ୟାଲେଞ୍ଜ ରହିଛି। ଏହି ଚ୍ୟାଲେଞ୍ଜ ଜଷ୍ଟିସ ଏସ.ମୁରଳୀଧରଙ୍କ ପୂର୍ବରୁ ରହିଛି। ଓଡିଶା ହାଇକୋର୍ଟରେ ମୋଟ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୩୩ ରଖିଛି। କିନ୍ତୁ ଜଷ୍ଟିସ ଏସ.ମୁରଳୀଧରଙ୍କ ସହ ହାଇକୋର୍ଟରେ ମାତ୍ର ୨୩ ଜଣ ଜଷ୍ଟିସ ଥିଲେ। ଜଷ୍ଟିସ ଏସ.ମୁରଳୀଧରଙ୍କ ବଦଳି ପରେ ଏହା ୨୨କୁ ଖସି ଆସିଛି। ଯଦି ଦେଖାଯାଏ ତେବେ ଓଡିଶା ହାଇକୋର୍ଟରେ ଏକ ତୃତୀୟାଂଶ ଜଜଙ୍କ ପଦବି ଖାଲି ପଡିଛି। ବିଡମ୍ବନାର ବିଷୟ ଏହିକି ଯେ, ୨୨ ଜଣ ଜଷ୍ଟିସଙ୍କ ମଧ୍ୟରେ ମାତ୍ର ଜଣେ ମହିଳା (ଜଷ୍ଟିସ ସାବିତ୍ରୀ ରଥ) ଅଛନ୍ତି।
ସୂଚନାଯଗ୍ୟ, ଓଡିଶା ହାଇକୋର୍ଟରେ ପୂର୍ବରୁ ହିଁ ବିଚାରପତିଙ୍କ ଅଭାବ ରହିଛି। ୨୦୧୪ରେ ମୋଟ ବିଚାରପତିଙ୍କ ସଂଖ୍ୟା ୨୨ରୁ ୨୭କୁ ବୃଦ୍ଧି କରାଯାଇଥିଲା। କିନ୍ତୁ ଏହି ଅନୁମୋଦିତ ସଂଖ୍ୟା କେବେ ମଧ୍ୟ ପୂରଣ ହୋଇନାହିଁ। ୨୦୨୨ ଫେବୃଆରୀ ବେଳକୁ ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଳୀଧରଙ୍କ ସହ ୧୮ ଜଣ ଜଜ୍ ଥିଲେ। ଆଉ ଜଷ୍ଟିସ ଏସ.ମୁରଳୀଧରଙ୍କ ପରାମର୍ଶ କ୍ରମେ ଆଉ ଛଅ ଜଣଙ୍କୁ ନିଯୁକ୍ତି ମିଳିଥିଲା। କିନ୍ତୁ ସମାନ ସମୟରେ ଛଅ ବିଚାରପତି ପଦବି ମଧ୍ୟ ବୃଦ୍ଧି କରାଗଲା। ଫଳରେ ଓଡିଶା ହାଇକୋର୍ଟରେ ଜଷ୍ଟିସ ପଦବି ସଂଖ୍ୟା ୩୩କୁ ବୃଦ୍ଧି ପାଇଲା କିନ୍ତୁ ୨୩ ଜଣଙ୍କୁ ନେଇ କୋର୍ଟ ଚାଲିଥିଲା। ଏବେ ଏଥିରୁ ପୁଣି ଗୋଟିଏ ସଂଖ୍ୟା ହ୍ରାସ ପାଇଛି। ଅନ୍ୟପଟେ ଦିନକୁ ଦିନ କୋର୍ଟରେ ମାମଲା ବୃଦ୍ଧି ପାଉଛି।
Also Read: ପୁନଃନିଯୁକ୍ତ ଅବସରପ୍ରାପ୍ତଙ୍କ ଦରମା ବଢାଇଲେ ସରକାର, ଠିକା କର୍ମଚାରୀ ଦେଲେ ରଣ ହୁଙ୍କାର
ASC ସମରେଶ ଜେନାଙ୍କ ସୂଚନାନୁସାରେ, ୨୩ ସେପ୍ଟେମ୍ବର ୨୦୨୨ ସୁଦ୍ଧା ଓଡିଶା ହାଇକୋର୍ଟରେ ପ୍ରାୟ ଲକ୍ଷେ ୭୨ ହଜାର ମାମଲା ବିଚାରାଧିନ ଥିଲା। ଏଥିରେ ୬୭ ହଜାର ଦେୱାନୀ ଓ ପ୍ରାୟ ୨୦ ହଜାର ଫୌଜଦାରୀ ମାମଲା ପଡିରହିଛି। ଗତ ମଙ୍ଗଳବାର କୋର୍ଟ ଗୋଟିଏ ଦିନରେ ୩୨ଟି ମାମଲାରେ ରାୟ ଦେଇଥିଲେ। ଅଗଷ୍ଟରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜ୍ଜୁ ରାଜ୍ୟସଭାରେ କହିଥିଲେ ଯେ, ଦେଶର ୨୫ଟି ହାଇକୋର୍ଟରେ ସାଢେ ୫୯ ଲକ୍ଷ ମାମଲା ବିଚାରାଧିନ ରହିଛି। ସୁପ୍ରିମକୋର୍ଟରେ ଏହି ସଂଖ୍ୟା ୭୧ ହଜାରରୁ ଊର୍ଦ୍ଧ୍ୱ ହେବ। ଜାତୀୟ ହାର (୨୧.୦୩) ତୁଳନାରେ ଓଡିଶାରେ ବିଚାରପତିଙ୍କ ସଂଖ୍ୟା କମ (୨୦.୫୨) ରହିଛି।