Covid-19 4th wave scare: ରାଜ୍ୟରେ ପୁଣି ବଢିଲା ଦୈନିକ ସଂକ୍ରମଣ, ଜାଣନ୍ତୁ କେଉଁ ଜିଲ୍ଲାରେ ଅଛି କେତେ ସକ୍ରିୟ ମାମଲା
Advertisement

Covid-19 4th wave scare: ରାଜ୍ୟରେ ପୁଣି ବଢିଲା ଦୈନିକ ସଂକ୍ରମଣ, ଜାଣନ୍ତୁ କେଉଁ ଜିଲ୍ଲାରେ ଅଛି କେତେ ସକ୍ରିୟ ମାମଲା

ଶନିବାର ରାଜ୍ୟରେ ଆଉ ୨୪ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୩୧ ତାରଖ ଠାରୁ ରଜ୍ୟରେ କୋରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ୨୦ଟି ମାମଲା ଚିହ୍ନଟ ହୋଇଥିବା ବେଳେ ଶନିବାର ସେହି ସଂଖ୍ୟାରେ ଆଉ ଚାରୋଟି ସଂକ୍ରମିତ ଯୋଡି ହୋଇଛନ୍ତି। 

ପ୍ରତିକାତ୍ମକ ଫଟୋ

Covid-19 4th wave scare: ଗତ କିଛି ଦିନ ହେଲା ଉଭୟ ଜାତୀୟ ଓ ରାଜ୍ୟ ସ୍ତରରେ କୋରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୮ ହଜାରରୁ ଊର୍ଦ୍ଧ୍ୱ ଓ ରାଜ୍ୟରେ ୨୪ଟି କୋରୋନାର ନୂଆ ମାମଲା ଚିହ୍ନଟ ହୋଇଛି। ରାଜ୍ୟର ଅର୍ଦ୍ଧାଧିକି ଜିଲ୍ଲାରେ ସକ୍ରିୟ କୋରୋନା ମାମଲା ଶୂନ ଥିବା ବେଳେ ଖୋର୍ଦ୍ଧାରେ ବର୍ତ୍ତମାନ ସର୍ବାଧିକ ୫୫ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

ଶନିବାର ରାଜ୍ୟରେ ଆଉ ୨୪ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୩୧ ତାରଖ ଠାରୁ ରଜ୍ୟରେ କୋରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ୨୦ଟି ମାମଲା ଚିହ୍ନଟ ହୋଇଥିବା ବେଳେ ଶନିବାର ସେହି ସଂଖ୍ୟାରେ ଆଉ ଚାରୋଟି ସଂକ୍ରମିତ ଯୋଡି ହୋଇଛନ୍ତି। ଆଶ୍ୱସ୍ତିକର କଥା ହେଲା, ମେ ପହିଲାରୁ ରାଜ୍ୟରେ କୌଣସି କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନାହିଁ। ଏପ୍ରିଲ ୧୨ ତାରିଖରୁ ରାଜ୍ୟରେ ମୋଟ ୫ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Also Read: Covid-19 4th wave scare: ଏଣିକି ମାସ୍କ ବ୍ୟବହାର ବାଧ୍ୟତାମୂଳକ, ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନେବେ ବଡ଼ ପଦକ୍ଷେପ

ନୂଆ ୨୪ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କୋରୋନା ମାମଲା ୧୨ ଲକ୍ଷ ୮୮ ହଜାର ୬୨୦କୁ ବୃଦ୍ଧି ପାଇଛି। ସେହିପରି ୧୫ ଜିଲ୍ଲାରେ ୧୪୯ଟି ସକ୍ରିୟ ମାମଲା ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୯ ହଜାର ୧୨୬ ଜଣ କୋରୋନାରେ ପ୍ରାଣ ହରାଇଛନ୍ତି। ଅନ୍ୟ ୧୫ ଜିଲ୍ଲାରେ କୌଣସି କୋରୋନା ରୋଗୀ ନାହାନ୍ତି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଜିଲ୍ଲାରେ କେତେ ସଂଖ୍ୟକ କୋରୋନା ଆକ୍ରାନ୍ତ ଅଛନ୍ତି-

  • ବାଲେଶ୍ୱର- ୭
  • ବରଗଡ- ୧
  • ବଲାଙ୍ଗିର- ୧
  • ବୌଦ୍ଧ- ୧୨
  • କଟକ- ୨୯
  • ଦେବଗଡ- ୧
  • ଝାରସୁଗୁଡା- ୬
  • କଳାହାଣ୍ଡି- ୨
  • କେନ୍ଦୁଝର- ୨
  • ଖୋର୍ଦ୍ଧା- ୫୫
  • ନୟାଗଡ- ୧
  • ନୂଆପଡା- ୨
  • ପୁରୀ- ୨
  • ସମ୍ବଲପୁର- ୨
  • ସୁନ୍ଦରଗଡ- ୧୩
  • ଅନ୍ୟ ରାଜ୍ୟରୁ ଆସିଥିବା ଆକ୍ରାନ୍ତ- ୧୩

ସେପଟେ ଦେଶରେ ଦିନକରେ ୮ ହଜାର ୩୨୯ଟି କୋରୋନା ମାମଲା ଚିହ୍ନଟ ହୋଇଛି। ଶୁକ୍ରବାର ଠାରୁ ୮୦୦ରୁ ଅଧିକ ନୂଆ ମାମଲା ପଞ୍ଜିକୃତ କରାଯାଇଛି। କିନ୍ତୁ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି। ଦେଶରେ ଶୁକ୍ରବାର ୨୪ ଓ ଶନିବାର ୧୦ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ଦେଶବ୍ୟାପୀ ପ୍ରାୟ ୧୯୫ କୋଟି ଡୋଜ ଟିକାକରଣ କରାଯାଇଛି।