Coronavirus Update: ରାଜ୍ୟରେ ଖସିଲା, ଦେଶରେ ବଢ଼ିଲା ଦୈନିକ ମାମଲା
Advertisement

Coronavirus Update: ରାଜ୍ୟରେ ଖସିଲା, ଦେଶରେ ବଢ଼ିଲା ଦୈନିକ ମାମଲା

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୯,୧୧୨କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ୫୬୯୬ଟି  ଆକ୍ଟିଭ କେସ୍‌ ରହିଛି। ଗତ କିଛି ଦିନ ଧରି ରାଜ୍ୟରେ ଲଗାତାର ଭାବେ କୋରୋନା ସଂକ୍ରମଣ ବଢ଼ୁଥିବାବେଳେ ରବିବାର ସାମାନ୍ୟ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି।

ଫାଇଲ ଫଟୋ

Coronavirus Update: ଦେଶରେ କୋରୋନା ସଂକ୍ରମଣ ଆତଙ୍କ ଖେଳାଇଛି। ଦିନକୁ ଦିନ ଦୈନିକ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ରବିବାର ମଧ୍ୟ ୨୦ ହଜାର ଟ୍ରେଣ୍ଡ ଦେଖିବାକୁ ମିଳିଛି। ଜାତୀୟ ସ୍ତରରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ଦିନକରେ ରାଜ୍ୟର ପଜିଟିଭ୍ ସଂଖ୍ୟା ହ୍ରାସ ପାଇଛି। ତଥାପି କୋରୋନା ସତର୍କତା ଅବଲମ୍ବନ କରିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟର ଦୈନିକ କୋରୋନା ସଂକ୍ରମଣ ହ୍ରାସ ପାଇଛି। ଶନିବାର ୧୦୬୫ କୋଭିଡ ପଜିଟିଭ୍‌ ରିପୋର୍ଟ ହୋଇଥିବା ବେଳେ ରବିବାର ୮୭୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିନକରେ କ୍ୱାରେଣ୍ଟିନରୁ ୫୧୨ ଓ ସ୍ଥାନୀୟ ଅଞ୍ଚଳରୁ ୩୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସ ବର୍ଗରୁ ୧୨୩ ଜଣ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୨, ସୁନ୍ଦରଗଡ଼ ୧୪୪, କଟକ ୯୬, ମୟୂରଭଞ୍ଜ ୫୯ ଜଣ କୋରୋନା ପଜିଟିଭ୍ ବାହାରିଛନ୍ତି।

Also Read: Weather Update: ଆଜି ସୀମାନ୍ତରେ ପ୍ରବଳ ବର୍ଷା ସମ୍ଭାବନା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

 

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୯,୧୧୨କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ୫୬୯୬ଟି  ଆକ୍ଟିଭ କେସ୍‌ ରହିଛି। ଗତ କିଛି ଦିନ ଧରି ରାଜ୍ୟରେ ଲଗାତାର ଭାବେ କୋରୋନା ସଂକ୍ରମଣ ବଢ଼ୁଥିବାବେଳେ ରବିବାର ସାମାନ୍ୟ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ସେପଟେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍‌ କଟକଣା ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରାବଣ ମାସ ଚାଲିଥିବାରୁ ଶିବଙ୍କ ପାଖରେ ଜଳ ଲାଗି କରିବା ପାଇଁ ଭକ୍ତଙ୍କ ଭିଡ଼ ଜମିବ। ଏହି କାରଣରୁ ସଂକ୍ରମଣ ବଢ଼ିବାର ଆଶଙ୍କା ମଧ୍ୟ କରାଯାଉଛି।

ଅନ୍ୟପଟେ ପୁଣି ଥରେ ଦେଶରେ ଦୈନିକ କୋରୋନା ସଂକ୍ରମଣ ୨୦ ହଜାର ଉପରେ ରହିଛି। ଶନିବାର ୨୦ ହଜାର ୦୪୪ ତୁଳନାରେ ପଜିଟିଭ୍ ହାର ବୃଦ୍ଧି ପାଇଛି। ଦେଶରେ ଦିନକରେ ୨୦,୫୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ୪୯ଟି କୋରୋନା ଜନିତ ମୃତ୍ୟୁ ରିପୋର୍ଟ ହୋଇଛି। ଦେଶରେ ଆକ୍ଟିଭ କେସ ୧ ଲକ୍ଷ ୪୩ ହଜାର ୪୪୯ ରହିଛି। ସପ୍ତାହେ ହେଲା ଦେଶରେ ଦୈନିକ କୋରୋନା ସଂକ୍ରମଣ ୨୦ ହଜାର ଉପରେ ରହୁଛି।