କେବେ ସରିବ ହାଡ଼ ଭଙ୍ଗା ଜାଡ଼, ୫ ଜିଲ୍ଲାକୁ କୋଲ୍ଡ ୱେଭ୍ ୱାର୍ଣ୍ଣିଂ ଜାରି
Advertisement
Article Detail0/zeeodisha/odisha1082586

କେବେ ସରିବ ହାଡ଼ ଭଙ୍ଗା ଜାଡ଼, ୫ ଜିଲ୍ଲାକୁ କୋଲ୍ଡ ୱେଭ୍ ୱାର୍ଣ୍ଣିଂ ଜାରି

ଆଜି ଠାରୁ ୩୦ ତାରିଖ ଯାଏଁ ଶୀତ ଲହରୀ ସମ୍ଭାବନା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। 

 

 କେବେ ସରିବ ହାଡ଼ ଭଙ୍ଗା ଜାଡ଼, ୫ ଜିଲ୍ଲାକୁ କୋଲ୍ଡ ୱେଭ୍ ୱାର୍ଣ୍ଣିଂ ଜାରି

ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର: ଫେରିଲା ଶୀତ ଲହରି, ତିନି ଦିନ ଥରିବ ଓଡିଶା । ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ କ୍ରମାଗତ ଭାବେ ପ୍ରବେଶ କରୁଥିବା ଥଣ୍ଡା-ଶୁଷ୍କ ବାୟୁ ପ୍ରଭାବରେ ଆଜି ଠାରୁ ୩୦ ତାରିଖ ଯାଏଁ ଶୀତ ଲହରୀ ସମ୍ଭାବନା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। 

ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ୧୩ ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ଦେଓଗଡ, ଅନୁଗୋଳ, ବରଗଡ, ବଲାଙ୍ଗିର, ନୂଆପଡା, ସୋନପୁର, ବୌଦ୍ଧ, କଳାହାଣ୍ଡି ଓ କନ୍ଧମାଳରେ ଶୀତ ଲହରୀ (Cold Wave) ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୩୦ ତାରିଖରେ ୫ ଜିଲ୍ଲାକୁ କୋଲ୍ଡ ୱେଭ୍ ଜନିତ ୟେଲୋ ଆଲର୍ଟ ଜାରି ହୋଇଛି । 

Also Read: କର୍ଣ୍ଣାଟକ ପୂର୍ବତନ CM ୟେଦିୟୁରପ୍ପାଙ୍କ ବଡ଼ ନାତୁଣୀ କଲେ ଆତ୍ମହତ୍ୟା...ରାଜ୍ୟରେ ହଇଚଇ

ଏସବୁ ଜିଲ୍ଲା ଗୁଡିକରେ ବିଶେଷ କରି ରାତିରୁ ପାହାନ୍ତିଆ ସମୟରେ ଘରେ ରହିବା ସହ ଜରୁରୀକାର୍ଯ୍ୟରେ ବାହାରିଲେ ଶୀତ ବସ୍ତ୍ର ପରିଧାନ କରିବା ଏବଂ ଦୁଇଚକିଆ ଓ ଖୋଲା ଯାନରେ ଯାତାୟତ ନକରିବାକୁ ପରାମର୍ଶ ଦିଆଯାଇଛି । ତେବେ ଆସନ୍ତା ୩ ଦିନ ତାପମାତ୍ରା ଅପରିବର୍ତ୍ତତ ରହିବା ସହ ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରୀ ତଳେ ରହିବ । ଏହାପରେ  ଦୁଇ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଉପରମୁହାଁ ହେବାର ସମ୍ଭାବନା ରହିଛି । ସେପଟେ ଗତ ୨୪ ଘଣ୍ଟା ରେ ୧୦ଟି ସହରରେ ୧୧ ଡ଼ିଗ୍ରୀ ତଳେ ରାତି ତାପମାତ୍ରା (Tempreture)  ରେକର୍ଡ ହୋଇଛି ।