ରାଜଧାନୀରେ ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗ; ନିଷ୍ପତ୍ତି ନେବ BMC
Advertisement

ରାଜଧାନୀରେ ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗ; ନିଷ୍ପତ୍ତି ନେବ BMC

 

ରାଜ୍ୟ ସରକାରଙ୍କ ଅଗଷ୍ଟ ମାସ ଅନଲକ୍ ଗାଇଡଲାଇନ ମୁତାବକ ସାରା ରାଜ୍ୟରେ ସ୍ବତନ୍ତ୍ର କଟକଣା ମଧ୍ୟରେ ଧର୍ମାନୁଷ୍ଠାନ ଖୋଲି ପାରିବ। 

ରାଜଧାନୀରେ ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗ; ନିଷ୍ପତ୍ତି ନେବ BMC

ଭୁବନେଶ୍ୱର: ରାଜଧାନୀରେ ଧର୍ମାନୁଷ୍ଠାନ ଖୋଲିବା ନେଇ ବସିବ ବୈଠକ। ରାଜ୍ୟ ସରକାର ଅଗଷ୍ଟ ମାସ ଅନଲକ୍ ଗାଇଡଲାଇନ ଅନୁସାରେ ଧର୍ମାନୁଷ୍ଠାନ ଖୋଲିବା ନେଇ ଗ୍ରୀନ ସିଗନାଲ୍ ଦେଇଥିବା ବେଳେ ଉଭୟ ଜିଲ୍ଲା-ମନ୍ଦିର ପ୍ରଶାସନ ହାତରେ ଦାୟିତ୍ବ ନ୍ୟସ୍ତ କରାଯାଇଛି। ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ଆସନ୍ତାକାଲି ବସିବ ବୈଠକ।

ଭର୍ଚ୍ୟୁଆଲ ମୋଡ ମାଧ୍ୟମରେ ବସିବାକୁ ଥିବା ଏହି ବୈଠକରେ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ। ଏନେଇ ଜଣାଇଛନ୍ତି ଭୁବନେଶ୍ୱର ମହନାଗର ନିଗମ (Bhubaneswar Municipal Corporation) ବିଏମସି କମିଶନର (BMC Commissioner)। ରାଜଧାନୀରେ ଧର୍ମାନୁଷ୍ଠାନ ଖୋଲିବା ନେଇ ଜାରି ରହିଛି ଅନିଶ୍ଚିତତା। 

Also Read: ହଲ୍-ମଲ୍ ଖୋଲିବାକୁ ମିଳିଲା ଅନୁମତି; ଧର୍ମାନୁଷ୍ଠାନ ପାଇଁ ଅପେକ୍ଷା

ରାଜ୍ୟ ସରକାରଙ୍କ ଅଗଷ୍ଟ ମାସ ଅନଲକ୍ ଗାଇଡଲାଇନ ମୁତାବକ ସାରା ରାଜ୍ୟରେ ସ୍ବତନ୍ତ୍ର କଟକଣା ମଧ୍ୟରେ ଧର୍ମାନୁଷ୍ଠାନ ଖୋଲି ପାରିବ। ହେଲେ ମନ୍ଦିର ତଥା ସ୍ଥାନୀୟ ପ୍ରଶାସନର ଅନୁମତିରେ ମଠ (Monastery), ମନ୍ଦିର (Temple), ଚର୍ଚ୍ଚ (Church), ମସଜିଦ୍ (Mosque), ଗୁରୁଦ୍ବାର (Gurudwar) ଖୋଲିବାକୁ କୁହାଯାଇଛି।

ଧର୍ମାନୁଷ୍ଠାନ ଖୋଲିବାରେ କଣ୍ଟା ସାଜିଛି କୋରୋନା ମହାମାରୀ (Corona Pandemic)। କେବେ ଖୋଲିବ ଆଉ କଣ ରହିବ ଏସଓପି (Corona SOP)? ଅଗଷ୍ଟ ଅନଲକ୍ ପ୍ରକ୍ରିୟାରେ (Corona Unlock Process) ରାଜ୍ୟର ତାଲା ଖୋଲୁଛି। ଆଉ ଏହା ମଧ୍ୟରେ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ (Bhubaneswar) ଧର୍ମାନୁଷ୍ଠାନ (Religious Institutions) ଖୋଲିବାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। କାରଣ ମାର୍ଗଦର୍ଶିକା ମୁତାବକ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ମନ୍ଦିର (Temple Administration) ଅଥବା ସ୍ଥାନୀୟ ପ୍ରଶାସନ (Local Administration) ହାତରେ ରହିଛି। 

Also Read: ଆସନ୍ତାକାଲି ଠାରୁ ରାଜଧାନୀ ରାଜରାସ୍ତାରେ ଗଡି଼ବ ମୋ ବସ୍

ରାଜ୍ୟର ଅନ୍ୟ ଜିଲ୍ଲାରେ ମନ୍ଦିର ଖୋଲୁଥିବା ବେଳେ ରାଜଧାନୀରେ କେବେ ଖୋଲିବ ତାହାକୁ ନେଇ ଦେଖାଦେଇଛି ଆଶା ଆଶଙ୍କା। ଯଦିଓ ସରକାର ଲିଙ୍ଗରାଜ ମନ୍ଦିର (Lingaraj Temple) ପାଇଁ ସ୍ବତନ୍ତ୍ର ଏବଂ ଅନ୍ୟ ମନ୍ଦିର ଲାଗି ବିଏମସିକୁ ଦାୟିତ୍ବ ନ୍ୟସ୍ତ କରିଛନ୍ତି।

Also Read: SOP ପାଳନ କରି ଖୋଲିବ ସ୍କୁଲ; ଆରମ୍ଭ ହେବ ଶ୍ରେଣୀଗୃହ ପାଠପଢା

ମାସାଧିକ କାଳ ଧର୍ମାନୁଷ୍ଠାନ ବନ୍ଦ ଫଳରେ ବିଶେଷ କରି ମନ୍ଦିର ପୂଜକ (Temple Worshipper), ସେବାୟତଙ୍କ ଧର୍ମାନୁଷ୍ଠାନ ଉପରେ ନିର୍ଭରଶୀଳ ଛୋଟ ବଡ ବ୍ୟବସାୟୀ ଆର୍ଥିକ ଅନଟନ ମଧ୍ୟରେ ଗତି କରୁଛନ୍ତି। ସହରର ବିଭିନ୍ନ କୋଣ ଅନୁକୋଣରେ ଥିବା ଛୋଟ ମୋଟ ମନ୍ଦିର ସମେତ ଚର୍ଚ୍ଚ, ମସଜିଦ୍, ଗୁରୁଦ୍ବାର ଭଳି ସ୍ଥାନରେ ତାଲା ଝୁଲୁଛି। ଧର୍ମାନୁଷ୍ଠାନ ପକ୍ଷରୁ ଏନେଇ ତୁରନ୍ତ ପଦକ୍ଷେପ ନେବା ଲାଗି ଅନୁରୋଧ କରାଯାଇଥିବା ବେଳେ ଏସଓପି (SOP for Religious Institutions Opening) ଘୋଷଣା କରି ଅନୁମତି ଦେବାକୁ ଦାବି କରାଯାଇଛି।