ହାଡ଼ଭଙ୍ଗା ଜାଡ଼ରେ କାଲି ସକାଳୁ ୮ ଜିଲ୍ଲାରେ ହେବ ବର୍ଷା
Advertisement
Article Detail0/zeeodisha/odisha1057038

ହାଡ଼ଭଙ୍ଗା ଜାଡ଼ରେ କାଲି ସକାଳୁ ୮ ଜିଲ୍ଲାରେ ହେବ ବର୍ଷା

ଗତ ୨୪ଘଣ୍ଟାରେ ଟିଟିଲାଗଡ଼ ରେ ସର୍ବନିମ୍ନ ୧୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କୋରାପୁଟରେ ସର୍ବନିମ୍ନ ଦୃଶ୍ୟମାନ ରେକର୍ଡ ହୋଇଛି ।

ହାଡ଼ଭଙ୍ଗା ଜାଡ଼ରେ କାଲି ସକାଳୁ ୮ ଜିଲ୍ଲାରେ ହେବ ବର୍ଷା

ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର: କୁହୁଡି ସହ ବର୍ଷିବ । ରାଜ୍ୟକୁ ବଙ୍ଗୋପସାଗରରୁ ଉଷ୍ମ ଜଳୀୟବାଷ୍ପ ପ୍ରବେଶ କରୁଥିବାରୁ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବା ସହ କିଛି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେଉଛି । ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ୭ ଜିଲ୍ଲା କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ଗଜପତି, ଗଂଜାମ, ମାଲକାନଗିରି ଓ କୋରାପୁଟରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏହାସହ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର କିଛି ସ୍ଥାନରେ ହାଲୁକା କୁହୁଡି ସମ୍ଭାବନା ରହିଛି । ସେପଟେ  ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟ (Odisha) ରେ ପଶ୍ଚିମା ବାୟୁ ପ୍ରବାହ ଫଳରେ କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତରପୂର୍ବ ରାଜସ୍ଥାନରୁ ବିଦ୍ଧର୍ଭ ପର୍ଯ୍ୟନ୍ତ ଲମ୍ବିଥିବା ଏକ ନିମ୍ନଚାପରେଖା ପ୍ରଭାବରେ କାଲି ସକାଳ ୮ଟା ୩୦ ମଧ୍ୟରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଝାରସୁଗୁଡା, ଯାଜପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରିଛି କେନ୍ଦ୍ର। 

Also Read: ଏହି ୫ ଟି ଅକ୍ଷର ନାଁ ଥିବା ଝିଅଙ୍କ ପଛରେ ପୁଅ ହୁଅନ୍ତି ଦିୱାନା, ଅଛି କି ଆପଣଙ୍କ ନାଁ ?

ଗତ ୨୪ଘଣ୍ଟାରେ ଟିଟିଲାଗଡ଼ ରେ ସର୍ବନିମ୍ନ ୧୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କୋରାପୁଟରେ ସର୍ବନିମ୍ନ ଦୃଶ୍ୟମାନ ରେକର୍ଡ ହୋଇଛି । ତେବେ ଆସନ୍ତା ତିନି ଦିନ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବା ପରେ ପୁଣି ଥରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ତେବେ କୁହୁଡି ଜନିତ ସତର୍କତାକୁ ଦେଖି ଜିଲ୍ଲାପାଳ ମାନଙ୍କୁ ଆଲର୍ଟ କରିଛନ୍ତି ଏସଆରସି (SRC) ।