Bhubaneswar Dumping Yard Problem: ବିଏମସି ଉପରେ ବର୍ଷିଲେ ସୁର ରାଉତରାୟ, ଜାଣନ୍ତୁ କାହିଁକି
Advertisement
Article Detail0/zeeodisha/odisha1325865

Bhubaneswar Dumping Yard Problem: ବିଏମସି ଉପରେ ବର୍ଷିଲେ ସୁର ରାଉତରାୟ, ଜାଣନ୍ତୁ କାହିଁକି

ଠକି ଚାଲିଛି ବିଏମସି । କଥା ରଖୁନି କି ଅଳିଆ ହଟାଉନି, ଫଳରେ ଆଜିକୁ ୧୪ ବର୍ଷ ହେବ ଦୁର୍ଗନ୍ଧମୟ ପରିବେଶରେ ରହି ଆସୁଛନ୍ତି ଦାରୁଠେଙ୍ଗବାସୀ।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର (ରାଜେଶ ସାମନ୍ତରାୟ): ତୁଟୁନି ଭୁବନେଶ୍ବର ଦାରୁଠେଙ୍ଗ ଡମ୍ପିୟାର୍ଡ଼ ବିବାଦ। ସମସ୍ୟାର ସମାଧାନ ପାଇଁ ଆହୁରି ୩ ଦିନ ସମୟ ଲାଗିବ ଏବଂ ନଗର ଉନ୍ନୟନ ବିଭାଗ ଏହାର ସମାଧାନ ପାଇଁ ଚେଷ୍ଟା କରୁଛି ବୋଲି କହିଛନ୍ତି ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ । ସେପଟେ ବିଏମସି ବାରମ୍ବାର ପ୍ରତିଶୃତି ଦେଇଥିଲେ ହେଁ, କୌଣସି ପ୍ରତିଶୃତି ପାଳନ କରୁନାହିଁ ବୋଲି ଦାରୁଠେଙ୍ଗବାସୀ ବିଶ୍ବାସ କରିପାରୁନାହାନ୍ତି ବୋଲି କହିଛନ୍ତି l ତେଣୁ ନଗର ଉର୍ନୟନ ବିଭାଗ ବା ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରନ୍ତୁ ଓ ସ୍ଥାୟୀ ସମାଧାନ ବାଟ ବାହାର କରନ୍ତୁ ବୋଲି ଦାବି କରିଛନ୍ତି ଗ୍ରାମବାସୀ । ଯେପର୍ଯ୍ୟନ୍ତ ସ୍ଥାୟୀ ସମାଧାନର ବାଟ ନ ବାହାରିଛି ସେ ପର୍ଯ୍ୟନ୍ତ ଅଳିଆ ପଡିବା ବନ୍ଦ ରହିବ ବୋଲି ରୋକଠୋକ୍ କହିଛନ୍ତି ପଂଚାୟତ ।

ଠକି ଚାଲିଛି ବିଏମସି । କଥା ରଖୁନି କି ଅଳିଆ ହଟାଉନି, ଫଳରେ ଆଜିକୁ ୧୪ ବର୍ଷ ହେବ ଦୁର୍ଗନ୍ଧମୟ ପରିବେଶରେ ରହି ଆସୁଛନ୍ତି ଦାରୁଠେଙ୍ଗବାସୀ। ବିଏମସି ବାରମ୍ବାର ପ୍ରତିଶୃତି ଦେଇଥିଲେ ବି କୌଣସି ପ୍ରତିଶୃତି ପାଳନ ହୋଇନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି। ଯେଉଁଥିପାଇଁ ବିଏସମି ଉପରେ ଦାରୁଠେଙ୍ଗବାସୀ ଆଉ ବିଶ୍ବାସ କରିପାରୁନାହାନ୍ତି ବୋଲି ସରପଞ୍ଚ କହିଛନ୍ତି l ତେଣୁ ନଗର ଉନ୍ନୟନ ବିଭାଗ ବା ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରନ୍ତୁ ଓ ସ୍ଥାୟୀ ସମାଧାନ ବାଟ କରନ୍ତୁ ବୋଲି ଗ୍ରାମବାସୀଙ୍କ ତରଫରୁ ଦାବି ହୋଇଛି l ଯେ ପର୍ଯ୍ୟନ୍ତ ସ୍ଥାୟୀ ସମାଧାନର ବାଟ ନ ବାହାରିଛି ସେ ପର୍ଯ୍ୟନ୍ତ ଅଳିଆ ପଡିବା ବନ୍ଦ ରହିବ ବୋଲି ଜିଦରେ ଅଟଳ ଗ୍ରାମବାସୀ । ଜଟଣୀ ବିଧାୟକ ସୁରେଶ ରାଉତରାୟ ଗ୍ରାମବାସୀଙ୍କ ସପକ୍ଷରେ ବାହାରିଛନ୍ତି।

ସେପଟେ ବିରୋଧୀ କହିଛନ୍ତି ସରକାର ସହରକୁ ସଫା ରଖି ଗ୍ରାମବାସୀଙ୍କୁ ରୋଗରେ ପକାଉଛନ୍ତି। ୧୪ ବର୍ଷ ହେବ ଗୋଟିଏ ସମସ୍ୟାର ସମାଧାନ କରି ପାରୁନାହାନ୍ତି । ଯାହା ପରିତାପର କଥା। ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ଦାରୁଠେଙ୍ଗ ଡମ୍ପିୟାର୍ଡ଼ ସମସ୍ୟାର ସମାଧାନ ପାଇଁ ଆଲୋଚନା ଚାଲିଛି। ନିଜେ ମେୟର ଓ କମିଶନର ଏଥିରେ ବ୍ୟସ୍ତ ଅଛନ୍ତି। ନଗର ଉନ୍ନୟନ ବିଭାଗ ମଧ୍ୟ ସମାଧାନ ପାଇଁ ଚେଷ୍ଟା କରୁଛି । ୨ ରୁ ୩ ଦିନ ମଧ୍ୟରେ ଏହାର ସମାଧାନ ଆଶା କରିଛୁ ।

ଡମ୍ପିୟାର୍ଡ ବିବାଦ ଗତ ୧୪ ବର୍ଷ ଧରି ଚାଲିଆସିଛି । ପ୍ରଥମେ ପ୍ଲାଣ୍ଟ ବସାଇ ପରେ ଅଳିଆ ଗଦା କରିଲେ କୌଣସି ସମସ୍ୟା ରହିବ ନାହିଁ ବୋଲି ଏକ୍ସପର୍ଟ କହିଛନ୍ତି, ହେଲେ ବିଏମସି ଏ ଯାଏଁ ପ୍ଲାଣ୍ଟ ନିର୍ମାଣ କରିବାକୁ ବି ସକ୍ଷମ ହୋଇ ପାରୁନି । ଫଳରେ ବିରୋଧ ଏବେ ଆନ୍ଦୋଳନରେ ପରିଣତ ହୋଇଛି ।