ରାଜଧାନୀବାସୀଙ୍କୁ ନୂଆବର୍ଷ ଭେଟି, BDA ନେଲା ବଡ଼ ନିଷ୍ପତ୍ତି
Advertisement
Article Detail0/zeeodisha/odisha1042976

ରାଜଧାନୀବାସୀଙ୍କୁ ନୂଆବର୍ଷ ଭେଟି, BDA ନେଲା ବଡ଼ ନିଷ୍ପତ୍ତି

ରାଜଧାନୀ ବାସିନ୍ଦାଙ୍କ ଦାବି ଆଗରେ ମୁଣ୍ଡ ନୂଆଇଲା ପ୍ରଶାସନ। ସର୍ବକ୍ଷମା ଯୋଜନାରେ ବିଡିଏ ଅତିରିକ୍ତ ଦେୟ ଫେରସ୍ତ କରିବ। ଡିସେମ୍ବର ବେଳକୁ ଆକାଉଣ୍ଟକୁ ଟଙ୍କା ଆସିବ।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ରାଜଧାନୀବାସୀଙ୍କୁ ନୂଆବର୍ଷ ଭେଟି। ଶେଷରେ ମୁଣ୍ଡ ନୁଆଁଇଲା ବିଡିଏ। ଖୁବଶୀଘ୍ର ଲୋକଙ୍କୁ ଆବଣ୍ଟିତ ଜମି ଓ ଗୃହର ଲିଜ ଡିଡ୍ ମିଳିବ। ସର୍ବକ୍ଷମା ଯୋଜନା କାର୍ଯ୍ୟକାରୀରେ କୋହଳ କରାଯିବା ସହ ପୂର୍ବରୁ ସଂଗୃହିତ ଅତିରିକ୍ତ କମ୍ପାଉଣ୍ଡିଂ ଫି ଫେରସ୍ତ କରିବାର ମହଲତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ବିଡିଏର ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। 

ରାଜଧାନୀ ବାସିନ୍ଦାଙ୍କ ଦାବି ଆଗରେ ମୁଣ୍ଡ ନୂଆଇଲା ପ୍ରଶାସନ। ସର୍ବକ୍ଷମା ଯୋଜନାରେ ବିଡିଏ ଅତିରିକ୍ତ ଦେୟ ଫେରସ୍ତ କରିବ। ଡିସେମ୍ବର ବେଳକୁ ଆକାଉଣ୍ଟକୁ ଟଙ୍କା ଆସିବ। ରାଜଧାନୀରେ ବିଡିଏ ପ୍ଲାନକୁ ଖିଲାପ କରି ନିର୍ମାଣ ହୋଇଥିବା ଅନେକ ଘର ଓ ଆପାର୍ଟମେଣ୍ଟକୁ ନିୟମିତ କରିବାକୁ ଯାଇ ସରକାର ୨୦୧୮ ମସିହାରେ ସର୍ବକ୍ଷମା ଯୋଜନା ଲାଗୁ କରାଯାଇଥିଲା। ତେବେ ଏହି ଯୋଜନା ଅନ୍ତର୍ଭୁକ୍ତ ଲୋକଙ୍କ ଠାରୁ ବିଡିଏ ଓ ବିଏମସି କମ୍ପାଉଣ୍ଡିଂ ଫି ବାବଦରେ ଅଧିକ ଟଙ୍କା ନେଇଥିବା ଅଭିଯୋଗ ହେବା ସହ ଉକ୍ତ ବର୍ଦ୍ଧିତ ଅର୍ଥକୁ ଫେରାଇବାକୁ ଦାବି ହୋଇଥିଲା।

Also Read: ଗଜ ପାଇଁ ସରକାରଙ୍କ ଦରଦ ନାହିଁ, ପ୍ରତି ୯ ଦିନରେ ଯାଉଛି ୪ ଜୀବନ

ବିଳମ୍ବରେ ହେଲେ ମଧ୍ୟ ସହରବାସୀଙ୍କ ଆଗରେ ବିଡିଏ ମୁଣ୍ଡ ନୁଆଇଁ ଅତିରିକ୍ତ ବା କମ୍ପାଉଣ୍ଡିଂ ଫି’ କୁ ଲୋକଙ୍କୁ ଫେରାଇବାକୁ ନିଷ୍ପତ୍ତି ନେଇଛି। ୧୦ ତାରିଖ ସୁଦ୍ଧା ଆବେଦନ କରି ଡିସେମ୍ବର ଶେଷ ସୁଦ୍ଧା ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଫେରସ୍ତ କରାଯିବ। ସେହିଭଳି ସର୍ବକ୍ଷମା ସମ୍ପର୍କିତ କମ୍ପ୍ଲାଏନ୍ସ ରିପୋର୍ଟ ଦାଖଲ ପାଇଁ ମଧ୍ୟ ଅଧିକ ୧୫ ଦିନର ମହଲତ ଦିଆଯାଇଥିବା ବେଳେ ଆବଣ୍ଟିତ ଜମି ଓ ଘରର ଲିଜ ଡିଡ୍ ଫେବୃଆରୀ ସୁଦ୍ଧା ହସ୍ତାନ୍ତର କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଡିଏ ଉପାଧ୍ୟକ୍ଷ, ସଂଞ୍ଜୟ କୁମାର ସିଂ ସୂଚନା ଦେଇଛନ୍ତି।

fallback

ସର୍ବକ୍ଷମା ଯୋଜନା ଲାଗୁ ପରେ ଲୋକଙ୍କୁ ଆଶ୍ବସ୍ତି ମିଳିଥିଲା। ତେବେ କମ୍ପାଉଣ୍ଡିଂ ଫି ବାବଦ ଅର୍ଥ ରାଶିକୁ ନେଇ ଆବେଦନକାରୀ ଚିନ୍ତାରେ ପଡିଯାଇଥିଲେ। ଏପରିକି ମୋଟା ଅଙ୍କର ଅର୍ଥକୁ ନେଇ ଅନେକ ଆବେଦନ କରିବାରୁ ମଧ୍ୟ ବଞ୍ଚିତ ହୋଇଥିଲେ। ତେଣୁ ନିୟମରେ ପରିବର୍ତ୍ତନ ଆଣି ଟଙ୍କା ଫେରସ୍ତ ପାଇଁ ଦାବି ହୋଇଥିଲା। ଏହେ ବିଡିଏର ଟଙ୍କା ଫେରାଇବା ନିଷ୍ପତ୍ତିକୁ ହିତାଧିକାରୀ ସ୍ବାଗତ କରିଛନ୍ତି। ୨୦୧୯ ମସିହାରୁ ସର୍ବକ୍ଷମା ଯୋଜନାର ପ୍ରାୟ ୧୪ ହଜାର ଆବେଦନକାରୀ ଏହା ଦ୍ବାରା ଉପକୃତ ହୋଇପାରିବେ। ସେପଟେ ଲିଜ ଡିଡ୍ ନଥିବା ଯୋଗୁଁ ପଟ୍ଟା ପ୍ରସ୍ତୁତ ହେବାରେ ମଧ୍ୟ ସମସ୍ୟା ଥିଲା। ଯାହାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ବିଲଡର, ସ୍ବଦେଶ ରାଉତରାୟ ଓ ଟାଉନ ପ୍ଲାନର, ମନୋଞ୍ଜୟ ରଥ କହିଛନ୍ତି।

fallback