ରାଜଧାନୀରେ ପୋଷ୍ଟର ୱାର୍; ନୂଆବର୍ଷ ଶୁଭେଚ୍ଛା ନାଁରେ ଚାଲିଛି ନିର୍ବାଚନ ପ୍ରଚାର
Advertisement
Article Detail0/zeeodisha/odisha1061659

ରାଜଧାନୀରେ ପୋଷ୍ଟର ୱାର୍; ନୂଆବର୍ଷ ଶୁଭେଚ୍ଛା ନାଁରେ ଚାଲିଛି ନିର୍ବାଚନ ପ୍ରଚାର

ନିର୍ବାଚନୀର ଏହି ବର୍ଷ ଅନେକ ଆଶାୟୀଙ୍କ ହାର୍ଟବିର୍ଟ ବଢାଇଦେଇଛି। ତେବେ ରାଜ୍ୟ ରାଜଧାନୀ ଭୁବନେଶ୍ବର ପୌର ନିର୍ବାଚନ ପୂର୍ବରୁ ସହରର ଛକ, ବଜାର, ଗଳିକନ୍ଦିରେ ନୂଆବର୍ଷ ଶୁଭେଚ୍ଛାର ପୋଷ୍ଟର ଲାଗିଛି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିନି ଦଳରୁ ଟିକଟ୍ ଆଶାରେ ଆଶାୟୀ ପୋଷ୍ଟର ମାଧ୍ୟମରେ କସରତ୍ ଆରମ୍ଭ କରିଦେଇଛନ୍ତି। 

 

ଡିଜାଇନ୍ ଫଟୋ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ଅଘୋଷିତ ପ୍ରଚାର। ନୂଆବର୍ଷର ଅଭିନନ୍ଦନ ନାଁରେ ରାଜଧାନୀ ଚାଲିଛି ପୋଷ୍ଟର ଓ୍ବାର। ରାଜ୍ୟରେ ପଂଚାୟତ ନିର୍ବାଚନ ନେଇ ବିଗୁଲ ବାଜି ସାରିଥିବା ବେଳେ ପୌର ନିର୍ବାଚନର ପଥ ପ୍ରାୟ ପରିଷ୍କାର ହୋଇଛି। ନୂଆବର୍ଷ ୨୦୨୨ ଆରମ୍ଭ ହୋଇଯାଇଛି। ନିର୍ବାଚନୀର ଏହି ବର୍ଷ ଅନେକ ଆଶାୟୀଙ୍କ ହାର୍ଟବିର୍ଟ ବଢାଇଦେଇଛି। ତେବେ ରାଜ୍ୟ ରାଜଧାନୀ ଭୁବନେଶ୍ବର ପୌର ନିର୍ବାଚନ ପୂର୍ବରୁ ସହରର ଛକ, ବଜାର, ଗଳିକନ୍ଦିରେ ନୂଆବର୍ଷ ଶୁଭେଚ୍ଛାର ପୋଷ୍ଟର ଲାଗିଛି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିନି ଦଳରୁ ଟିକଟ୍ ଆଶାରେ ଆଶାୟୀ ପୋଷ୍ଟର ମାଧ୍ୟମରେ କସରତ୍ ଆରମ୍ଭ କରିଦେଇଛନ୍ତି। 

ନୂଆବର୍ଷରୁ ଆରମ୍ଭ ହୋଇଛି ପୋଷ୍ଟର ୱାର୍। ଆଗାମୀ ପୌର ନିର୍ବାଚନ ପୂର୍ବରୁ ସହରରେ ହୋଡିଂ, ବ୍ୟାନର, ପୋଷ୍ଟରରେ ଛାଇ ହୋଇଗଲାଣି। ରାସ୍ତାଘାଟ, ଗଳିକନ୍ଦି, ଛକ, ବଜାର ଚାରିଆଡେ ନୂତନ ବର୍ଷର ଶୁଭେଚ୍ଛା ବାର୍ତ୍ତା ଦେଇ ଆଶାୟୀ ସ୍ଥିତି ଜାହିର୍ କରିଛନ୍ତି। ବଡ ବଡ ହୋଡିଂ ସାଙ୍ଗକୁ ପୋଷ୍ଟର ଓ ବ୍ୟାନର ରାଜ୍ୟ ରାଜଧାନୀ ଭୁବନେଶ୍ବର ସହରର ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ଗଳିକନ୍ଦିରେ ଭର୍ତ୍ତୀ ହୋଇଛି। ପୌର ନିର୍ବାଚନକୁ ଆଖିରେ ରଖି ତିନି (ବିଜେଡି, ବିଜେପି, କଂଗ୍ରେସ) ଦଳ ପକ୍ଷରୁ ପୋଷ୍ଟର ଯୁଦ୍ଧ ଆରମ୍ଭ ହୋଇଯାଇଛି। ସଭିଏଁ ନିଜ ନେତାଙ୍କ ସମର୍ଥକଙ୍କ ଫଟୋ ସହ ନିଜର ଫଟୋ ଲଗାଇ ଶୁଭେଚ୍ଛାବାର୍ତ୍ତା ଦେଇ ଜନସାଧାରଣଙ୍କୁ ଆକୃଷ୍ଟ କରିବାକୁ ଆରମ୍ଭ କରିଛନ୍ତି। 

Also Read: C Voter Survey: ପଞ୍ଜାବରେ କାହା ପଲା ଭାରି? ବିଜେପି-କ୍ୟାପଟେନ୍ ମେଣ୍ଟକୁ ନେଇ ହେଲା ବଡ଼ ଖୁଲାସା

ପ୍ରତିଯୋଗିତାମୂଳକ ଭାବେ ବିଭିନ୍ନ ସ୍ଥାନରେ ପୋଷ୍ଟର ଛାଇ କରିବା ସହ ଆଶାୟୀମାନେ ସମର୍ଥକ ଜୁଟାଇବାରେ ଲାଗିପଡିଛନ୍ତି। ଯାହାକୁ ନେଇ ପୋଷ୍ଟର ରାଜନୀତି ଜୋର ଧରିଛି। ସହରରେ ନିଜ ନିଜ ୱାର୍ଡରେ ଦବଦବା ଓ ଉପସ୍ଥିତି ପାଇଁ ଉଭୟ ପୁରୁଷ ଓ ମହିଳା ଅଣ୍ଚା ଭିଡିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତୀ ଓ ସରକାରୀ ଯୋଜନାକୁ ନେଇ ବିଜେଡି ମଇଦାନକୁ ୱହ୍ଲାଇଛି। ସେପଟେ ବିଜେପି ଓ କଂଗ୍ରେସ ପକ୍ଷରୁ କେନ୍ଦ୍ର, ରାଜ୍ୟ ସରକାରଙ୍କ ବିଫଳତା ତଥା ସହରର ପ୍ରମୁଖ ସମସ୍ୟାକୁ ମୁଦ୍ଦା କରି ରଣନୀତି ପ୍ରସ୍ତୁତ କରିଛନ୍ତି। ଡ୍ରେନ୍, ପାନୀୟ ଜଳ, ରାସ୍ତାଘାଟ ଆଦି ସମସ୍ୟାକୁ ଅସ୍ତ୍ର କରାଯାଇଛି।

ପୋଷ୍ଟରେ ପ୍ରଚାର ତ ଆରମ୍ଭ ହୋଇଯାଇଛି, ଏବେ ଅପେକ୍ଷା ଦୀର୍ଘ ୩ ବର୍ଷ ଧରି ଖାଲି ପଡିଥିବା ପୌର ନିର୍ବାଚର ବିଗୁଲ କେବେ ବାଜୁଛି। ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଆଶାୟୀଙ୍କ ରଣକୌଶଳ ନୂଆବର୍ଷର ଶୁଭେଚ୍ଛାରୁ କେତେ ସଫଳ ହେଉଛି ତାହା ଆଗାମୀ ଦିନରେ ଜଣାପଡିବ। ଅନ୍ୟପଟେ ଲଗାତାର ବଢୁଥିବା କୋରୋନା ସଂକ୍ରମଣ ନିର୍ବାଚନରେ ବାଧକ ସାଜିପାରେ ବୋଲି ଅନୁମାନ କରାଯାଉଛି। ଫେବୃଆରୀ ବେଳକୁ କୋରୋନାର ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି।