Bharat joda yatra:ଜୟ ଶ୍ରୀରାମ ନାରା ଶୁଣି ରାଗିଯାଇଥିଲେ କି ରାହୁଲ ?ବିଜେପି ଅଭିଯୋଗର ସତ କଣ
Advertisement
Article Detail0/zeeodisha/odisha2071008

Bharat joda yatra:ଜୟ ଶ୍ରୀରାମ ନାରା ଶୁଣି ରାଗିଯାଇଥିଲେ କି ରାହୁଲ ?ବିଜେପି ଅଭିଯୋଗର ସତ କଣ

ଗୁଆହାଟୀରେ ଭାରତ ଯୋଡୋ ନ୍ୟାୟ ଯାତ୍ରାର ପ୍ରବେଶକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଗତ କିଛି ଦିନ ହେବ ବାକ୍ ଯୁଦ୍ଧ ଲାଗି ରହିଛି। ଏସବୁ ଭିତରେ କଂଗ୍ରେସ ନେତାମାନେ ଦାବି କରିଛନ୍ତି ଯେ କିଛି ବିଜେପି କର୍ମୀ ରାହୁଲ ଗାନ୍ଧିଙ୍କ ବସ ଆଗରେ ଆସି ସ୍ଲୋଗାନ ଦେଇ ତାଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ। କଂଗ୍ରେ

SOCIAL MEDIA

Bharat joda yatra:

ଗୁଆହାଟୀରେ ଭାରତ ଯୋଡୋ ନ୍ୟାୟ ଯାତ୍ରାର ପ୍ରବେଶକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଗତ କିଛି ଦିନ ହେବ ବାକ୍ ଯୁଦ୍ଧ ଲାଗି ରହିଛି। ଏସବୁ ଭିତରେ କଂଗ୍ରେସ ନେତାମାନେ ଦାବି କରିଛନ୍ତି ଯେ କିଛି ବିଜେପି କର୍ମୀ ରାହୁଲ ଗାନ୍ଧିଙ୍କ ବସ ଆଗରେ ଆସି ସ୍ଲୋଗାନ ଦେଇ ତାଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ। କଂଗ୍ରେସର ଏହି ଦାବିକୁ ବିଜେପି ଖଣ୍ଡନ କରିଛି। ପାଲଟା ଅଭିଯୋଗ କରି ବିଜେପି କହିଛି ଯେ, ରାହୁଲଙ୍କ  ଜୟ ଶ୍ରୀରାମ ସ୍ଲୋଗାନ ଭଲ ଲାଗୁନି। ସେ ଜୟଶ୍ରୀରାମ ଏବଂ ମୋଦୀ-ମୋଦୀ ସ୍ଲୋଗାନ ଶୁଣି  କ୍ରୋଧିତ ହୋଇଥିଲେ। ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ରାହୁଲ ଗାନ୍ଧିଙ୍କ ଦାବିକୁ ଖଣ୍ଡନ କରି ଏକ  ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ରାହୁଲ ଗାନ୍ଧି ବସ୍ ରୁ ଓହ୍ଲାଇଥିବାର ଦେଖିବାକୁ ମିଳିଛି।

କ'ଣ କହିଲେ ରାହୁଲ ଗାନ୍ଧି ?

ରାହୁଲ ଗାନ୍ଧି କହିଥିଲେ ଯେ ଆଜି କିଛି ବିଜେପି କର୍ମୀ ପତାକା ଧରି ଆମ ବସ୍ ସାମ୍ନାକୁ ଆସିଥିଲେ। ମୁଁ ବସରୁ ଓହ୍ଲାଇଲି, ସେମାନେ ମୋତେ ଦେଖି ପଳାଇଗଲେ । ଆମର ଯେତିକି ପୋଷ୍ଟର ଚିରିବା କଥା ସେତେ ଚିର। ଆମେ ଭୟ କରିବୁ ନାହିଁ। ଏହା ଆମ ଆଦର୍ଶର ଲଢ଼େଇ, ଆମେ କାହାକୁ ଭୟ କରୁନାହୁଁ। ନା ନରେନ୍ଦ୍ର ମୋଦିଙ୍କୁ ନା ଆସାମ ମୁଖ୍ୟମନ୍ତ୍ରୀଙ୍କୁ ... ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ମାଲବ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧି ତାଙ୍କ ସାମ୍ନାରେ 'ଜୟ ଶ୍ରୀରାମ' ଏବଂ 'ମୋଦୀ-ମୋଦୀ' ସ୍ଲୋଗାନ ଦିଆଯିବାକୁ ନେଇ କ୍ରୋଧାନ୍ୱିତ ହୋଇଥିଲେ।  ଯଦି ସେ ଏତେ ଅସନ୍ତୁଷ୍ଟ, ତେବେ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବା ପାଇଁ ହିନ୍ଦୁ ବିରୋଧୀ କଂଗ୍ରେସ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବା ପରେ ଆଗାମୀ ଦିନରେ ସେ ଦେଶବାସୀଙ୍କୁ କେମିତି ମୁକାବିଲା କରିବେ?

ଅନ୍ୟପକ୍ଷରେ କଂଗ୍ରେର ସାଧାରଣ ସଂପାଦକ ଜୟରାମ ରମେଶ କହିଛନ୍ତି ଯେ, ବିଜେପି ସବୁଠି ଘୃଣାର ପାଚେରି ନିର୍ମାଣ କରୁଛି। ସମାଜରେ ବିଷ ବିସ୍ତାର କରୁଥିବା ବୟାନ ଦେଉଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ସେମାନଙ୍କ ନିର୍ଦ୍ଦେଶରେ ଆମ ଗାଡ଼ି ଉପରେ ଆକ୍ରମଣ କରାଯାଉଛି। ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଯାଉଥିବା ଲୋକଙ୍କ ଉପରେ ଆକ୍ରମଣ କରାଯାଉଛି । ଯାତ୍ରାର ବ୍ୟାନର ଓ ପୋଷ୍ଟର ଚିରି  ଦିଆଯାଉଛି।

ଯାତ୍ରାକୁ ନେଇ ତୁମ୍ଭିତୋଫାନ

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରା ଜାନୁଆରୀ ୨୫ ପର୍ଯ୍ୟନ୍ତ ଆସାମରେ ରହିଛି। ଏହି ଯାତ୍ରା ଗୁଆହାଟୀ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୁରକ୍ଷା ଦେବାକୁ ମନା କରିଦେଇଛନ୍ତି। ଏହି ଯାତ୍ରାକୁ ମିଳୁଥିବା ସମର୍ଥନକୁ ନେଇ ବିଜେପି ଭୟଭୀତ ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶିରନତ୍ ଲେଖିଛନ୍ତି ଯେ ଆଜି ଯେତେବେଳେ ଆମ ଗାଡ଼ି ଆସାମରେ ଜୁମ୍ଗୁରିହାଟରେ ରାଲି ସ୍ଥଳକୁ ଯାଉଥିଲା, ସେତେବେଳେ ହେମନ୍ତ ବିଶ୍ୱ ଶର୍ମାଙ୍କ ଗୁଣ୍ଡାମାନେ କ୍ୟାମେରାମ୍ୟାନ୍ ଏବଂ ୨ ଜଣ ମହିଳାଙ୍କ ସମେତ କଂଗ୍ରେସ ସୋସିଆଲ ମିଡିଆ ଟିମର ଅନ୍ୟ ସଦସ୍ୟଙ୍କୁ ଆକ୍ରମଣ କରିଥିଲେ, ଏହି ଗୁଣ୍ଡାମାନେ ସାଧାରଣ ସମ୍ପାଦକ ଜୟରାମ ରମେଶଜୀଙ୍କ ଗାଡିରୁ ଭାରତ ଯୋଡୋ ନ୍ୟାୟ ଯାତ୍ରାର ଷ୍ଟିକର ଫାଡି ଦେଇ ପାଣି ଫିଙ୍ଗିଥିଲେ। ରାହୁଲ ଗାନ୍ଧି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧି ତାଙ୍କୁ ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି। ଗୁଆହାଟୀରେ ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମକୁ ପୁଲିସ ଅନୁମତି ଦେଇନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି।