ରାଜେନ୍ଦ୍ରଙ୍କୁ ହାଲୁକା ଭାବରେ ନେବା ବିଜେଡି ପାଇଁ ପଡିବ କି ମହଙ୍ଗା ?
Advertisement
Article Detail0/zeeodisha/odisha1397862

ରାଜେନ୍ଦ୍ରଙ୍କୁ ହାଲୁକା ଭାବରେ ନେବା ବିଜେଡି ପାଇଁ ପଡିବ କି ମହଙ୍ଗା ?

ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ଓ ପ୍ରସ୍ତୁତି ବିଭିନ୍ନ ଦଳ ପକ୍ଷରୁ ଜୋରଦାର ହେଉଛି। ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଏଇ ନିର୍ବାଚନକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛି। ତେଣୁ ସବୁ ଦଳ ଏହି ଉପନିର୍ବାଚନକୁ ଜିତିବା ପାଇଁ ସବୁ ରଣକୌଶଳ ଆପଣେଇଛି। ଗତ କିଛି ଦିନ ହେବ ଧାମନଗରରେ ବିଜେପି ଓ ବିଜେଡିର ହେବିଓ୍ୱେଟ ନେତ

ରାଜେନ୍ଦ୍ରଙ୍କୁ ହାଲୁକା ଭାବରେ ନେବା ବିଜେଡି ପାଇଁ ପଡିବ କି ମହଙ୍ଗା ?

ଭଦ୍ରକ(ବିବେକାନନ୍ଦ ସାମଲ): ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ଓ ପ୍ରସ୍ତୁତି ବିଭିନ୍ନ ଦଳ ପକ୍ଷରୁ ଜୋରଦାର ହେଉଛି। ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଏଇ ନିର୍ବାଚନକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛି। ତେଣୁ ସବୁ ଦଳ ଏହି ଉପନିର୍ବାଚନକୁ ଜିତିବା ପାଇଁ ସବୁ ରଣକୌଶଳ ଆପଣେଇଛି। ଗତ କିଛି ଦିନ ହେବ ଧାମନଗରରେ ବିଜେପି ଓ ବିଜେଡିର ହେବିଓ୍ୱେଟ ନେତାମାନେ ଡେରା ପକେଇଛନ୍ତି। 

ଆସନ୍ତା କାଲିଠାରୁ ତିନି ଦଳର ଷ୍ଟାର ପ୍ରଚାରକମାନେ ନିର୍ବାଚନ ମଇଦାନକୁ ଓହ୍ଲାଇବେ। ଏଥିପାଇଁ ଗାଁ ଗାଁରେ ବ୍ୟାନର ଓ ଦଳୀୟ ପତାକା ଛାଇ ହୋଇଯାଇଛି। ରାଜନୈତିକ ବାତାବରଣ ମଧ୍ୟ ଅଧିକ ସରଗରମ ହୋଇଛି। ହେଲେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ବିଜେଡି ପାଇଁ କାଳ ସାଜିଥିବା ବେଳେ ଉପନିର୍ବାଚନ କାହାର ଜିତାପଟ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। 

ଧାମନଗର ଉପନିର୍ବାଚନ ପାଇଁ ମୋଟ ୫ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି। ଏଥିରେ ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ଅନ୍ୟ ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି। ଆସନ୍ତା କାଲି ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ଦିନ ରହିଛି। ଏପରି ସ୍ଥଳେ ୩ ଦଳ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି। ଏଥିପାଇଁ ବିଜେପି, ବିଜେଡି ଓ କଂଗ୍ରେସ ପୁରା ପ୍ରସ୍ତୁତିରେ ଲାଗି ପଡିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ୪୦ ଜଣ ଷ୍ଟାର ପ୍ରଚାରକ ଏଇ ଉପନିର୍ବାଚନରେ ଆସିବାକୁ ଥିବାରୁ ବିଜେଡି ଧାମନଗର ନିର୍ବାଚନ ମଣ୍ଡଳୀରେ ଥିବା ୬ଟି ଜୋନ ଏବଂ ଏନଏସି ଅଞ୍ଚଳରେ ୭ ଜଣ ବରିଷ୍ଠ ନେତାଙ୍କୁ ନିର୍ବାଚନ ଦାୟିତ୍ଵରେ ରଖିବା ସହ ପ୍ରସ୍ତୁତି ଚଳାଇଛି। 

ଏଥିପାଇଁ ବିଭିନ୍ନ ସ୍ଥାନରେ କର୍ମୀ ବୈଠକ ଜୋରଦାର କରିଛି। ଏହି ଉପନିର୍ବାଚନରେ ନିଶ୍ଚିତ ବିଜେଡି ପ୍ରାର୍ଥୀ ନିଶ୍ଚିତ ଭାବରେ ବିଜୟ ହେବେ ବୋଲି ବିଜେଡି ନେତାମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ସେହିପରି ଭାବେ ବିଜେପି ମଧ୍ୟ ନିଜର ଷ୍ଟାର ପ୍ରଚାରକମାନଙ୍କ ପ୍ରଚାର ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କ୍ଷେତ୍ର ପ୍ରଭାରୀ ସୁନିଲ ବଂସଲ ପ୍ରମୁଖ ଯୋଗଦେଇଛନ୍ତି। କିନ୍ତୁ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର କିନ୍ତୁ ଧାମନଗରବାସୀ ତାଙ୍କ ପାଇଁ ଷ୍ଟାର ପ୍ରଚାରକ ବୋଲି କହିଛନ୍ତି। ଗୋଟିଏ ପଟେ ଆସନ୍ତା କାଲି ରାଜେନ୍ଦ୍ର ନିର୍ଣ୍ଣାୟକ ଭୁମିକା ନେବେ। କାରଣ ଆସନ୍ତାକାଲି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷଦିନ ରହିଛି। ସେଥିପାଇଁ ଏବେବି ବିଜେଡି ନେତୃତ୍ବ ରାଜେନ୍ଦ୍ର ଦାସଙ୍କୁ ମନାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।

ସେହିପରି ଭାବେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ବିଭିନ୍ନ ପଞ୍ଚାୟତକୁ ଯାଇ ଘରଘର ବୁଲି ପ୍ରଚାର ଚଲାଇଥିବା ବେଳେ ପୁର୍ବତନ ମନ୍ତ୍ରୀ ମନମୋହନ ସାମଲ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ସମେତ ବୋହୁ ବିଜେପି ନେତା ବିଭିନ୍ନ ପଞ୍ଚାୟତକୁ ଯାଇ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କାର୍ଯ୍ୟ ଜୋରଦାର କରିଛନ୍ତି । ଏଥର ଧାମନଗର ବାସୀ ଦିବଂଗତ ନେତା ବିଷ୍ଣୁ ସେଠୀଙ୍କ ପୁଅକୁ ବିଜୟ କରିବେ ବୋଲି ବିଜେପି ନେତୃତ୍ୱ କହିଛନ୍ତି। ଏପରି ସ୍ଥଳେ କଂଗ୍ରେସ ପକ୍ଷରୁ ମଧ୍ୟ ନିର୍ବାଚନ ପ୍ରଚାରକୁ ଜୋରଦାର କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଆଶା ରଖିଛନ୍ତି ନିଶ୍ଚିତ ଧାମନଗର ଭୋଟର ତାଙ୍କୁ ଆଶିର୍ବାଦ କରିବେ। ଆସନ୍ତା କାଲିଠାରୁ ଷ୍ଟାର ପ୍ରଚାରକଙ୍କ ପ୍ରଚାର ପରେ ଧାମନଗର ରାଜନୀତି ଆହୁରି ଉଷ୍ମ ହେବ।