Student Death: ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ
Advertisement
Article Detail0/zeeodisha/odisha1441085

Student Death: ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

Student Death: ବ୍ରହ୍ମପୁର ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ଏହି ଘଟଣା ଏବେ ନୂଆ ମୋଡ ନେଇଛି ।  ପରିବାର ଲୋକେ ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ଜଣେ ଭଲ ମିଜାଜର ଥିବା ଝିଅର ହଠାତ୍ କିପରି ମୃତ୍ୟୁ ହେଲା ,ତାହାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ପରିବାର ବର୍ଗ ।

ସୌଜନ୍ୟ : ସୋସିଆଲ ମିଡିଆ

Student Death: ବ୍ରହ୍ମପୁର ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ଏହି ଘଟଣା ଏବେ ନୂଆ ମୋଡ ନେଇଛି ।  ପରିବାର ଲୋକେ ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ଜଣେ ଭଲ ମିଜାଜର ଥିବା ଝିଅର ହଠାତ୍ କିପରି ମୃତ୍ୟୁ ହେଲା ,ତାହାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ପରିବାର ବର୍ଗ । ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ଉପରକୁ ଆଙ୍ଗୁଳି ଉଠାଇଛନ୍ତି ପରିବାର ବର୍ଗ । ଏନେଇ ବୈଦ୍ୟନାଥପୁର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ମୃତକ ଛାତ୍ରୀ ଜଣକ ହେଉଛନ୍ତି ଦୀପ୍ତିଲତା ଦାସ । 

ସୂଚନା ଅନୁସାରେ, ଖଲ୍ଲିକୋଟ କହ୍ନେହିପୁର ଗାଁର ନିବାସୀ ଥିଲେ ଦୀପ୍ତିଲତା ଦାସ  ।  ବ୍ରହ୍ମପୁର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଘରୋଇ କଲେଜରେ ସେ ଯୁକ୍ତ ଦୁଇ ବର୍ଷର ଛାତ୍ରୀ ଥିଲେ। ହଷ୍ଟେଲରେ ରହି ସେ ପାଠପଢୁଥିଲେ । ହେଲେ, ଗତକାଲି, ଅପରାହ୍ନରେ ସେ କଲେଜ ହଷ୍ଟେଲରେ ଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଦୀପ୍ତିଲତା ନିଜ ବେକରେ ଏକ ଓଢଣୀ ବାନ୍ଧି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । 

ଏହାବି ପଢନ୍ତୁ  : Bhadrak News: ଦଳିତ କନ୍ୟାକୁ ବ୍ରାହ୍ମଣ ବର, ଅଦାଲତାଙ୍କ ନିର୍ଦ୍ଦେଶ ପରେ ବି ପୋଲିସ ନିସ୍କ୍ରିୟ

ଏହାବି ପଢନ୍ତୁ  : Ragging: ରାଗିଙ୍ଗ୍ ପରେ ଜୀବନ ହାରିଦେଲେ ଟପ୍ପର ଛାତ୍ର, ସୁଇସାଇଡ଼ ନୋଟରେ ଲେଖିଥିଲେ 'ମା-ବାପା ସରି...

ଏହା ଜଣାପଡ଼ିବା ପରେ, କଲେଜ କର୍ତ୍ତୃପକ୍ଷ ବୈଦ୍ୟନାଥପୁର ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଏମକେସିଜି ମେଡିକାଲକୁ ପଠାଇଛନ୍ତି । ଗତକାଲି ଅପରାହ୍ନରେ ଦୀପ୍ତିଲତା ନିଜ ପରିବାର ଲୋକଙ୍କ ସହ ମୋବାଇଲ୍ ଯୋଗେ ବହୁ ସମୟ ଧରି କଥାବାର୍ତ୍ତା ହୋଇଥିଲେ । ହେଲେ ହଠାତ ତାଙ୍କର ମୃତ୍ୟୁ କାହିଁକି ହେଲା ତାକୁ ନେଇ ପ୍ରଶ୍ନ ଉଠିଛି । 

କଲେଜରେ କେତେକ ଛାତ୍ର ଦୀପ୍ତିଲତାଙ୍କୁ ବାରମ୍ବାର ରେଗିଂ କରୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି ପରିବାର ବର୍ଗ । ଏ ନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଯାହା ଫଳରେ ଝିଅର ମୃତ୍ୟୁ ହୋଇଛି ବୋଲି ପରିବାର ବର୍ଗ ଅଭିଯୋଗ କରିଛନ୍ତି। କଲେଜ କତ୍ତୃପକ୍ଷଙ୍କ ଜାଣତରେ ଝିଅର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି ପରିବାର ବର୍ଗ । କଲେଜ କତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହେଁଇପୁର ସମିତିସଭ୍ୟ ପୋଲିସକୁ ନିବେଦନ କରିଛନ୍ତି। ସେପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି । ଅନ୍ୟପଟେ କଲେଜରେ ସାଇଣ୍ଟିଫିକ ଟିମ ପହଞ୍ଚି ଅନୁସନ୍ଧାନ ଚଳାଇ ଥିବା ବେଳେ କଲେଜ ଚେୟାରମେନ ଏନେଇ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ରଖି ନାହାନ୍ତି । ହେଲେ ଏ ପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନାହିଁ ।