Black Thread benefits:ଅଣ୍ଟାରେ କଳାସୂତା ବାନ୍ଧିବାର ଫାଇଦା କ’ଣ ?
Advertisement

Black Thread benefits:ଅଣ୍ଟାରେ କଳାସୂତା ବାନ୍ଧିବାର ଫାଇଦା କ’ଣ ?

ଆପଣ ନିଶ୍ଚିତ ଭାବରେ ଆପଣଙ୍କ ଆଖପାଖରେ ଏମିତି କିଛି ଲୋକମାନଙ୍କୁ ଦେଖିଥିବେ ଯେଉଁମାନେ  ଅଣ୍ଟାରେ କଳା ସୂତା ବାନ୍ଧିଥାନ୍ତି ।  ବିଶେଷକରି ପିଲାମାନଙ୍କ ଅଣ୍ଟାରେ କଳାସୂତା ବନ୍ଧାଯାଇଥାଏ ।  କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଅଣ୍ଟାରେ ଏକ କଳା ସୂତା କ’ଣ ପାଇଁ ବନ୍ଧା ଯାଏ?

SOCIAL MEDIA

Black Thread benefits:

ଆପଣ ନିଶ୍ଚିତ ଭାବରେ ଆପଣଙ୍କ ଆଖପାଖରେ ଏମିତି କିଛି ଲୋକମାନଙ୍କୁ ଦେଖିଥିବେ ଯେଉଁମାନେ  ଅଣ୍ଟାରେ କଳା ସୂତା ବାନ୍ଧିଥାନ୍ତି ।  ବିଶେଷକରି ପିଲାମାନଙ୍କ ଅଣ୍ଟାରେ କଳାସୂତା ବନ୍ଧାଯାଇଥାଏ ।  କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଅଣ୍ଟାରେ ଏକ କଳା ସୂତା କ’ଣ ପାଇଁ ବନ୍ଧା ଯାଏ? ଏଭଳି କଳା ସୂତା ବାନ୍ଧିବା ପଛରେ କିଛି ଲୋକବିଶ୍ୱାସ ତ ନିଶ୍ଚୟ ରହିଛି,ତେବେ ଏହା ପଛରେ କିଛି ବୈଜ୍ଞାନିକ କାରଣ ରହିଛି କି ? ଯଦି ଆପଣଙ୍କ ମନକୁ ମଧ୍ଯ ଏଭଳି ପ୍ରଶ୍ନ ଆସୁଥାଏ ତେବେ ଆଜି ଆପଣ ତାହାର ଉତ୍ତର ପାଇଯିବେ । କଳାସୂତାକୁ ବାନ୍ଧିବା ଦ୍ୱାରା ନଜର ପଡେ ନାହିଁ ବୋଲି ବିଶ୍ୱାସ ରହିଛି । ତେଣୁ ପିଲାଙ୍କ ଅଣ୍ଟାରେ କଳାସୂତା ବନ୍ଧାଯାଏ । ତେବେ ଏତିକି କାରଣ ଯଥେଷ୍ଟ ନୁହେଁ । ଅଣ୍ଟାରେ କଳା ସୂତା ବାନ୍ଧିବାର ସ୍ୱାସ୍ଥ୍ୟଗତ ଲାଭ ମଧ୍ୟ ରହିଛି ।

କଳା ସୂତା ପିନ୍ଧିବା କାହିଁକି ଲାଭଦାୟକ?

ଅଣ୍ଟାରେ କଳା ସୂତା ବାନ୍ଧିବା ପଛରେ ଅନେକ ବିଶ୍ୱାସ ରହିଛି । ଏଥିରେ ପ୍ରଥମଟି ଖରାପ ନଜରରୁ ସୁରକ୍ଷା, ଦ୍ୱିତୀୟଟି  ଡାକ୍ତରୀ ଏବଂ ତୃତୀୟଟି ଜ୍ୟୋତିଷ ଶାସ୍ତ୍ର ସହିତ ଜଡିତ । ଯେମିତିକି  ଆମ ଶରୀର ପଞ୍ଚତତ୍ୱ : ଜଳ, ବାୟୁ, ଅଗ୍ନି, ପୃଥିବୀ ଏବଂ ଆକାଶକୁ ନେଇ ତିଆରି । ଏହି ୫ ତତ୍ୱରୁ ପ୍ରାପ୍ତ ଶକ୍ତି ଆମ ଶରୀରକୁ ଚଲାଇଥାଏ । ଏପରି ପରିସ୍ଥିତିରେ, ଯେତେବେଳେ କାହାର ମନ୍ଦ ଆଖି ଆମ ଉପରେ ପଡେ, ସେତେବେଳେ ଏହି ପଞ୍ଚତତ୍ୱରୁ ପ୍ରାପ୍ତ ମିଶ୍ରିତ ସକରାତ୍ମକ ଶକ୍ତି ଆମ ଉପରେ  ପ୍ରଭାବ ଛାଡିବାକୁ ଅସମର୍ଥ ହୁଅନ୍ତି, ଯେଉଁଥିପାଇଁ ଆମକୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ  ପଡେ । ଏହି ମନ୍ଦ ଶକ୍ତିଗୁଡିକଠାରୁ ରକ୍ଷା ପାଇଁ, ଅଣ୍ଟାରେ  କଳା ସୂତା ବନ୍ଧାଯାଏ । ତେବେ ଏହାର ଅର୍ଥ ନୁହେଁ ଯେ, କଳାସୂତା କେବଳ ଅଣ୍ଟାରେ ଭିଡା ଯାଇପାରିବ । କଳାସୂତାକୁ ଆପଣ ଶରିରର ଯେକୌଣସି ଅଙ୍ଗରେ ବାନ୍ଧି ପାରିବେ ।

ଅଣ୍ଟାରେ ଏକ କଳା ସୂତା ବାନ୍ଧିବାର ଲାଭ

ଚିକିତ୍ସୀୟ କାରଣ: କଳା ସୂତା ମେରୁଦଣ୍ଡର ମଜ୍ଜା (ତରଳ)ର ରକ୍ଷଣାବେକ୍ଷଣରେ ସାହାଯ୍ୟ କରେ । ଯାହା ମେରୁଦଣ୍ଡ ସମ୍ବନ୍ଧୀୟ ସମସ୍ୟା ଏବଂ ପିଠି ଯନ୍ତ୍ରଣାକୁ ରୋକିଥାଏ । ଏହା ବ୍ୟତୀତ, କଳାସୂତା ପିନ୍ଧିବା ଦ୍ୱାରା ନାଭି ତଳକୁ ଖସିଯିବାର ଭୟ ମଧ୍ୟ ଦୂର ହୋଇଥାଏ ।  ଏହା ବ୍ୟତୀତ ପୁରୁଷଙ୍କ ସ୍ନାୟୁରେ ସୃଷ୍ଟି ହେଉଥିବା ସମସ୍ୟାକୁ ମଧ୍ୟ ଏହାଦ୍ୱାରା ରୋକାଯାଇପାରିବ ।

ଖରାପ ନଜରୁ ରକ୍ଷା କରେ କଳାସୂତା: ଅଣ୍ଟାରେ ସୂତା  ପିନ୍ଧିବାର ଏକ ପୁରୁଣା ପରମ୍ପରା ଅଛି । ବିଶେଷକରି ପିଲାମାନଙ୍କ ଅଣ୍ଟାରେ କଳାସୂତା ବନ୍ଧାଯାଇଥାଏ । ବିଶ୍ୱାସ କରାଯାଏ ଯେ ଅଣ୍ଟାରେ ପିନ୍ଧାଯାଇଥିବା କଳା ସୂତା କେବଳ ମନ୍ଦ ଆଖିରୁ ରକ୍ଷା କରେ ନାହିଁ ବରଂ ଶରୀରକୁ ସକରାତ୍ମକ ଶକ୍ତି ମଧ୍ୟ ଯୋଗାଇଥାଏ । ତନ୍ତ୍ରଶାସ୍ତ୍ର ଅନୁଯାୟୀ, କଳା ସୂତା ନକାରାତ୍ମକ ଶକ୍ତିକୁ ଶୋଷି ନେଇ ପିନ୍ଧିଥିବା ବ୍ୟକ୍ତିଙ୍କୁ ନକରାତ୍ମକ ଶକ୍ତି ପ୍ରଭାବରୁ  ରକ୍ଷା କରିଥାଏ ।

ଜ୍ୟୋତିଷ ଶାସ୍ତ୍ର କ’ଣ କୁହେ: ଅଣ୍ଟାରେ କଳାସୂତା ବାନ୍ଧିବା ଦ୍ୱାରା ବାନ୍ଧିଥିବା ବ୍ୟକ୍ତି  ଭବିଷ୍ୟତରେ  ବହୁତ ବଡ଼ ଲାଭ ପାଇଥାନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ର କୁହେ । ଏହା ଆର୍ଥିକ ଲାଭ ଆଣିଥାଏ ଏବଂ ସମସ୍ତ ଇଚ୍ଛା ପୂରଣ ହୁଏ, ଆଜି ବି ଅନେକ ଲୋକ ଏହାକୁ ଅଣ୍ଟାରେ ବାନ୍ଧନ୍ତି । କୁହାଯାଏ ଯେ ଭଗବାନ ଶନି ଦେବଙ୍କ ପୂଜାପାଠ ସମୟରେ ଶନି ଦେବ ମହାରାଜଙ୍କ ମନ୍ତ୍ର ଜପ କରିବା ସମୟରେ କଳା ସୂତା ପିନ୍ଧି ବ୍ୟକ୍ତି ଶନି ଦେବ ମହାରାଜଙ୍କ ଅପାର ଆଶୀର୍ବାଦ ପାଇ ଧନ ଓ ଶସ୍ୟ ପାଇଥାଏ।