Sunya Mandap: ଏକମାତ୍ର ସ୍ଥାନରେ ପୂଜା ପାଇଥାନ୍ତି ଶୂନ୍ୟ ମଣ୍ଡପ, ପୁରଣ ହୁଏ ମନୋସ୍କାମନା
Advertisement
Article Detail0/zeeodisha/odisha1433469

Sunya Mandap: ଏକମାତ୍ର ସ୍ଥାନରେ ପୂଜା ପାଇଥାନ୍ତି ଶୂନ୍ୟ ମଣ୍ଡପ, ପୁରଣ ହୁଏ ମନୋସ୍କାମନା

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁପାରୀ ଗାଁଠାରେ ଅବସ୍ଥିତ ଶୂନ୍ୟ ମଣ୍ଡପ ଯେଉଁଠି ମନ୍ଦିର ବା କୌଣସି ଦେବାଦେବୀ ମୂର୍ତ୍ତୀ ପୂଜା ପାଆନ୍ତି ନାହିଁ। କେବଳ ଗୋଟିଏ ମଣ୍ଡପକୁ ପୂଜା କରାଯାଏ। ଯାହାକି ଶୂନ୍ୟ ମଣ୍ଡପ ଭାବେ ସାରା ଓଡିଶା ପ୍ରସିଦ୍ଧ।

Sunya Mandap: ଏକମାତ୍ର ସ୍ଥାନରେ ପୂଜା ପାଇଥାନ୍ତି ଶୂନ୍ୟ ମଣ୍ଡପ, ପୁରଣ ହୁଏ ମନୋସ୍କାମନା

Sunya Mandap: ବାଲେଶ୍ୱର (ଦେବେନ୍ଦ୍ର କୁମାର ନାୟକ): ସବୁ ମନ୍ଦିର ଓ ପୀଠମାନଙ୍କର ଦେବଦେବୀଙ୍କ ମୂର୍ତ୍ତୀ ରଖି ପୂଜା ଅର୍ଚ୍ଚନା କରାଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁପାରୀ ଠାରେ ଶୂନ୍ୟ ମଣ୍ଡପ ଏକ ମଣ୍ଡପ ଯେଉଁଠାରେ କେବଳ ଦେବାଦେବୀ ବିହୀନ ଶୂନ୍ୟ ବ୍ରହ୍ମକୁ ବିଶ୍ୱାସ କରି ହଜାର ହଜାର ଶ୍ରଦ୍ଧାଳୁ ପୂଜା ଅର୍ଚ୍ଚନା କରିଥାନ୍ତି। ଶ୍ରଦ୍ଧାଳୁଙ୍କ ବିଶ୍ୱାସ ଥାଏ ଶୂନ୍ୟବାଣୀ ପ୍ରତ୍ୟେକ ମଣିଷର ହୃଦୟଠାରୁ ବାହାରିଥାଏ। ଯିଏକି ବ୍ରହ୍ମରୂପେ ପୂଜ୍ୟ ଯୋଗ୍ୟ। ଏଥି ସହିତ ବାବାଙ୍କ ପାଦୁକାରେ ସବୁ ରୋଗ ଦୂର ହୋଇଯାଏ।

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁପାରୀ ଗାଁଠାରେ ଅବସ୍ଥିତ ଶୂନ୍ୟ ମଣ୍ଡପ ଯେଉଁଠି ମନ୍ଦିର ବା କୌଣସି ଦେବାଦେବୀ ମୂର୍ତ୍ତୀ ପୂଜା ପାଆନ୍ତି ନାହିଁ। କେବଳ ଗୋଟିଏ ମଣ୍ଡପକୁ ପୂଜା କରାଯାଏ। ଯାହାକି ଶୂନ୍ୟ ମଣ୍ଡପ ଭାବେ ସାରା ଓଡିଶା ପ୍ରସିଦ୍ଧ। ଲୋକମାନଙ୍କର ବିଶ୍ୱାସର ପ୍ରତୀକ ଏହି ମଣ୍ଡପର ଏକ ବ୍ରହ୍ମ ସଭା ଅଛି। ପ୍ରଥମେ ଏହି ମଣ୍ଡପ ବାବା ବ୍ରହ୍ମକୁ ପ୍ରଭାକର ବାବା ସନ୍ୟାସୀ ଆବିଷ୍କାର କରିଥିଲେ। ସେହିଦିନ ଠାରୁ ବାବା ଏଠାରେ ଏକ ପତ୍ର କୁଡିଆ ତିଆରି କରି ସେଠାରେ ରହି ଲୋକମାନଙ୍କର ସେବା ସହିତ ବିଭିନ୍ନ ସମସ୍ୟାର ସମାଧାନ କରୁଥିଲେ। ଏବେ ଏହି ଜାଗା ପ୍ରସିଦ୍ଧି ଲାଭ କରିଛି। ରାହାସ ପୂର୍ଣ୍ଣିମା ଦିନ ଭଜନ କିର୍ତ୍ତନ ସହିତ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଭକ୍ତଙ୍କୁ ସମସ୍ତ କାର୍ଯ୍ୟରେ ସହଯୋଗ କରିବା ସହିତ ପ୍ରସାଦ ବଣ୍ଟନ ହୋଇଥାଏ କିନ୍ତୁ ଏହି ବର୍ଷ ଚନ୍ଦ୍ରଗ୍ରହଣ ପାଇଁ ଭକ୍ତମାନେ ସକାଳେ ଡଙ୍ଗା ଭସାଇବା ସହିତ ବହୁ ସଂଖ୍ୟାରେ ମେଳାର ମଜା ଉଠାଇଛନ୍ତି।

ପ୍ରଭାକର ବାବା ଜଣେ ସାଧୁଥିଲେ ସେ ସେହି ବ୍ରହ୍ମ ମଣ୍ଡପ ବା ଶୂନ୍ୟ ମଣ୍ଡପ ଆଡକୁ ଧ୍ୟାନମଗ୍ନ ହୋଇ ଲୋକଙ୍କୁ ପାଦୁକା ଦେଇ ସେମାନଙ୍କର ବିଭିନ୍ନ ସମସ୍ୟା ସମାଧାନ କରୁଥିଲେ। ଏହି ମନ୍ଦିରର ବିଶେଷତ୍ୱ ପାଦୂକା ଉପରେ ଥାଏ। ଯାହାକି ଶ୍ରଦ୍ଧାଳୁମାନେ ବିଶ୍ୱାସ ରଖନ୍ତି ଏହି ପାଦୂକା ପିଇଲେ ଦେହରେ ଥିବା ବିଭିନ୍ନ ରୋଗର ଆରୋଗ୍ୟ ହୋଇଥାଏ। ଏହିଠାରେ ପ୍ରସାଦରେ ଖିଚୁଡି ଓ ପାୟେସ ଶ୍ରଦ୍ଧାଳୁମାନଙ୍କୁ ଦିଆଯାଇଥାଏ। ରାହାସ ପୂର୍ଣ୍ଣିମା ଦିନ ଭଜନ କିର୍ତ୍ତନ ସହିତ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥାଏ କିନ୍ତୁ ଏହିଥର ମଧ୍ୟ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ବିଭିନ୍ନ ସମାଜସେବୀ ସଂଗଠନ ଭକ୍ତଙ୍କ ପାଇଁ ସେବା କାର୍ଯ୍ୟରେ ଲାଗିଥାନ୍ତି।

ଏହି ଶୂନ୍ୟ ମଣ୍ଡପ ଉପରେ ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଏଠାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି। ଏଠାରେ ଡଙ୍ଗା ଭସାଇ ଶୂନ୍ୟ ମଣ୍ଡପକୁ ଦର୍ଶନ କଲେ କୋଟି ଜନ୍ମର ପାପକ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି। ଏହି ରାହାସ ପୂର୍ଣ୍ଣିମା ଉପଲକ୍ଷେ ୩୦ରୁ ୪୦ ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ପ୍ରଶାସନ ଦ୍ୱାରା ଏହା ପାଇଁ କଢା ସୁରକ୍ଷା କରାଯାଇଥାଏ। ଏହି ରାହାସ ପୂର୍ଣ୍ଣିମାରେ ଏହି ସ୍ଥାନରେ ମେଳା ଲାଗିଥାଏ। ଏହିଥର ବହୁ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଛୋଟ ଛୋଟ ଉଠା ଦୋକାନୀ ପସାରୀ ବିକ୍ରି କରୁଥିବା ଦେଖିବାକୁ ମିଳିଛି।

ଶୂନ୍ୟ ମଣ୍ଡପଟି ଖଇରା ବ୍ଲକର ଏକ ଗର୍ବ ଓ ଗୈାରବମୟ ପୀଠ। ସ୍ଥାନୀୟ ଲୋକମାନଙ୍କର ସାହାଯ୍ୟରେ ଏଠାରେ ବହୁ ପର୍ବପର୍ବାଣୀ ପାଳନ କରାଯାଥାଏ। ଠାକୁର ଠାକୁରାଣି ନଥାଇ ଏହି ମଣ୍ଡପରେ ଶୂନ୍ୟକୁ ପୂଜାଅର୍ଚ୍ଚନା କରି ନିଜ ମନସ୍କାମନା ପୁର୍ଣ୍ଣ ହଉଥିବାରୁ ଏହିଭଳି ପୂରାତନ ଅଲୈାକିକ ମନ୍ଦିର ରାଜ୍ୟରେ ଦୁର୍ଲଭ।