Dusshera: ୩ ଦଶନ୍ଧିର ପରମ୍ପରା ବଜାୟ ରଖିଛି ସୋର ଦୁର୍ଗାପୂଜା
Advertisement

Dusshera: ୩ ଦଶନ୍ଧିର ପରମ୍ପରା ବଜାୟ ରଖିଛି ସୋର ଦୁର୍ଗାପୂଜା

ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ମଇତାପୂର ଗ୍ରାମରେ ୩୭ ବର୍ଷହେବ ସମାଜସେବୀ ବିଷ୍ଟୁ ମୋହନ ମହାନ୍ତି ଙ୍କ ତତ୍ଵଧାନ ରେ ହେଇ ଆସୁଛି ମା ଦୁର୍ଗାଙ୍କ ପୂଜାର୍ଚ୍ଚନା । ଏହି ଅଞ୍ଚଳରେ ବସବାସ କରୁଥିବା ଶତାଧିକ ଶ୍ରଧାଲୁ ମା ଦୁର୍ଗାଙ୍କ ପୂଜା କରିବା ସହିତ ମେଳା ରେ କିଣା କିଣି ଓ ଚଟପଟା ଖାଦ୍ୟର ବେଶ ମଜା ଉଠାଇଛନ୍ତି । 

Dusshera: ୩ ଦଶନ୍ଧିର ପରମ୍ପରା ବଜାୟ ରଖିଛି ସୋର ଦୁର୍ଗାପୂଜା

Dusshera 2022: ସୋର(ଦେବେନ୍ଦ୍ର କୁମାର ନାୟକ): ମା’ ଦୁର୍ଗା ସଂସାରର ପାପକୁ ବିନାଶ କରିବା ପାଇଁ ଧରା ପୃଷ୍ଠକୁ ଅବତୀର୍ଣ୍ଣ କରିଥାନ୍ତି । ଗାଁ ରୁ ସହର ଭକ୍ତ ଅପେକ୍ଷା କରି ରହନ୍ତି କେବେ ଦୁର୍ଗା ପୂଜା ଆସିବ ବିଶେଷ କରି ଗ୍ରାମାଞ୍ଚଳ ରେ ପୂଜା କରିବା ସହିତ ମେଳା ରେ କିଣା କିଣି କରିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ମଜା ଉଠାଇଥାନ୍ତି ଗ୍ରାମବାସୀ I ଦୀର୍ଘ ୩୭ ବର୍ଷ ହେବ ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ମଇତାପୂର ଗ୍ରାମରେ ସମାଜସେବୀ ବିଷ୍ଟୁ ମୋହନ ମହାନ୍ତି ଙ୍କ ତତ୍ବଧାନ ରେ ମାଁ ଦୁର୍ଗାଙ୍କ ପୂଜା ଅର୍ଚ୍ଚନା ହୋଇଆସୁଥିବା ବେଳେ ମେଳା ର ବେଶ ମଜା ଉଠାଇଛନ୍ତି ଗ୍ରାମବାସୀ ।

ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ମଇତାପୂର ଗ୍ରାମରେ ୩୭ ବର୍ଷହେବ ସମାଜସେବୀ ବିଷ୍ଟୁ ମୋହନ ମହାନ୍ତି ଙ୍କ ତତ୍ଵଧାନ ରେ ହେଇ ଆସୁଛି ମା ଦୁର୍ଗାଙ୍କ ପୂଜାର୍ଚ୍ଚନା । ଏହି ଅଞ୍ଚଳରେ ବସବାସ କରୁଥିବା ଶତାଧିକ ଶ୍ରଧାଲୁ ମା ଦୁର୍ଗାଙ୍କ ପୂଜା କରିବା ସହିତ ମେଳା ରେ କିଣା କିଣି ଓ ଚଟପଟା ଖାଦ୍ୟର ବେଶ ମଜା ଉଠାଇଛନ୍ତି । ପ୍ରଥମେ ଛୋଟ ଆକାରରେ ହେଉଥିବା ବେଳେ ଏବେ ସମାଜସେବୀ ବିଷ୍ଣୁ ମୋହନ ମହାନ୍ତି ଙ୍କ ଉଦ୍ୟମ ରେ ସାର୍ବଜନୀନ ଭାବେ ପ୍ରତ୍ୟେକ ଦିନ ଶତାଧିକ ଭକ୍ତ ମାନେ ମା ଙ୍କ ଦର୍ଶନ କରିବା ସହିତ ମେଲୋଡ଼ିର ମଜା ଉଠାଇଛନ୍ତି । ପୂଜାରୀ ମଧ୍ୟ ନବମୀ ପୂଜା ସାରି ଦଶମୀ ପୂଜା ରେ ମା ଙ୍କ ବିସର୍ଜନ କରିଛନ୍ତି ।

ଆଜି ଶେଷ ଦିନ ଦଶହରା ପୂଜା ରେ ପୂଜାରୀ ମା ଦୁର୍ଗାଙ୍କ ପୂଜାଅର୍ଚ୍ଚନା ଓ ହୂମ କରି ଵିସର୍ଜନ ଦେଇଥିବା ବେଳେ ଏହି ଠାରେ ଯେଉଁ ମାଣସିଧାରୀ ମାନସୀ ରଖିଥାନ୍ତି ନିଶ୍ଚୟ ପୁର୍ଣ ହୋଇଥାଏ ବୋଲି ଭକ୍ତ ବିଶ୍ୱାସ ରଖିଛନ୍ତି । ଅଷ୍ଟମୀ ରୁ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଅରୁଆ ଅନ ଭୋଗ ହୋଇଥାଏ ସେହି ଭୋଗ କୁ ଶତାଧିକ ଭକ୍ତ ମାନେ ଗ୍ରହଣ କରିଥାନ୍ତି I ଏହି ବର୍ଷ ନବମୀ ଓ ଦଶମୀ ଦିନ ୫୦୦୦ରୁ ଉର୍ଧ୍ଵ ଭକ୍ତ ଅନ୍ନ ପ୍ରସାଦ ଗ୍ରହଣ କରିଛନ୍ତି I

କରନା ପାଇଁ ଠିକ ଭାବେ ପୂଜା ହୋଇ ପାରୁନଥିବା ବେଳେ ଏହିଥର ମା ଦୁର୍ଗା ଙ୍କ ପୂଜା ଶାନ୍ତି ଶୃଙ୍ଖଳା ସହକାରେ ପୂଜା ସମାପନ ହୋଇଥିବା ଦେଖିବା କୁ ମିଳିଛି । ଅନ୍ୟପଟେ ଭକ୍ତ ମାନେ ମଧ୍ୟ କରୋନା ପରେ ମାଙ୍କ ପୂଜା କରିବା ସହିତ ମେଳା ଓ ସାଂସ୍କ୍ରୁତି କାର୍ଯ୍ୟକ୍ରମ ର ବେଶ ମଜା ଉଠାଇଥିବା ବେଳେ ଘର କରନା ଜିନିଷ ମେଳା ରେ କିଣିଛନ୍ତି ତଥା ଭକ୍ତମାନେ ପୂଜା ସହିତ ବିଭିନ୍ନ ଚଟପଟା ଖାଦ୍ୟ ର ମଜା ଉଠାଇଛନ୍ତି । ସିମୁଳିଆ ପୋଲିସ ଦ୍ୱାରା ଭକ୍ତଙ୍କୁ ସମସ୍ତ ସୁରକ୍ଷା ଦେଇଥିବା ବେଳେ ଗ୍ରାମାଞ୍ଚଳ ରେ କରନା ପରେ ଏହିଥର ଧୁମଧାମରେ ମାଙ୍କ ପୂଜା ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ଓ ଭକ୍ତ ମାନେ ପୂଜା ଆୟୋଜକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି I ୩୬ ବର୍ଷ ହେବ ଶାନ୍ତି ଶୃଙ୍ଖଳା ସହିତ ମା ଙ୍କ ପୂଜା ଅର୍ଚ୍ଚନା ହୋଇଆସୁଥିବା ବେଳେ ଏହି ବର୍ଷ ମଧ ବର୍ଷା ହେଲେ ମଧ୍ୟ ଭକ୍ତିସହିତ ଭକ୍ତମାନେ ପୂଜା କରିବା ସହ ମନୋରଞ୍ଜନ କାର୍ଯ୍ୟକ୍ରମ ର ମଜା ନେଇଛନ୍ତି I