Odisha News ବାରିପଦା ଓ ବାଲେଶ୍ୱରରେ ଶୁଭିଲା ପ୍ରଚଣ୍ଡ ଶବ୍ଦ, କାରଣ କହିଲେ ସ୍ଥାନୀୟ ବାସିନ୍ଦା
Advertisement
Article Detail0/zeeodisha/odisha1588759

Odisha News ବାରିପଦା ଓ ବାଲେଶ୍ୱରରେ ଶୁଭିଲା ପ୍ରଚଣ୍ଡ ଶବ୍ଦ, କାରଣ କହିଲେ ସ୍ଥାନୀୟ ବାସିନ୍ଦା

ବାଲେଶ୍ବର (Balasore) ଓ ବାରିପଦା (Baripada) ଆକାଶରେ ଶୁଭିଲା ପ୍ରଚଣ୍ଡ ଶବ୍ଦ । ଏହି ପ୍ରଚଣ୍ଡ ଶବ୍ଦରେ ଘରଦ୍ୱାର ଦୋହଲିଥିବା ଦେଖିବାକୁ ମିଳିଛି। ଏପରିକି ଏହି ଶବ୍ଦରେ ଘରର କବାଟ, ଝରକା ଥରିବା ସହିତ ମାଟି ମଧ୍ୟ ଦୁଲୁକିଥିବା ସୂଚନା ରହିଛି। ବାଲେଶ୍ବର ସାରା ଜିଲ୍ଲାବାସୀ ଶବ୍ଦ ଶୁଣିଥିବା କହିଛନ୍ତି। ଲୋକମାନେ ଭୂମିକମ୍ପ ହେବା ଭୟରେ

Odisha News ବାରିପଦା ଓ ବାଲେଶ୍ୱରରେ ଶୁଭିଲା ପ୍ରଚଣ୍ଡ ଶବ୍ଦ, କାରଣ କହିଲେ ସ୍ଥାନୀୟ ବାସିନ୍ଦା

Odisha News ଭୁବନେଶ୍ୱର: ବାଲେଶ୍ବର (Balasore) ଓ ବାରିପଦା (Baripada) ଆକାଶରେ ଶୁଭିଲା ପ୍ରଚଣ୍ଡ ଶବ୍ଦ । ଏହି ପ୍ରଚଣ୍ଡ ଶବ୍ଦରେ ଘରଦ୍ୱାର ଦୋହଲିଥିବା ଦେଖିବାକୁ ମିଳିଛି। ଏପରିକି ଏହି ଶବ୍ଦରେ ଘରର କବାଟ, ଝରକା ଥରିବା ସହିତ ମାଟି ମଧ୍ୟ ଦୁଲୁକିଥିବା ସୂଚନା ରହିଛି। ବାଲେଶ୍ବର ସାରା ଜିଲ୍ଲାବାସୀ ଶବ୍ଦ ଶୁଣିଥିବା କହିଛନ୍ତି। ଲୋକମାନେ ଭୂମିକମ୍ପ ହେବା ଭୟରେ ଘରୁ ବାହାରି ଆସିଛନ୍ତି। ସେପଟେ ମୟୂରଭଞ୍ଜ ବାରିପଦାରେ ବି ପ୍ରଚଣ୍ଡ ଶବ୍ଦ ଲୋକଙ୍କୁ ଭୟଭୀତ କରାଇଛି। ତେବେ ଶବ୍ଦ କେଉଁଠୁ ଓ କିପରି ଆସିଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି। 

ଠିକ ଏହିଭଳି ଶବ୍ଦ ଗତବର୍ଷ ମଧ୍ୟ ଶୁଣିବାକୁ ମିଳିଥିଲା। ଗତବର୍ଷ ନଭେମ୍ବରରେ ଓଡ଼ିଶାର ୩ ଜିଲ୍ଲାରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା। ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଥରେ ନୁହେଁ, ଦୁଇ ଦୁଇଥର ବୋମା ପଡ଼ିବା ଭଳି ଶବ୍ଦ ହେବା ପରେ, ଚାରିଆଡ଼େ ଆତଙ୍କ ଖେଳି ଯାଇଥିଲା। ଶବ୍ଦଟି ଏତେ ଶକ୍ତିଶାଳୀ ଥିଲା ଯେ ସେହି ସମୟରେ ଝରକା କବାଟ, ଆସବାବପତ୍ର ଓ ଘରର କାନ୍ଥ ଥରି ଉଠିଥିଲା। ଏହା ପୂର୍ବରୁ ୨୦୨୦ ନଭେମ୍ବର ୨୦ରେ ମଧ୍ୟ ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ଆତଙ୍କ ସୃଷ୍ଟି କରିଥିଲା।

ତେବେ ଏହି ପ୍ରଚଣ୍ଡ ଶବ୍ଦକୁ ନେଇ ଲୋକମାନେ ବିଭିନ୍ନ ଆଶଙ୍କା ପ୍ରକାଶ କରିଛନ୍ତି। ଜିଲୋଟିନ ବିସ୍ଫୋରଣର ଶବ୍ଦ ବୋଲି ପରବର୍ତ୍ତି ସମୟରେ ଲୋକମାନେ କହୁଥିବା ଜଣାପଡ଼ିଛି। ବେଆଇନ ଖଣି ଖାଦାନରେ ଏହି ବିସ୍ଫୋରଣ ହୋଇଥିବା ନେଇ ଆଲୋଚନା ହେଉଛି। ଆହୁରି ମଧ୍ୟ ଖରାଦିଲେ ବଜ୍ରପାତର ଆଶଙ୍କା କରିଛନ୍ତି ବାରିପଦା ଓ ବାଲେଶ୍ୱରବାସୀ। ସେପଟେ ଏନେଇ କୌଣସି କ୍ଷୟକ୍ଷତି ସୂଚନା ନାହିଁ। ସେପଟେ ଏଭଳି ଶବ୍ଦ ବାରମ୍ବାର ହେଉଥିବାରୁ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ପାଇଁ ଲୋକମାନେ ଦାବି କରିବା ଆରମ୍ଭ କରିଛନ୍ତି।